what you should check your bill while buying gold jewellery:ସୁନା ଗହଣା କିଣିଲା ବେଳେ ଠକାମୀରେ ନପଡ଼ିବାକୁ କଣ କରିବେ ?
Advertisement
Article Detail0/zeeodisha/odisha1984910

what you should check your bill while buying gold jewellery:ସୁନା ଗହଣା କିଣିଲା ବେଳେ ଠକାମୀରେ ନପଡ଼ିବାକୁ କଣ କରିବେ ?

ପାର୍ବଣ ପରେ ଏବେ ବିବାହ ଋତୁ ଆରମ୍ଭ ହୋଇ ସାରିଲାଣି। ଏହି ସମୟରେ ଲୋକମାନେ ସୁନା ଗହଣା କିଣିଥାନ୍ତି । ସୁନା ଗହଣା କିଣିବା ସମୟରେ ଜିନିଷ ଉପରେ ହଲମାର୍କ ଚିହ୍ନ  ସହ ବୈଧ ବିଲ୍ ମଧ୍ୟ ମାଗିବା ଉଚିତ। ଦୋକାନୀ ଦେଇଥିବା ବିଲରେ ଗହଣ ସଂକ୍ରାନ୍ତିୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି କି

SOCIAL MEDIA

what you should check your bill while buying gold jewellery:

ପାର୍ବଣ ପରେ ଏବେ ବିବାହ ଋତୁ ଆରମ୍ଭ ହୋଇ ସାରିଲାଣି। ଏହି ସମୟରେ ଲୋକମାନେ ସୁନା ଗହଣା କିଣିଥାନ୍ତି । ସୁନା ଗହଣା କିଣିବା ସମୟରେ ଜିନିଷ ଉପରେ ହଲମାର୍କ ଚିହ୍ନ  ସହ ବୈଧ ବିଲ୍ ମଧ୍ୟ ମାଗିବା ଉଚିତ। ଦୋକାନୀ ଦେଇଥିବା ବିଲରେ ଗହଣ ସଂକ୍ରାନ୍ତିୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯିବା ଦରକାର।

ଭାରତୀୟ ମାନକ ବ୍ୟୁରୋ (ବିଆଇଏସ) ସୁନାର ଶୁଦ୍ଧତା ଏବଂ ବିଲିଂ ଭଳି ଅନ୍ୟାନ୍ୟ ନିୟମ ପ୍ରସ୍ତୁତ କରିଥାଏ । ବିଆଇଏସ୍ ଅନୁଯାୟୀ, କେବଳ ହଲମାର୍କ ହୋଇଥିବା ଗହଣା କିଣାଯିବା ଉଚିତ ଏବଂ ଦୋକାନୀଙ୍କଠାରୁ ପ୍ରାମାଣିକ ବିଲ୍ ନେବା ଉଚିତ୍ । ଯଦି ଗହଣାକୁ ନେଇ  ଆପଣଙ୍କର କୌଣସି ସମସ୍ୟା କିମ୍ବା କୌଣସି ଅଭିଯୋଗ ଥାଏ, ତେବେ ତାର ସମାଧାନ ପାଇଁ  ରସିଦ ରହିବା ଅତ୍ୟନ୍ତ ଜରୁରୀ ।

ବିଆଇଏସ ନିୟମ ଅନୁଯାୟୀ କିଣା ଯାଇଥିବା ଗହଣାର ରସିଦରେ ହଲମାର୍କ ଅଳଙ୍କାର ବିଷୟରେ ସୂଚନା ରହିବା ଆବଶ୍ୟକ । ରସିଦରେ ଗହଣା ସଂଖ୍ୟା, ପ୍ରତ୍ୟେକର ଅଲଗା ଓଜନ, କ୍ୟାରେଟ୍ ଏବଂ ହଲମାର୍କ ବିଷୟରେ ସୂଚନା ରହିବା ଉଚିତ୍ ।

ଉଦାହରଣ ସ୍ୱରୂପ, ଧରାନ୍ତୁ ଆପଣ ଏକ ମୁଦି କିଣିଛନ୍ତି, ତେବେ ବିଲରେ  ମୁଦି,ତାହାର ଓଜନ, କେତେ ଶୁଦ୍ଧତା, ଯେମିତି 22 କ୍ୟାରେଟ୍ କି 18 କ୍ୟାରେଟ୍ ଆଦି ବିଷୟରେ ଉଲ୍ଲେଖ ରହିବ।  ଏହା ସହିତ ବିଲରେ କିଣିବା  ସମୟରେ ସୁନା ଦର, ମେକିଂ ଚାର୍ଜ, ହଲମାର୍କ ଚାର୍ଜ ଏବଂ ଜିଏସଟି ବାବଦରେ ମଧ୍ୟ ଉଲ୍ଲେଖ  କରାଯିବା ଉଚିତ ।

ଯଦି ସୁନା ଗହଣାରେ ଅଲଗା ପଥର କିମ୍ବା ଅନ୍ୟ କିଛି ଅଛି, ତେବେ ଦୋକାନୀଙ୍କୁ ବିଲରେ ଏବାବଦରେ ସୂଚନା ଦେବାକୁ ପଡିବ ।ଯେମିତିକି  କେଉଁଭଳି ପଥର ଲାଗିଛି ଏବଂ  ପଥର ସଂଖ୍ୟା କେତେ ତଥା ତାହାର ଓଜନ ସଂପର୍କିତ ତଥ୍ୟ। ସୁନାର ଶୁଦ୍ଧତାକୁ ନେଇ ସନ୍ଦେହ ଥିଲେ ବିଆଇଏସ୍ ଏହାର ଶୁଦ୍ଧତା ଯାଞ୍ଚ କରିବାର ସୁବିଧା ମଧ୍ୟ ପ୍ରଦାନ କରିଥାଏ। ଯେକୌଣସି ବିଆଇଏସ୍ ସମର୍ଥିତ ଆସେସିଂ ଆଣ୍ଡ ୍ ହଲମାର୍କିଂ ସେଣ୍ଟର (ଏଆଣ୍ଡଏଚ୍ ସେଣ୍ଟର)କୁ ଯାଇ ଏହା କରାଯାଇପାରିବ। ତେବେ ଯାଞ୍ଚ ପାଇଁ  ଆପଣଙ୍କୁ ଚାର୍ଜେସ ଦେବାକୁ ପଡିବ।