Ram Setu Box Office Collection Day 1: ବକ୍ସ ଅଫିସରେ 'ଥ୍ୟାଙ୍କଗଡ'କୁ ପଛରେ ପକାଇଲା 'ରାମସେତୁ', ପ୍ରଥମ ଦିନରେ ଇନକମ୍ କଲା ଏତିକି କୋଟି
Advertisement

Ram Setu Box Office Collection Day 1: ବକ୍ସ ଅଫିସରେ 'ଥ୍ୟାଙ୍କଗଡ'କୁ ପଛରେ ପକାଇଲା 'ରାମସେତୁ', ପ୍ରଥମ ଦିନରେ ଇନକମ୍ କଲା ଏତିକି କୋଟି

Ram Setu Box Office Collection Day 1: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ରାମସେତୁ' । ଫିଲ୍ମଟି ୨୫ରେ ରିଲିଜ ହୋଇଛି । ଫିଲ୍ମର ଲିଡ୍ ରୋଲରେ ନଜର ଆସିଛନ୍ତି ଖିଲାଡି କୁମାରଙ୍କ ,ଜ୍ୟାକଲିନ ଫର୍ଣ୍ଣାଡିଜ୍ (Jacqueline Fernandez )ଙ୍କ ସହ ନୁସରତ ଭରୁଚ୍ଚା ( Nushrratt Bharuccha)। ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର ଓ ମଧ୍ୟ ଭାରତ ଭଳି ରାଜ୍ୟରେ ଏହି ଚଳଚ୍ଚିତ୍ରକୁ ଭଲ ପ୍ରତିକ୍ରିୟା ମିଳିଛି ।

ସୌଜନ୍ୟ : ସୋସିଆଲ ମିଡିଆ

Ram Setu Box Office Collection Day 1: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ  'ରାମସେତୁ'  । ଫିଲ୍ମଟି ୨୫ରେ ରିଲିଜ ହୋଇଛି । ଫିଲ୍ମର ଲିଡ୍ ରୋଲରେ ନଜର ଆସିଛନ୍ତି ଖିଲାଡି କୁମାରଙ୍କ ,ଜ୍ୟାକଲିନ ଫର୍ଣ୍ଣାଡିଜ୍ (Jacqueline Fernandez )ଙ୍କ ସହ ନୁସରତ ଭରୁଚ୍ଚା ( Nushrratt Bharuccha)। ଫିଲ୍ମଟି ପ୍ରଥମ ଦିନରେ ୧୫ କୋଟି କଲେକସନ କରିଛି । ଏହାପୂର୍ବରୁ ଅକ୍ଷୟ ତିନୋଟି ଫିଲ୍ମ ଚଳିତ ବର୍ଷ ରିଲିଜ୍ ହୋଇଛି । ବଚ୍ଚନ ପାଣ୍ଡେ, ସମ୍ରାଟ ପୃଥ୍ବୀବିରାଜ୍,ରକ୍ସା ବନ୍ଧନ ଓ କଟପୁଟଲି । କିନ୍ତୁ ସମସ୍ତଙ୍କ ନଜର ଫିଲ୍ମ 'ରାମସେତୁ' ଉପରେ ରହିଛି । ଯଦିଓ  'ରାମସେତୁ'ର ଆଡଭାନ୍ସ ବୁକିଂ କମ ରହିଛି ହେଲେ ଥିଏଟରରେ ଦର୍ଶକଙ୍କ ଭିଡ ଜମୁଛି । ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର ଓ ମଧ୍ୟ ଭାରତ ଭଳି ରାଜ୍ୟରେ ଏହି ଚଳଚ୍ଚିତ୍ରକୁ ଭଲ ପ୍ରତିକ୍ରିୟା ମିଳିଛି । ବକ୍ସ ଅଫିସ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରଟି ୧୫ କୋଟି ଟଙ୍କା ଡେ ଓ୍ବାନରେ କଲେକସନ କରିଛି । ୨୦୨୨ ମସିହାରେ ରିଲିଜ ହୋଇଥିବା ହିନ୍ଦି ସିନେମା ବ୍ରହ୍ମାସ୍ତ୍ର ପାର୍ଟ ୧ର ରିଲିଜ୍ ପରେ ପରେ ଭଲ ଇନକମରେ 'ରାମସେତୁ'ଦ୍ବିତୀୟ ସ୍ଥାନରେ ରହିଛି । ଆଗକୁ ମଧ୍ୟ ଚଳଚ୍ଚିତ୍ରଟି ଭଲ କଲେକସନ କରିବ ବୋଲି ଆଶା ରଖିଛନ୍ତି ଫିଲ୍ମର ଷ୍ଟାରକାଷ୍ଟ । 

ରାମସେତୁ ବନାମ ଥ୍ୟାଙ୍କଗଡ
 
ଗୋଟିଏ ଦିନରେ ୨ଟି ହିନ୍ଦି ସିନେମା  ପରଦାକୁ ଆସିଛି । ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ 'ଥ୍ୟାଙ୍କଗଡ' ଓ ଖିଲାଡି କୁମାରଙ୍କ ଅଭିନୀତ ଫିଲ୍ମ 'ରାମସେତୁ' । ବକ୍ସ ଅଫିସରେ 'ଥ୍ୟାଙ୍କଗଡ'କୁ ଟକ୍କର ଦେଉଛି ରାମସେତୁ । 'ଥ୍ୟାଙ୍କଗଡ' ଡେ ଓ୍ବାନରେ ୮ରୁ୧୦ କୋଟି ଟଙ୍କା ରୋଜଗାର କରିଥିବା ବେଳେ 'ରାମସେତୁ' ୧୫ କୋଟି ରୋଜଗାର କରିଛି । 

ରାମସେତୁ' ଏକ ଆକ୍ସନ୍ ଏବଂଥ୍ରୀଲର୍ ଫିଲ୍ମ । ଟ୍ରେଲରେ ଦେଖିବାକୁ ମିଳିଥିଲା ଯେ, ଏହି ଦେଶ ରାମଙ୍କ ନାମରେ ଚାଲିଥାଏ। କିନ୍ତୁ ରାମସେତୁକୁ ଭାଙ୍ଗିବା ପାଇଁ ସରକାର ସୁପ୍ରିମକୋର୍ଟଙ୍କ ଅନୁମତି ମାଗିଛନ୍ତି। ଏସବୁ ମଧ୍ୟରେ ଅକ୍ଷୟ କୁମାରଙ୍କୁ 'ରାମସେତୁ'ର ସନ୍ଧାନରେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି, ତାହାର ଝଲକ୍ ଟ୍ରେଲରରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ର 'ରାମସେତୁ'ର କାହାଣୀ ଜଣେ ପ୍ରତ୍ନତତ୍ତ୍ୱବିତଙ୍କ ଉପରେ ଆଧାରିତ। ଅକ୍ଷୟ କୁମାର ଏହି ଚରିତ୍ରରେ ଅଭିନୟ କରିଛନ୍ତି। ତେବେ ରାମସେତୁ ଅଛି କି ନାହିଁ ତା’ର ଅନୁସନ୍ଧାନ ପାଇଁ ତାଙ୍କୁ ପଠାଯାଇଛି।  ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି  ଅଭିଷେକ ଶର୍ମା।

ଏହାବି ପଢନ୍ତୁ :Moosewala Murder Case: ସିଦ୍ଧୁ ମୁସେୱାଲା ହତ୍ୟା ମାମଲା, ସନ୍ଦେହ ଘେରରେ ଏହି ପଞ୍ଜାବୀ ଗାୟିକା, ଖୁବଶିଘ୍ର ହୋଇପାରନ୍ତି ବନ୍ଧା

ଯଦି ଆମେ ଅକ୍ଷୟଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ଅକ୍ଷୟଙ୍କୁ ଶେଷ ଥର ପାଇଁ ଫିଲ୍ମ କଟପୁତଲି(Rakul Preet Singh)ରେ ରକୁଲ ପ୍ରିତଙ୍କ ସହ ଦେଖିବାକୁ ମିଳିଥିଲା ।  ସେହିପରି ଆଗାମୀ ଦିନରେ ଫିଲ୍ମ ବଡେ ମିଆଁ ଛୋଟେ ମିଆଁ (Bade Miyan Chote Miyan )ରେ ସେ ଟାଇଗଲ ସରାଫଙ୍କ ସହ ନଜର ଆସିବେ। ତାଙ୍କ ପାଖରେ ଗୋରଖା(Gorkha) ଚଳଚ୍ଚିତ୍ର ମଧ୍ୟ ଅଛି । ରାମସେତୁ ବ୍ୟତିତ ସେ ସେଲଫି, ସୋରାରାଇ,ପୋଟରୁ ରିମେକ୍, ଓମାଇଗଡ ୨(OMG 2), ଜଲିଏଲଏଲବି ୩,ସ୍କାଏଫୋର୍ଟ, ଖେଲ ଖେଲ ମେଁ ଓ ହେରାଫେରି ୩ରେ ନଜର ଆସିବେ । ଚଳିତ ବର୍ଷ ତାଙ୍କ ଫିଲ୍ମ(Samrat Prithviraj) ସମ୍ରାଟ ପୃଥ୍ବୀରାଜ୍  ରିଲିଜ୍ ହୋଇଥିଲା। ଚଳିତ ବର୍ଷ ଜୁନ୍ ୨ରେ ପରଦାକୁ ଆସିଥିଲା।  ଫିଲ୍ମର ବଜେଟ ୧୫୦ ୩୦୦ କୋଟି ରହିଥିଲା । ଫିଲ୍ମଟି ବକ୍ସ ଅଫିସରେ ୯୦.୩୨ କୋଟି ରୋଜଗାର କରିଥିଲା। ଫିଲ୍ମରେ ଅକ୍ଷୟଙ୍କ ସହ ନାୟିକା ଭୂମିକାରେ ନଜର ଆସିଥିଲେ ୨୦୧୭ର ମିସ୍ ୱାଲର୍ଡ ମାନୁସୀ ଚ୍ଛିଲ୍ଲର୍ (Manushi Chhillar) । ଯାହା ଏକ ଐତିହାସିକ କାହାଣୀ ଉପରେ ଆଧାରିତ ହୋଇଥିଲା ।