Ram Charan: Oscar ଜିତିବା ପରେ RRR ଷ୍ଟାରଙ୍କୁ ଏମିତି ଓ୍ବେଲକମ୍ କଲେ ଫ୍ୟାନ୍ସ, ରାମ ଚରଣଙ୍କ ପତ୍ନୀ କହିଲେ...
Advertisement

Ram Charan: Oscar ଜିତିବା ପରେ RRR ଷ୍ଟାରଙ୍କୁ ଏମିତି ଓ୍ବେଲକମ୍ କଲେ ଫ୍ୟାନ୍ସ, ରାମ ଚରଣଙ୍କ ପତ୍ନୀ କହିଲେ...

Ram Charan Mobbed At Delhi Airport: ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ(oscar 2023) କମାଲ କରିଛି ଭାରତ। ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ (RRR)ଫିଲ୍ମର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ (oscar 2023) ବିଜୟୀ ହୋଇଛି। ଏଥିସହ ଏହି ବର୍ଗରେ ଓସ୍କାର (oscar) ଲାଭ କରିବାରେ ପ୍ରଥମ ଭାରତୀୟ ଫିଚର ଫିଲ୍ମ ଭାବେ ‘ଆର୍‌ଆର୍‌ଆର୍‌’ ଇତିହାସ ସୃଷ୍ଟି କରିଛି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Ram Charan Mobbed At Delhi Airport: ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ(oscar 2023) କମାଲ କରିଛି ଭାରତ। ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ (RRR)ଫିଲ୍ମର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ (oscar 2023)  ବିଜୟୀ ହୋଇଛି। ଏଥିସହ ଏହି ବର୍ଗରେ ଓସ୍କାର (oscar) ଲାଭ କରିବାରେ ପ୍ରଥମ ଭାରତୀୟ ଫିଚର ଫିଲ୍ମ ଭାବେ ‘ଆର୍‌ଆର୍‌ଆର୍‌’ ଇତିହାସ ସୃଷ୍ଟି କରିଛି। ଏନେଇ ପୁରା ଟିମ୍ ଖୁସି ରହିଥିବା ବେଳେ ନିର୍ଦ୍ଦେଶକ ଓ ପ୍ରଯୋଜକ ମଧ୍ୟ ବିଶ୍ବସ୍ତରରେ ପ୍ରଶଂସା ସାଉଁଟିଛନ୍ତି । ତେବେ, ଏହି ଓସ୍କାର ଆଓ୍ବାର୍ଡ ଗ୍ରହଣ କରିବା ପାଇଁ ଏହି ଫିଲ୍ମର ପୁରାଟିମ୍ ସେଠାରେ ଉପସ୍ଥିତ ଥିଲେ । 

ଫିଲ୍ମର ଲିଡ୍ ରୋଲରେ ନଜର ଆସିଥିବା ରାମ ଚରଣ (Ram Charan) ମଧ୍ୟ ପତ୍ନୀ ଉପାସନାଙ୍କ ସହିତ ଏହି ଆଓ୍ବାର୍ଡ ଫଙ୍କସନକୁ ଯାଇଥିଲେ।  ଆଓ୍ବାର୍ଡ ଗ୍ରହଣ ପରେ ଭାରତ ଅଭିମୁଖେ ଫେରିଛନ୍ତି । ଅଭିନେତା  ରାମଚରଣ ନିଜ ପତ୍ନୀଙ୍କ ସହ ଦିଲ୍ଲୀ ଏୟାରପୋର୍ଟରେ (Delhi Airport)ପହଞ୍ଚିବା ପରେ ଫ୍ୟାନ୍ସମାନେ ତାଙ୍କୁ ସ୍ବାଗତ କରିଥିଲେ। ଏବଂ ସେଲଫି ନେବା ପାଇଁ ତାଙ୍କୁ ଘେରି ଯାଇଥିଲେ । ତଥାପି ଫ୍ୟାନ୍ସଙ୍କ ଏଭଳି ହରକତ ଦେଖି ସେ ରାଗି ନଥିଲେ ବରଂ ଭିଡ ଭିତରୁ ନିଜ ପତ୍ନୀଙ୍କୁ ବାହାରକୁ ଆଣିଥିଲେ। ତେବେ, ଫ୍ୟାନ୍ସଙ୍କ ଏଭଳି ଭଲ ପାଇବା ଦେଖି ଷ୍ଟାରଙ୍କ ପତ୍ନୀ ଭାବ ବିହ୍ବଳ ହୋଇପଡିଥିଲେ। ଏବଂ ସମସ୍ତ ଫ୍ୟାନ୍ସଙ୍କୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି । 

 

ଏହାବି ପଢନ୍ତୁ : IPS Officer NB Bharti: କୁଆଡେ ଗଲେ ଆଇପିଏସ୍ ଅଫିସର୍ ଏନ୍ ବି ଭାରତୀ? ୬ବର୍ଷ ହେବ ମିଳୁନି ପତ୍ତା

ଏହାବି ପଢନ୍ତୁ :  Road Accident: ଆଳୁ ବୋଝେଇ ଟ୍ରକକୁ ପଛପଟୁ ପିଟିଲା କାର୍, ଘଟଣାସ୍ଥଳରେ ୩ ମୃତ,ଏକାଧିକ ଆହତ

କେବଳ ରାମ ଚରଣଙ୍କୁ ନୁହେଁ, ‘ଆର୍‌ଆର୍‌ଆର୍‌’ର  (RRR) ଆଉ ଜଣେ ନାୟକ ହେଉଛନ୍ତି ଜୁନିଅର ଏନଟିଆର । ଓସ୍କାର ଆଓ୍ବାର୍ଡ ଗ୍ରହଣ କରି ଫେରିବା ପରେ ଏନଟିଆରଙ୍କୁ ମଧ୍ୟ ହାଇଦ୍ରାବାଦ୍ ଏୟାରପୋର୍ଟରେ ଦମଦାର ସ୍ବାଗତ କରିଥିଲେ ଫ୍ୟାନ୍ସ ।  ତେବେ, ଫ୍ୟାନ୍ସଙ୍କ ଏଭଳି ଭଲପାଇବା ଦେଖି ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଜୁନିଅର ଏନଟିଆର।  

ଫିଲ୍ମ ‘ଆରଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ଓସ୍କାର ହାତେଇଛି। ମନୋରଞ୍ଜନ ଜଗତର ସବୁଠାରୁ ଶ୍ରେଷ୍ଠ ପୁରସ୍କାର ଓସ୍କାର ଦ୍ୱାରା ସମ୍ମାନିତ ହେବାରେ ‘ନାଟୁ ନାଟୁ’ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ। ଗୀତକୁ ବେଷ୍ଟ ଅରିଜିନାଲ ସଙ୍ଗ୍‌ (ଶ୍ରେଷ୍ଠ ମୂଳ ସଙ୍ଗୀତ) ବର୍ଗରେ ପୁରସ୍କୃତ କରାଯାଇଛି। ରବିବାର ଲସ୍‌ଏଞ୍ଜେଲ୍ସଠାରେ ଆୟୋଜିତ ୯୫ତମ ଓସ୍କାର ସମାରୋହରେ ସଙ୍ଗୀତ ସଂଯୋଜକ ଏମ୍‌.ଏମ୍‌. କିରାବନି ଏବଂ ଗୀତିକାର ଚନ୍ଦ୍ରବୋଷ ମଞ୍ଚରେ ପୁରସ୍କାର ଗ୍ରହଣ କରିଥିଲେ। ଲେଡି ଗାଗାଙ୍କ ‘ହୋଲ୍ଡେ ମାଇଁ ହାଣ୍ଡ୍‌’, ରିହାନାଙ୍କ ‘ଲିଫ୍ଟ ମି ଅପ୍‌’ ଏବଂ ‘ଦିସ୍‌ ଇଜ୍‌ ଲାଇଫ୍‌’କୁ ପଛରେ ପକାଇ ଓସ୍କାର ହାତେଇବାରେ ସଫଳ ହୋଇଛି ନାଟୁ ନାଟୁ। ଏ-ହି ଗୀତଟି ତିଆରି କରିବାର ପ୍ରକ୍ରିୟା ହେଉଛି ଉତ୍ସର୍ଗୀକୃତ ଏବଂ ନିଷ୍ଠାର ଏକ ଅଦ୍ଭୁତ କାହାଣୀ। ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏସ ରାଜାମୌଲି ଗୀତ ମାଧ୍ୟମରେ ୧୯୨୦ର ସାମାଜିକ-ଅର୍ଥନୈତିକ ଅବସ୍ଥା ମଧ୍ୟରେ ବନ୍ଧୁତ୍ୱର କାହାଣୀ କହିବାକୁ ଚାହୁଁଥିଲେ। ଲେଖକ ଚନ୍ଦ୍ରବୋଷ ଏଥିପାଇଁ ୨୦ଟି ଗୀତ ଲେଖିଥିଲେ, ଯେଉଁଥିରୁ ନାଟୁ-ନାଟୁ ଗୀତକୁ ଶେଷରେ ଫିଲ୍ମରେ ନିଆଯାଇଥିଲା। 

୨୫ ମାର୍ଚ୍ଚ ୨୦୨୨ରେ ମୁକ୍ତିଲାଭ କରିଥିବା ‘ଆରଆରଆର’ ଦୁଇ କୋମରାମ ଭୀମ ଏବଂ ଆଲୁରୀ ସୀତାରାମ ରାଜୁଙ୍କ ଉପରେ ଆଧାରିତ | ପ୍ରାୟ ୫୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ଏହି ଫିଲ୍ମ ସାରା ବିଶ୍ୱରେ ୧୨୦୦ କୋଟି ଟଙ୍କା ଆୟ କରିଥିଲା। ଏହି ଫିଲ୍ମରେ ଜୁନିଅର ଏନଟିଆର ଓ ରାମ ଚରଣ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ‘ଆରଆରଆର’ରେ ଅଜୟ ଦେବଗନ୍ ଏବଂ ଆଲିଆ ଭଟ୍ଟଙ୍କୁ ମଧ୍ୟ ସ୍ବତନ୍ତ୍ର ଭୂମିକାରେ ଦେଖିବାକୁ ମିଳିଥିଲା