Ram Setu Box Office Collection Day 2: ବକ୍ସ ଅଫିସରେ କାହିଁକି ବଢୁଛି 'ରାମସେତୁ'ର କ୍ରେଜ୍, ଦ୍ବିତୀୟ ଦିନରେ ଏତିକି କୋଟି କଲା କଲେକସନ
Advertisement
Article Detail0/zeeodisha/odisha1412692

Ram Setu Box Office Collection Day 2: ବକ୍ସ ଅଫିସରେ କାହିଁକି ବଢୁଛି 'ରାମସେତୁ'ର କ୍ରେଜ୍, ଦ୍ବିତୀୟ ଦିନରେ ଏତିକି କୋଟି କଲା କଲେକସନ

Ram Setu Box Office Collection Day 2: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ରାମସେତୁ'(Ram Setu )। ବକ୍ସ ଅଫିସରେ ଧମାଲ ମଚାଉଛି ଏହି ଫିଲ୍ମ । ଫିଲ୍ମଟି ପ୍ରଥମ ଦିନରେ ୧୫.୨୫ କୋଟି ଇନକମ କରିଥିବା ବେଳେ ଦ୍ବିତୀୟ ଦିନରେ ମଧ୍ୟ ଭଲ ରୋଜଗାର କରିଛି ।

ସୌଜନ୍ୟ : ସୋସିଆଲ ମିଡିଆ

Ram Setu Box Office Collection Day 2:  ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ରାମସେତୁ'(Ram Setu )। ବକ୍ସ ଅଫିସରେ ଧମାଲ ମଚାଉଛି ଏହି ଫିଲ୍ମ । ଫିଲ୍ମଟି ପ୍ରଥମ ଦିନରେ ୧୫.୨୫ କୋଟି ଇନକମ କରିଥିବା ବେଳେ ଦ୍ବିତୀୟ ଦିନରେ ମଧ୍ୟ ଭଲ ରୋଜଗାର କରିଛି । ବକ୍ସ ଅଫିସ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ 'ରାମସେତୁ'୨୫-୩୦ ପ୍ରତିଶତ ଆଡଭାନ୍ସ ଟିକେଟ ବୁକିଂ ହ୍ରାସ ପାଇଛି । ଦ୍ବିତୀୟ ଦିନରେ ଫିଲ୍ମଟି ୧୧ କୋଟି ନେଟ ସଂଗ୍ରହ କରିଛି । ଦୁଇ ଦିନ ମଧ୍ୟରେ ରାମସେତୁକୁ ୨୬ କୋଟି  କଲେକସନ କରିଛି ବୋଲି ଚର୍ଚ୍ଚା ହେଉଛି । ଏହାପୂର୍ବରୁ ଅକ୍ଷୟ ତିନୋଟି ଫିଲ୍ମ ଚଳିତ ବର୍ଷ ରିଲିଜ୍ ହୋଇଛି । ବଚ୍ଚନ ପାଣ୍ଡେ, ସମ୍ରାଟ ପୃଥ୍ବୀବିରାଜ୍,ରକ୍ସା ବନ୍ଧନ ଓ କଟପୁଟଲି । କିନ୍ତୁ ସମସ୍ତଙ୍କ ନଜର ଫିଲ୍ମ 'ରାମସେତୁ' ଉପରେ ରହିଛି । ଯଦିଓ  'ରାମସେତୁ'ର ଆଡଭାନ୍ସ ବୁକିଂ କମ ରହିଛି ହେଲେ ଥିଏଟରରେ ଦର୍ଶକଙ୍କ ଭିଡ ଜମୁଛି । ସେପଟେ 'ଥ୍ୟାଙ୍କଗଡ' ଫିଲ୍ମଟି ମଧ୍ୟ ଦ୍ବିତୀୟ ଦିନରେ ମାତ୍ର ୬ କୋଟି କଲେକସନ କରିଛି । 

ଦୀପାବଳୀ ଅବସରରେ ଗୋଟିଏ ଦିନରେ ୨ଟି ହିନ୍ଦି ସିନେମା ପରଦାକୁ ଆସିଛି । ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ 'ଥ୍ୟାଙ୍କଗଡ' ଓ ଖିଲାଡି କୁମାରଙ୍କ ଅଭିନୀତ ଫିଲ୍ମ 'ରାମସେତୁ' । ବକ୍ସ ଅଫିସରେ 'ଥ୍ୟାଙ୍କଗଡ'କୁ ଟକ୍କର ଦେଉଛି ରାମସେତୁ । ପ୍ରଥମ ଦିନରେ 'ଥ୍ୟାଙ୍କଗଡ'  ୮ରୁ୧୦ କୋଟି ଟଙ୍କା ରୋଜଗାର କରିଥିବା ବେଳେ 'ରାମସେତୁ' ୧୫ କୋଟି ରୋଜଗାର କରିଥିଲା ।  ରାମସେତୁ' ଏକ ଆକ୍ସନ୍ ଏବଂଥ୍ରୀଲର୍ ଫିଲ୍ମ । ଟ୍ରେଲରେ ଦେଖିବାକୁ ମିଳିଥିଲା ଯେ, ଏହି ଦେଶ ରାମଙ୍କ ନାମରେ ଚାଲିଥାଏ। କିନ୍ତୁ ରାମସେତୁକୁ ଭାଙ୍ଗିବା ପାଇଁ ସରକାର ସୁପ୍ରିମକୋର୍ଟଙ୍କ ଅନୁମତି ମାଗିଛନ୍ତି। ଏସବୁ ମଧ୍ୟରେ ଅକ୍ଷୟ କୁମାରଙ୍କୁ 'ରାମସେତୁ'ର ସନ୍ଧାନରେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି, ତାହାର ଝଲକ୍ ଟ୍ରେଲରରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ର 'ରାମସେତୁ'ର କାହାଣୀ ଜଣେ ପ୍ରତ୍ନତତ୍ତ୍ୱବିତଙ୍କ ଉପରେ ଆଧାରିତ। ଅକ୍ଷୟ କୁମାର ଏହି ଚରିତ୍ରରେ ଅଭିନୟ କରିଛନ୍ତି। ତେବେ ରାମସେତୁ ଅଛି କି ନାହିଁ ତା’ର ଅନୁସନ୍ଧାନ ପାଇଁ ତାଙ୍କୁ ପଠାଯାଇଛି।  ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି  ଅଭିଷେକ ଶର୍ମା।

ଏହାବି ପଢନ୍ତୁ :Happy Birthday Anuradha Paudwal: ଦିନେ ଷ୍ଟୁଡିଓରେ ଅପମାନିତ ହୋଇଥିଲେ ଅନୁରାଧା, ଆଉ ପରେ ନେଇଥିଲେ ଏଭଳି କିଛି ନିଷ୍ପତ୍ତି

ଯଦି ଆମେ ଅକ୍ଷୟଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ଅକ୍ଷୟଙ୍କୁ ଶେଷ ଥର ପାଇଁ ଫିଲ୍ମ କଟପୁତଲି(Rakul Preet Singh)ରେ ରକୁଲ ପ୍ରିତଙ୍କ ସହ ଦେଖିବାକୁ ମିଳିଥିଲା ।  ସେହିପରି ଆଗାମୀ ଦିନରେ ଫିଲ୍ମ ବଡେ ମିଆଁ ଛୋଟେ ମିଆଁ (Bade Miyan Chote Miyan )ରେ ସେ ଟାଇଗଲ ସରାଫଙ୍କ ସହ ନଜର ଆସିବେ। ତାଙ୍କ ପାଖରେ ଗୋରଖା(Gorkha) ଚଳଚ୍ଚିତ୍ର ମଧ୍ୟ ଅଛି । ରାମସେତୁ ବ୍ୟତିତ ସେ ସେଲଫି, ସୋରାରାଇ,ପୋଟରୁ ରିମେକ୍, ଓମାଇଗଡ ୨(OMG 2), ଜଲିଏଲଏଲବି ୩,ସ୍କାଏଫୋର୍ଟ, ଖେଲ ଖେଲ ମେଁ ଓ ହେରାଫେରି ୩ରେ ନଜର ଆସିବେ । ଚଳିତ ବର୍ଷ ତାଙ୍କ ଫିଲ୍ମ(Samrat Prithviraj) ସମ୍ରାଟ ପୃଥ୍ବୀରାଜ୍  ରିଲିଜ୍ ହୋଇଥିଲା। ଚଳିତ ବର୍ଷ ଜୁନ୍ ୨ରେ ପରଦାକୁ ଆସିଥିଲା।  ଫିଲ୍ମର ବଜେଟ ୧୫୦ ୩୦୦ କୋଟି ରହିଥିଲା । ଫିଲ୍ମଟି ବକ୍ସ ଅଫିସରେ ୯୦.୩୨ କୋଟି ରୋଜଗାର କରିଥିଲା। ଫିଲ୍ମରେ ଅକ୍ଷୟଙ୍କ ସହ ନାୟିକା ଭୂମିକାରେ ନଜର ଆସିଥିଲେ ୨୦୧୭ର ମିସ୍ ୱାଲର୍ଡ ମାନୁସୀ ଚ୍ଛିଲ୍ଲର୍ (Manushi Chhillar) । ଯାହା ଏକ ଐତିହାସିକ କାହାଣୀ ଉପରେ ଆଧାରିତ ହୋଇଥିଲା ।