Happy Birthday Varun Dhawan: କେବେ ଲଣ୍ଡନର ନାଇଟ୍ କ୍ଲବରେ ବିକୁଥିଲେ ମଦ! ଆଜି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ
Advertisement

Happy Birthday Varun Dhawan: କେବେ ଲଣ୍ଡନର ନାଇଟ୍ କ୍ଲବରେ ବିକୁଥିଲେ ମଦ! ଆଜି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ

Happy Birthday Varun Dhawan: ଖୁବ କମ୍ ସମୟରେ ମଧ୍ୟରେ ବରୁଣ ଧାୱନ ବଲିଉଡ଼ ଇଣ୍ତଷ୍ଟ୍ରିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଅଭିନେତା ଏକ ସାକ୍ଷାତକାରରେ କହିଥିଲେ ଯେ, “ତାଙ୍କ ପିତା ସବୁବେଳେ ନିଜ ଚେଷ୍ଟାରେ ଆଗକୁ ବଢିବା ଲାଗି ତାଙ୍କୁ ପ୍ରେରଣା ଦେଉଥିଲେ” । ନିଜର ଚେଷ୍ଟା ବଳରେ ବରୁଣ ଆଜି ସଫଳତାର ଶୀର୍ଷରେ ପହଁଞ୍ଚିଛନ୍ତି । 

ସୌ(ସୋସିଆଲ ମିଡିଆ)

Happy Birthday Varun Dhawan: ୨୦୧୨ ମସିହାରେ “ଷ୍ଟୁଡ଼େଣ୍ଟ ଅଫ ଦି ଇୟର” (student of the year) ଫିଲ୍ମ ଜରିଆରେ ଜୁନିୟର ଧାୱନ ବଲିଉଡ଼ରେ ଡ଼େବ୍ୟୁ କରିଥିଲେ । ଖୁବ କମ୍ ସମୟରେ ମଧ୍ୟରେ ବରୁଣ ଧାୱନ (varun dhawan) ବଲିଉଡ଼ ଇଣ୍ତଷ୍ଟ୍ରିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଅଭିନେତା ଏକ ସାକ୍ଷାତକାରରେ କହିଥିଲେ ଯେ, “ତାଙ୍କ ପିତା ସବୁବେଳେ ନିଜ ଚେଷ୍ଟାରେ ଆଗକୁ ବଢିବା ଲାଗି ତାଙ୍କୁ ପ୍ରେରଣା ଦେଉଥିଲେ” । ନିଜର ଚେଷ୍ଟା ବଳରେ ବରୁଣ ଆଜି ସଫଳତାର ଶୀର୍ଷରେ ପହଁଞ୍ଚିଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ବଲିଉଡ଼କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ଆଜି ଅଭିନେତା ନିଜର ୩୬ତମ ଜନ୍ମଦିନ ଅଟେ । ୧୯୮୭ ମସିହା ଏପ୍ରିଲ ମାସ ୨୪ ତାରିଖରେ ବରୁଣ ମୁମ୍ବାଇରେ (Mumbai) ଜନ୍ମଗ୍ରହଣ କରିଥିଲେ । ତେବେ ଜନ୍ମଦିନରେ ଆସନ୍ତୁ ଜାଣିବା ଅଭିନେତାଙ୍କୁ ନେଇ କିଛି ଅଜଣା କଥା ।

ଆଜି ବରୁଣ ଧାୱନ ନିଜର ୩୬ତମ ଜନ୍ମଦିନ (Happy Birthday Varun Dhawan) ପାଳନ କରୁଛନ୍ତି। ଦର୍ଶକ ବରୁଣଙ୍କ ଅଭିନୟରେ ଗୋବିନ୍ଦାଙ୍କ (govinda) ପ୍ରତିଛବି ଦେଖିଥାଆନ୍ତି । ଅଭିନେତା ସୁପରଷ୍ଟାର ଗୋବିନ୍ଦାଙ୍କୁ ତାଙ୍କର ଆଦର୍ଶ ମାନନ୍ତି। ମିଡି଼ଆ ରିପୋର୍ଟ ଅନୁଯାୟୀ, ଏକ ଫିଲ୍ମ ବ୍ୟାକଗ୍ରାଉଣ୍ତରେ ବରୁଣଙ୍କ ଜନ୍ମ ହୋଇଥିଲେ ମଧ୍ୟ ପିତା ଡେଭିଡ଼ ଧାୱନ (David Dhawan) ବରୁଣଙ୍କୁ ନିଜ ହୋମ ପ୍ରଡକ୍ସନ୍ ରେ ଲଞ୍ଚ କରିବାକୁ ମନା କରିଦେଇଥିଲେ। ସେ ଚାହୁଁଥିଲେ ବରୁଣ ନିଜ ଉଦ୍ୟମ ବଳରେ ବଲିଉଡ଼ରେ କାମ ପାଆନ୍ତୁ । ପରେ ବରୁଣ କରଣ ଜୋହରଙ୍କ (Karan Johar) ଚଳଚ୍ଚିତ୍ର 'ଷ୍ଟୁଡେଣ୍ଟ ଅଫ୍ ଦି ଇୟର' (student of the year ) ମାଧ୍ୟମରେ ବଲିଉଡ଼ରେ ପାଦ ଥାପିଥିଲେ। ଏହି ଚଳଚ୍ଚିତ୍ରରେ ବରୁଣଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା। ଏହି ଚଳଚ୍ଚିତ୍ର ପରେ ପ୍ରଶଂସକ ତାଙ୍କୁ ଚକୋଲେଟ୍ ବଏର ଆଖ୍ୟା ଦେଇଥିଲେ। କିନ୍ତୁ ଫିଲ୍ମ 'ବାଦଲାପୁର'ରେ (Badlapur) ସେ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରରେ ନଜର ଆସିଥିଲେ । ତେବେ ଏହି ଚରିତ୍ରକୁ ମଧ୍ଯ ବେଶ ପସନ୍ଦ କରିଥିଲେ ଦର୍ଶକ । ବରୁଣ ନଟିଂହାମ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ କରିଛନ୍ତି। ସୁଚନା ଅନୁଯାୟୀ, ପାଠ ପଢୁଥିବା ସମୟରେ ସେ ଲଣ୍ଡନର ଏକ ନାଇଟ୍ କ୍ଲବରେ ପାର୍ଟ ଟାଇମ୍ ପାଇଁ ମଦ ବିକ୍ରି କରୁଥିଲେ । ବରୁଣ ପିଲାଦିନରୁ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଚାହୁଁଥିଲେ। ସେ ତାଙ୍କ ପିଲାଦିନର ବନ୍ଧୁ ନତାଶା ଦଲାଲଙ୍କୁ (Natasha Dalal) ବିବାହ କରିଛନ୍ତି। ଉଭୟଙ୍କ ପିଲା ଦିନର ବନ୍ଧୁତ୍ବ ପ୍ରେମରେ ପରିଣତ ହୋଇଥିଲା ପରେ ସେମାନେ ୨୦୨୧ ମସିହାରେ ପରସ୍ପରକୁ ଜୀବନ ସାଥି କରିଥିଲେ । ପ୍ରକାଶ ଥାଉ ଯେ, ଅଭିନୟ କରିବା ପୂର୍ବରୁ ବରୁଣ ୨୦୧୦ ମସିହାରେ କରଣ ଜୋହରଙ୍କ ଫିଲ୍ମ 'ମାଇଁ ନେମ ଇଜ ଖାନଁ’ରେ (My name is khan) ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ, ଅନେକ ସଂଘର୍ଷ ପରେ, ସେ ବଲିଉଡ଼ରେ ପ୍ରବେଶ କରିଥିଲେ।

ପ୍ରକାଶ ଥାଉ କି, ନିକଟରେ ବରୁଣ ବାପା (varun dhawan baby) ହେବା ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା (Varun Dhawan Natasha viral video) ଜୋର ଧରିଥିଲା । ଭାଇରାଲ ଭିଡିଓରେ ନତାଶା ଦଲାଲ (Natasha dalal) ଏକ କ୍ଲିନିକ ବାହାରେ ନଜର ଆସିଥିଲେ । ତେବେ ଏହି ଭିଡ଼ିଓ ଭାଇରାଲ ହେବା ପରେ ଲୋକେ ଅଭିନେତା ବାପା ହେବା ନେଇ କଳ୍ପନା ଜଳ୍ପନା ଆରମ୍ଭ କରିଥିଲେ କିନ୍ତୁ ପରେ ଏହି ଭିଡ଼ିଓର ସତ୍ୟତା ସାମ୍ନାକୁ ଆସିଥିଲା ।