Sana Khan: ଇଫତାର ପାର୍ଟିରେ ସ୍ୱାମୀଙ୍କ ଉପରେ ଚିଡ଼ି ଗଲେ ସାନା, ଦେଖନ୍ତୁ ଭିଡ଼ିଓ
Advertisement

Sana Khan: ଇଫତାର ପାର୍ଟିରେ ସ୍ୱାମୀଙ୍କ ଉପରେ ଚିଡ଼ି ଗଲେ ସାନା, ଦେଖନ୍ତୁ ଭିଡ଼ିଓ

Sana Khan News In Odia: ଚାଲିଛି ପବିତ୍ର ‘ରମଜାନ୍‌ ମାସ’(Ramadan)। ଏହି ସମୟ ମଧ୍ୟରେ ମୁସଲମାନ ସମ୍ପ୍ରଦାୟର ଲୋକେ ଉପବାସ ବା ରୋଜା ରଖନ୍ତି । ଆଉ ଏଥିରୁ ବାଦ୍ ପଡିନି ବଲିଉଡ୍ । ପ୍ରତିବର୍ଷ ଭଳି, ଏହି ବର୍ଷ ମଧ୍ୟ ବାବା ସିଦ୍ଦିକିଙ୍କ ଦ୍ୱାରା ଏକ ଇଫତାର ପାର୍ଟିର (baba siddique iftar party) ଆୟୋଜନ କରାଯାଇଥିଲା । ଏହି ପାର୍ଟିରେ ସଲମାନ ଖାନଙ୍କ(Salman khan) ସମେତ ଏକାଧିକ ସେଲିବ୍ରେଟି ସାମିଲ ହୋଇଥିଲେ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Sana Khan News In Odia: ଚାଲିଛି ପବିତ୍ର ‘ରମଜାନ୍‌ ମାସ’(Ramadan)। ଏହି ସମୟ ମଧ୍ୟରେ ମୁସଲମାନ ସମ୍ପ୍ରଦାୟର ଲୋକେ ଉପବାସ ବା ରୋଜା ରଖନ୍ତି ।  ଆଉ ଏଥିରୁ ବାଦ୍ ପଡିନି ବଲିଉଡ୍ । ପ୍ରତିବର୍ଷ ଭଳି, ଏହି ବର୍ଷ ମଧ୍ୟ ବାବା ସିଦ୍ଦିକିଙ୍କ ଦ୍ୱାରା ଏକ ଇଫତାର ପାର୍ଟିର (baba siddique iftar party) ଆୟୋଜନ କରାଯାଇଥିଲା । ଏହି ପାର୍ଟିରେ ସଲମାନ ଖାନଙ୍କ(Salman khan) ସମେତ ଏକାଧିକ ସେଲିବ୍ରେଟି ସାମିଲ ହୋଇଥିଲେ । ଗର୍ଭବତୀ(pregnant) ଥିବା ଅଭିନେତ୍ରୀ ସାନା ଖାନ (Former Bigg Boss contestant Sana Khan)ମଧ୍ୟ ତାଙ୍କ ସ୍ୱାମୀ ମୁଫତି ଅନାସଙ୍କ ସହ ପାର୍ଟିରେ ପହଞ୍ଚିଥିଲେ( sana khan husband ), କିନ୍ତୁ ପାର୍ଟିରେ ପହଞ୍ଚିବା ସମୟରେ ଏଭଳି କିଛି ଘଟିଲା । ଯାହାକୁ ନେଇ ତାଙ୍କ ସ୍ବାମୀ ଟ୍ରୋଲର ଶୀକାର ହୋଇଥିଲେ(sana khan husband trolled )। ପରିସ୍ଥିତି ଏଭଳି ହୋଇଥିଲା ଯେ, ସୋସିଆଲ ମିଡିଆରେ (Social Viral)ସନାଙ୍କୁ ତାଙ୍କ ସ୍ବାମୀଙ୍କ ପାଇଁ ସଫେଇ ଦେବାକୁ ମଧ୍ୟ ପଡିଥିଲା । 
 
ଇଫତାର ପାର୍ଟିକୁ ( iftar party)ଆସୁଥିବା ସମସ୍ତ ସେଲିବ୍ରେଟିମାନେ କ୍ୟାମେରା ଆଗରେ ପୋଜ୍ ଦେଉଥିଲେ। ଏହି ସମୟରେ ସାନା ମଧ୍ୟ ସେଠାରେ ପହଞ୍ଚିଥିଲେ। କିନ୍ତୁ ସାନା ସେଠାରେ ଅଟକି ନ ଥିଲେ ଏବଂ ସ୍ୱାମୀ ଅନାସ ତାଙ୍କୁ ହାତ ଧରି ଟାଣି ନେଉଥିବାର ଦେଖାଯାଇଥିଲା |(actor Sana Khan) ସାନା (pregnant)ଗର୍ଭବତୀ ଥିବାରୁ ସେ ଠିକ୍ ଭାବରେ ଚାଲି ପାରୁନଥିଲେ। ସେ ଚାଲି ପାରିବେ ନାହିଁ ବୋଲି ସ୍ବାମୀଙ୍କୁ କହୁଛନ୍ତି ।  କିନ୍ତୁ ତାଙ୍କ ସ୍ବାମୀ ତାଙ୍କ କଥା ନ ଶୁଣିକି ଟାଣିକି ନେଇ ଯାଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଟ୍ରୋଲର ଶୀକାର ହୋଇଥିଲେ ସାନାଙ୍କ ସ୍ବାମୀ। 

 

Also Read: Sambalpur News: ସମ୍ବଲପୁର ସହରରେ କୋହଳ ହେଲା କର୍ଫ୍ୟୁ, ଆଜିବି ଠପ୍ ଇଣ୍ଟରନେଟ୍ ସେବା

Also Read: Puri News: ଆଜି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

'ମୁଁ ଚାଲି ପାରିବି ନାହିଁ...'
କେବଳ ସେତିକି ନୁହେଁ, ଇଫତାର ପାର୍ଟିରୁ ( iftar party) ବାହାରୁଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ସାନା ଗର୍ଭବତୀ ଥିବାରୁ ଠିକ୍ ଭାବରେ ଚାଲି ପାରୁ ନାହାଁନ୍ତି । କିନ୍ତୁ , ଅମଣିଷ ପରି ତାଙ୍କ ସ୍ବାମୀ ସାନାଙ୍କ ହାତ ଧରି ଜୋରେ ଟାଣି ନେଉଛନ୍ତି । ଧଇଁସଇଁ ହୋଇ ଯାଉଥିବା ସାନା ,ଆଉ ଚାଲି ପାରିବେ ନାହିଁ ବୋଲି କହୁଛନ୍ତି ,କିନ୍ତୁ ତାଙ୍କର ଏକଥାକୁ ସ୍ବାମୀ ଶୁଣି ମଧ୍ୟ ହେ ଜ୍ଞାନ କରି ତାଙ୍କୁ ଘୋଷାଡି ନେଉଛନ୍ତି। ତେବେ, ସାନା ଓ ତାଙ୍କ ସ୍ବାମୀଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଏହି ଭିଡିଓରେ କିଛି ୟୁଜର୍ସ ସାନାଙ୍କ ସ୍ବାମୀଙ୍କୁ କଟାକ୍ଷ କରିଛନ୍ତି । ଜଣେ ୟୁଜର୍ସ, ଲେଖିଛନ୍ତି 'ନିର୍ବୋଧ ଆଚରଣ' । ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି , 'ତାଙ୍କୁ ନିଶ୍ୱାସ ନେବାକୁ ଦିଅ' । ଏଥିସହିତ  ଆଉ ଜଣେ  ୟୁଜର୍ସ ' ମୁର୍ଖ ଆଚରଣ-ଗର୍ଭବତୀ ମହିଳାଙ୍କୁ କିଭିଳି ଟାଣୁଛ । '

ସାନା ତାଙ୍କ ସ୍ୱାମୀଙ୍କ ପାଇଁ ସ୍ପଷ୍ଟୀକରଣ ଦେଇଛନ୍ତି:
ଭାଇରାଲ ଭିଡିଓରେ ୟୁଜର୍ସଙ୍କ ଏଭଳି  କମେଣ୍ଟ ଦେଖିଲା ପରେ, ସାନା ସ୍ବାମୀଙ୍କ ପାଇଁ ସ୍ପଷ୍ଟୀକରଣ ଦେଇଛନ୍ତି।  ସାନା କହିଛନ୍ତି, 'ମୁଁ ଜାଣେ ଏହି ଭିଡିଓ  ସମସ୍ତଙ୍କୁ ଅଜବ ଲାଗୁଥାଇପାରେ। ପ୍ରକୃତ କଥା ହେଲା, ଯେତେବେଳେ ଆମେ ପାର୍ଟିରୁ ବାହାରିଥିଲୁ । ସେତେବେଳେ ଆମେ ଘରକୁ ଫେରିବା ପାଇଁ ଡ୍ରାଇଭର ସହ ଯୋଗାଯୋଗ କରିଥିଲୁ । କିନ୍ତୁ ତାହା ସମ୍ଭବ ହୋଇପାରି ନଥିଲା । ଫଳରେ ମୋତେ,ସେହି ସମୟରେ ଅସହଜ ଅନୁଭବ ହୋଇଥିଲା, ବସିବା ପାଇଁ କୌଣସି ସ୍ଥାନ ମିଳି ନଥିଲା। ସେଥିପାଇଁ ମୁଁ ମୋ ସ୍ବାମୀଙ୍କୁ କହିଥିଲି ମୋତେ ଜଲଦି ପୁଣି ଥରେ ପାର୍ଟି ଭିତରକୁ ନେଇଯାଅ,ସେଠାରେ ମୁଁ ଟିକେ ଆରାମ କରିବି । ମୁଁ ହିଁ ତାଙ୍କୁ ଶୀଘ୍ର ଚାଲିବାକୁ କହିଥିଲି । ଦୟାକରି ଏହାକୁ ଭୁଲ ଭାବରେ ଗ୍ରହଣ କରନ୍ତୁ ନାହିଁ। '