Ranbir Kapoor Birthday : ରଣବୀରଙ୍କ ପାଇଁ ଏମିତି କିଛି ପୋଷ୍ଟ କଲେ ମାଆ ନିତୁ
Advertisement
Article Detail0/zeeodisha/odisha1371978

Ranbir Kapoor Birthday : ରଣବୀରଙ୍କ ପାଇଁ ଏମିତି କିଛି ପୋଷ୍ଟ କଲେ ମାଆ ନିତୁ

ଆଜି ବଲିଉଡ ଅଭିନେତା ରଣବୀର କପୁରଙ୍କ ଜନ୍ମଦିନ(Ranbir Kapoor Birthday) । ୪୧ ବର୍ଷରେ ପଦାର୍ପଣ କରିଛନ୍ତି ଅଭିନେତା । ଏ ଅବସରରେ ତାଙ୍କ ପାଖକୁ ଫ୍ୟାନ୍ସ ଓ ସେଲିବ୍ରେଟିଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି ।  

  • Ranbir Kapoor Birthday : ଆଜି ବଲିଉଡ ଅଭିନେତା ରଣବୀର କପୁରଙ୍କ ଜନ୍ମଦିନ(Ranbir Kapoor Birthday) । ୪୧ ବର୍ଷରେ ପଦାର୍ପଣ କରିଛନ୍ତି ଅଭିନେତା । ଏ ଅବସରରେ ତାଙ୍କ ପାଖକୁ ଫ୍ୟାନ୍ସ ଓ ସେଲିବ୍ରେଟିଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି ।  ଜନ୍ମଦିନ ଅବସରରେ ରଣବୀରଙ୍କ ମାଆ ନୀତୁ କପୁର ପୁଅ ପାଇଁ  ସୋସିଆଲ ମିଡିଆରେ ଏମିତି କିଛି ପୋଷ୍ଟ କରିଛନ୍ତି । ସେ ନଜ ଇନଷ୍ଟା ଷ୍ଟାଟର୍ସରେ ରଣବୀରଙ୍କ ପାଇଁ କିଛି ପୋଷ୍ଟ କରିଛନ୍ତି । ନିତୁ ନିଜ ପୋଷ୍ଟରେ ଲେଖିଛନ୍ତି ଯେ,“ଜନ୍ମଦିନର ଶୁଭେଚ୍ଛା, ତୁମେ ମୋର ଭଲ ବନ୍ଧୁ, ମୋର ଶକ୍ତି ଅସ୍ତ୍ର ”। ସୋସିଆଲ ମିଡିଆରେ ମଧ୍ୟ ରଣବୀରଙ୍କ ଭଉଣୀ ରିଦ୍ଦିମା କପୁର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ରଣବୀର ତାଙ୍କ ବାପାଙ୍କ ଏକ ଫଟୋ ଧରିଛନ୍ତି । “ ହାପିଏଷ୍ଟ ବାର୍ଥ ଡେ ବେବି ବ୍ରୋ ”ବୋଲି ଲେଖିଛନ୍ତି । ରଣବୀର କପୁର ଚଳିତ ବର୍ଷ ଏପ୍ରିଲରେ ତାଙ୍କ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ବିବାହ କରିଥିଲେ। କିଛି ମାସ ପୂର୍ବେ, ଏହି ଦମ୍ପତି ଘୋଷଣା କଲେ ଯେ ସେମାନଙ୍କ ଘରକୁ ଏକ ନୂଆ ଅତିଥି ଆସିବାକୁ ଯାଉଛି । ତେବେ, ରଣବୀରଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର ମଧ୍ୟ ଚଳିତ ମାସରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଯାହା ବକ୍ସ ଅଫିସରେ ହିଟ କରିଛି ।

  •  ୧୯୮୨ ମସିହା ୨୮ ସେପ୍ଟେମ୍ବରରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ରଣବୀର ।  ଅଭିନେତା ଋଷି କପୁର ଓ ଅଭିନେତ୍ରୀ ନୀତୁ ସିଂଙ୍କ ପୁଅ ହେଉଛନ୍ତି ରଣବୀର ।  ରଣବୀର ଚଳଚ୍ଚିତ୍ର ଜଗତକୁ ନିଜର ପେଶା ଭାବରେ ଗ୍ରହଣ କରିବା ପାଇଁ ସ୍କୁଲ ଅଫ୍ ଭିଜୁଆଲ୍ ଆର୍ଟ୍‌ସ୍‌ ଏବଂ ଲି ଷ୍ଟାସ୍‌ବର୍ଗ ଥିଏଟର ଆଣ୍ଡ୍ ଫିଲ୍ମ ଇନିଷ୍ଟିଚିଉଟ୍‌ରୁ ଶିକ୍ଷା ଗ୍ରହଣ କରିଥିଲେ । ୨୦୦୫ ମସିହରେ ରଣବୀର ନିର୍ଦ୍ଦେଶକ ସଞ୍ଜୟ ଲୀଳା ବଂଶାଳୀଙ୍କର ସ‌ହ କାର୍ଯ୍ୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜଣେ ସ‌ହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ସେ ୨୦୦୭ ମସିହାରେ ସାବରିଆ କଥାଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ଲୀଳା ବଂଶାଳୀ । ମାତ୍ର ଏହି କଥାଚିତ୍ରଟି ସଫଳ ହୋଇପାରିନଥିଲା । ତ‌ଥାପି ଏହି କଥାଚିତ୍ରଟି ପାଇଁ ରଣବୀରଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତ ନାୟକ ପୁରସ୍କାର ମିଳିଥିଲା ।  ଏହାପରେ ୨୦୦୯ ମସିହାର ରଣବୀରଙ୍କର କଥାଚିତ୍ର ୱେକ୍ ଅପ୍ ସିଡ୍, ଅଜବ୍‌ ପ୍ରେମ୍ କି ଗଜବ୍ କାହାନୀ, ରକେଟ୍ ସିଂହ: ସେଲ୍‌ସ୍‌ମ୍ୟାନ୍ ଅଫ୍ ଦି ଇଅର ସଫଳ ହୋଇଥିଲା ।
  • ଏହାବି ପଢନ୍ତୁ :  Lata Mangeshkar : ଲତାଙ୍କୁ ମନେ ପକାଇ ଭାବ ବିହ୍ବଳ ହେଲେ ପିଏମ ମୋଦି, ଦେଲେ ଏହି ବଡ ବୟାନ୍
  •  
  • ୨୦୧୧ର କଥାଚିତ୍ର ରକ୍‌ଷ୍ଟାର୍ ଏବଂ ୨୦୧୨ର କଥାଚିତ୍ର ବର୍ଫି ରଣବୀରଙ୍କୁ ଲଗାତାର ଦୁଇଟି ଫିଲ୍ମ‌ଫେୟାର ପୁରସ୍କାର ଆଣିଦେଇଥିଲା । ଏହି ଦୁଇଟି କଥାଚିତ୍ର ପାଇଁ ସେ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ । ଏହପରେ ୨୦୧୩ରେ ରଣବୀରଙ୍କର ଚଳଚ୍ଚିତ୍ର ୟେଃ ଯବାନୀ ହୈ ଦିୱାନୀ ବ‌ହୁତ ଆୟ କରିଥିଲା ।  ହିନ୍ଦୀ କଥାଚିତ୍ର ଜଗତରେ ରଣବୀରଙ୍କୁ ଜଣେ ସଫଳ ନାୟକ ଭାବରେ ସ୍ଥାନିତ କରିଥିଲା । ଏହାପରେ ତାଙ୍କର କିଛି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିପାରିନଥିଲା ଏବଂ ୨୦୧୬ ମସିହାରେ ଏ ଦି୍ଲ ହୈ ମୁକ୍ସିଲ୍ ଚଳଚ୍ଚିତ୍ର ଭଲ ଆୟ କରିଥିଲା ।
  •  

Trending Photos

ସୌଜନ୍ୟ : ସୋସିଆଲ ମିଡିଆ

Ranbir Kapoor Birthday : ଆଜି ବଲିଉଡ ଅଭିନେତା ରଣବୀର କପୁରଙ୍କ ଜନ୍ମଦିନ(Ranbir Kapoor Birthday) । ୪୧ ବର୍ଷରେ ପଦାର୍ପଣ କରିଛନ୍ତି ଅଭିନେତା । ଏ ଅବସରରେ ତାଙ୍କ ପାଖକୁ ଫ୍ୟାନ୍ସ ଓ ସେଲିବ୍ରେଟିଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି ।