Yash chopra Wife passed away: ଆରପାରିରେ ୟଶ ଚୋପ୍ରାଙ୍କ ପତ୍ନୀ, ବଲିଉଡ଼ରେ ଶୋକର ଛାୟା
Advertisement

Yash chopra Wife passed away: ଆରପାରିରେ ୟଶ ଚୋପ୍ରାଙ୍କ ପତ୍ନୀ, ବଲିଉଡ଼ରେ ଶୋକର ଛାୟା

Yash chopra Wife passed away: ଆର ପାରିରେ ୟଶ ଚୋପ୍ରାଙ୍କ ପତ୍ନୀ  ପାମେଲା ଚୋପ୍ରା । ଗୁରୁବାର ଦିନ ତାଙ୍କର ଦେହାନ୍ତ ହୋଇଛି।  ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । 

ସୌ(ସୋସିଆଲ ମିଡିଆ)

Yash chopra Wife passed away: ୟଶ ଚୋପ୍ରାଙ୍କ (yash chopra) ପତ୍ନୀ ଓ ଆଦିତ୍ୟ ଚୋପ୍ରାଙ୍କ (Aditya chopra) ମାଆ ପାମେଲା ଚୋପ୍ରାଙ୍କର (Pamela Chopra) ଗୁରୁବାର ଦିନ ଦେହାନ୍ତ ହୋଇଛି।  ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ପାମେଲା ଚୋପ୍ରା ଜଣେ ପ୍ରସିଦ୍ଧ ପ୍ଲେ ବ୍ୟାକ ସିଙ୍ଗର ଥିଲେ। ସେ ଗୋଟିଏ ଚଳଚ୍ଚିତ୍ରରେ ଲେଖକ ଓ ପ୍ରଯୋଜକ ଭାବେ କାମ କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କିଛି ଦିନ ତଳେ ପାମେଲାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଫଳରେ ଦୀର୍ଘ ୧୫ ଦିନ ଧରି ତାଙ୍କୁ ମୁମ୍ବାଇ ସ୍ଥିତ ଲିଲାବତୀ ହସ୍ପିଟାଲରେ (Mumbai Lilavati Hospital) ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ପରେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସିନଥିଲା। ଫଳରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପାମେଲା ଚୋପ୍ରାଙ୍କ (Pamela Chopra) ମୃତ୍ୟୁ ପରେ ସମଗ୍ର ବଲିଉଡ଼ ଇଣ୍ତଷ୍ଟ୍ରିରେ (Bollywood Industry) ଶୋକର ଛାୟା ଖେଳିଯାଇଛି । ପାମଲେ ଚୋପ୍ରା ଜଣେ ଲେଖକ ଓ ଗାୟକ ଭାବରେ ଖାତି ଅର୍ଜନ କରିଥିଲେ । ସେ “କଭି କଭି ନୁରୀ”, “ଚାନ୍ଦନୀ”, “ଦିଲୱାଲେ ଦୁଲହାନିଆ ଲେ ଜୟେଙ୍ଗେ”, “ମୁଜସେ ଦୋସ୍ତି କାରୋଗେ” ଭଳି ଅନେକ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ।

ଗଣମାଧ୍ୟମ ସୂଚନା ଅନୁଯାୟୀ, ନିମୋନିଆ, ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ପାମେଲାଙ୍କ ବହୁ ଅଙ୍ଗ ଅକାମୀ ହୋଇପଡିଥିଲା । ତେବେ ଏହି ସବୁ କାରଣ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରକାଶ ଥାଉ କି, ପାମେଲା ୧୯୭୦ ମସିହାରେ ୟଶ ଚୋପ୍ରାଙ୍କୁ ବିବାହ କରିଥିଲେ। ୟଶ ରାଜ ଫିଲ୍ମସ (yash raj films) ଟ୍ୱିଟ୍ କରି ପାମେଲା ଚୋପ୍ରାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି । ପାମେଲାଙ୍କ ମୃତ୍ୟୁକୁ ନେଇ YRF ତରଫରୁ କରାଯାଇଥିବା ପୋଷ୍ଟରେ ଲେଖାଯାଇଛି ଯେ, 'ଭାରି ହୃଦୟ ସହିତ ଚୋପ୍ରା ପରିବାର ଆପଣଙ୍କୁ ସୂଚନା ଦେଉଛୁ ଯେ, ପାମେଲା ଚୋପ୍ରାଙ୍କର ଗୁରୁବାର ଦିନ ସକାଳେ 7୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ମୁମ୍ବାଇରେ ସକାଳ ୧୧ ଟାରେ ତାଙ୍କୁ ଶବଦାହ କରାଯାଇଛି। ଆପଣଙ୍କ ପ୍ରାର୍ଥନା ପାଇଁ ଆମେ କୃତଜ୍ଞ । ଚୋପ୍ରା ପରିବାରକୁ ଏହି ଦୁଃଖଦ ସମୟରେ ଗୋପନୀୟତା ପ୍ରଦାନ କରିବାକୁ ଅନୁରୋଧ କରୁଛୁ ।

 

 
 
 
 

 
 
 
 
 
 
 
 
 
 
 

A post shared by Yash Raj Films (@yrf)

ପାମେଲା ଚୋପ୍ରାଙ୍କୁ (Pamela Chopra) ଶେଷ ଥର ପାଇଁ YRF (yash raj films) ଡକ୍ୟୁମେଣ୍ଟାରୀ 'ଦ ରୋମାଣ୍ଟିକ୍ସ'ରେ (Yash chopra Documentary The Romantics) ଦେଖିବାକୁ ମିଳିଥିଲେ । ଏହି ଡକ୍ୟୁମେଣ୍ଟାରୀରେ ସେ ତାଙ୍କ ସ୍ୱାମୀ ଯଶ ଚୋପ୍ରା ଓ ତାଙ୍କ ଜୀବନର ଯାତ୍ରା ବିଷୟରେ ବଖାଣିଥିଲେ । ' ଦ ରୋମାଣ୍ଟିକ୍ସ'ରେ (The Romantics) ୟଶ ଚୋପ୍ରା (yash chopra) ବଲିଉଡ଼ ଚଳଚ୍ଚିତ୍ର ଜଗତ ପାଇଁ ତାଙ୍କ ଅବଦାନ ଉପରେ ଉଲ୍ଲେଖ କରିଥିଲେ ତାହା ନୁହେଁ ଏଥିରେ ପାମେଲାଙ୍କ ଅବଦାନ ଉପରେ ମଧ୍ଯ ଫୋକସ କରାଯାଇଥିଲା। ଏହି ଶୋ’ରେ ପାମେଲା ସେହି ଦିନ ଗୁଡ଼ିକୁ ମନେ ପକାଇଲେ ଯେତେବେଳେ ନିର୍ଦ୍ଦେଶକ ତାଙ୍କର ପ୍ରଥମ ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ ଅନେକ ରାତି ଅନିଦ୍ରା ହୋଇ ବିତାଇଥିଲେ ।

ଏହା ବି ପଢନ୍ତୁ-Samantha Ruth Prabhu: 'ଷ୍ଟାର ହିରୋଇନ୍ ଭାବେ ସମନ୍ଥାଙ୍କ କ୍ୟାରିୟର୍ ବର୍ତ୍ତମାନ ଶେଷ', ଏହି ଫିଲ୍ମ ନିର୍ମାତା କଲେ ଆଶ୍ଚର୍ଯ୍ୟଜନକ ଦାବି!