Vikram Gokhale Health Update: ରାଗିଗଲେ ବରିଷ୍ଠ ଅଭିନେତାଙ୍କ ପତ୍ନୀ,କହିଲେ ମୋ ସ୍ୱାମୀ ବଞ୍ଚି ବଞ୍ଚି ଥାଉଥାଉ ମାରିଦିଅନି
Advertisement

Vikram Gokhale Health Update: ରାଗିଗଲେ ବରିଷ୍ଠ ଅଭିନେତାଙ୍କ ପତ୍ନୀ,କହିଲେ ମୋ ସ୍ୱାମୀ ବଞ୍ଚି ବଞ୍ଚି ଥାଉଥାଉ ମାରିଦିଅନି

Vikram Gokhale Health Update: ବଲିଉଡ୍ ଅଭିନେତା ବିକ୍ରମ ଗୋଖଲେ। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛ ବୋଲି କୁହାଯାଉଛି। ତାଙ୍କୁ ଗତ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଅଭିନେତାଙ୍କ ଅବସ୍ଥା ଗୁରୁତର ରହିଛି। ଡାକ୍ତରମାନେ ମଧ୍ୟ ତାଙ୍କ ଅବସ୍ଥା ଉପରେ ନିରନ୍ତର ନଜର ରଖିଛନ୍ତି।

ସୌଜନ୍ୟ : ସୋସିଆଲ ମିଡିଆ

Vikram Gokhale Health Update: ବଲିଉଡ୍ ଅଭିନେତା ବିକ୍ରମ ଗୋଖଲେ।  ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛ ବୋଲି କୁହାଯାଉଛି। ତାଙ୍କୁ ଗତ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଅଭିନେତାଙ୍କ ଅବସ୍ଥା ଗୁରୁତର ରହିଛି। ଡାକ୍ତରମାନେ ମଧ୍ୟ ତାଙ୍କ ଅବସ୍ଥା ଉପରେ ନିରନ୍ତର ନଜର ରଖିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ କ୍ରମାଗତ ଭାଇରାଲ ହୋଇଥିଲା।  ଏଭଳି ପରିସ୍ଥିତିରେ ମୁହଁ ଖୋଲିଛନ୍ତି  ବିକ୍ରମ ଗୋଖଲେଙ୍କ ପତ୍ନୀ ଓ ଝିଅ । ସେ ପୁରା ଘଟଣା ସାମ୍ନାକୁ ଆଣିଛନ୍ତି । ତାଙ୍କ ପତ୍ନୀ କହିଛନ୍ତି ଯେ,'ଗତ ୨୪ ଘଣ୍ଟା ହେବ ତାଙ୍କ ଅବସ୍ଥା ଜଟିଳ ରହିଛି, ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇଯାଇଛି । ଏବଂ ତାଙ୍କ ମୃତ୍ୟୁ ଖବର ଏକ ଗୁଜବ ।'

ନଭେମ୍ବର ୫ ତାରିଖରୁ ହସ୍ପିଟାଲରେ ହୋଇଛନ୍ତି ଭର୍ତ୍ତୀ :
ନଭେମ୍ବର ୫ ତାରିଖରୁ ବିକ୍ରମ ଗୋଖଲେଙ୍କୁ ପୁଣେର ଦେନାଥ ମଙ୍ଗେଶକର ଡାକ୍ତରଖାନା(Deenanath Mangeshkar Hospital ) ରେ ଭର୍ତ୍ତି କରାଯାଇଛି। ତାଙ୍କ ପତ୍ନୀ ଭ୍ରୁଶାଲି ଗୋଖଲେ ସୂଚନା ଦେଇଛନ୍ତି ଯେ, 'ତାଙ୍କ ଶରୀର କିଛି ଅଙ୍ଗ କାମ କରୁନି, ଆମେ ତାଙ୍କ ଶରୀରରକୁ ଛୁଇଁଲେବି ସେ କୌଣସି ପ୍ରକାର ପ୍ରତିକ୍ରିୟା ଦେଉ ନାହାଁନ୍ତି । ସେ ଡାକ୍ତରଖାନାରେ ଅଛନ୍ତି,  ଗୁରୁବାର ସକାଳେ ଡାକ୍ତରମାନେ ପରବର୍ତ୍ତୀ ସମୟରେ କଣ କରିବେ ତାହା ସ୍ଥିର କରିବେ। ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଘଟିଥିଲା।'

ହୃଦୟ ଏବଂ କିଡନୀ ସମସ୍ୟାରେ ପୀଡିତ ବିକ୍ରମ ଗୋଖଲେ:
ବିକ୍ରମ ଗୋଖଲେଙ୍କର ହୃଦୟ ଏବଂ କିଡନୀ ସମସ୍ୟା ରହିଛି। ବର୍ତ୍ତମାନ ତାଙ୍କ ଅଙ୍ଗଗୁଡ଼ିକ କାମ କରିବା ବନ୍ଦ କରି ଦେଇଛି। ବିକ୍ରମ ଗୋଖଲେଙ୍କ ଝିଅ ମଧ୍ୟ ତାଙ୍କ ମୃତ୍ୟୁ ଖବର ପ୍ରଚାର ନ କରିବାକୁ ବାରଣ କରିଛନ୍ତି । ଏବଂ ତାଙ୍କ ପିତାଙ୍କ ସୁରକ୍ଷା ବିଷୟରେ କହିଛନ୍ତି। ବିକ୍ରମ ଗୋଖଲେ ସପୋର୍ଟ ସିଷ୍ଟମରେ ଅଛନ୍ତି।

ଗୁଜବ ବ୍ୟାପିଗଲା :
ଗୋଖଲେଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ପ୍ରଚାରିତ ହେବା ମାତ୍ରେ ଅନେକ ସେଲିବ୍ରେଟ୍ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଛନ୍ତି। କହିବାକୁ ଗଲେ ସୋସିଆଲ୍‌ ମିଡିଆରେ ସେଲେବ୍‌ ଠାରୁ ଆରମ୍ଭ କରି ତାଙ୍କ ଫ୍ୟାନ୍ସ ସଭିଏଁ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ସେଥିମଧ୍ୟରୁ ଏଥିରେ ଅଜୟ ଦେବଗନ୍, ମୁକେଶ ଛାବ୍ରା, ନୱାଜୁଦ୍ଦିନ ସିଦ୍ଦିକିଙ୍କ ସମେତ ଅନେକ ତାରକା ଅଛନ୍ତି । ବିକ୍ରମଙ୍କ ଝିଅ ଓ ପତ୍ନୀ ଲୋକମାନଙ୍କୁ ଏପରି କୌଣସି ଖବରକୁ ବିଶ୍ୱାସ ନ କରିବାକୁ କହିଛନ୍ତି। ଡାକ୍ତରମାନେ ବିକ୍ରମ ଗୋଖଲେଙ୍କ ସ୍ୱାସ୍ଥ୍ୟରେ ଶୀଘ୍ର ଉନ୍ନତି ଦେଖିବେ ବୋଲି ଆଶା କରାଯାଉଛି।

ଏହାବି ପଢନ୍ତୁ : Actress Urvashi Rautela: ଭୋଜପୁରୀରେ ଏଣ୍ଟ୍ରି କଲେ ଉର୍ବଶୀ, 'ରାଜା ଜୀ' ଗୀତରେ ଲଗାଇଲେ ଠୁମକା

ଏହାବି ପଢନ୍ତୁ : Disha Salian Death Case Update: ଅଢେଇ ବର୍ଷ ପରେ ପଦାକୁ ଆସିଲା ସାଂଘାତିକ ସତ, କେମିତି ହୋଇଥିଲା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜରର ମୃତ୍ୟୁ ?