Phone Bhoot: ସାମ୍ନାକୁ ଆସିଲା ଫିଲ୍ମର ଆଉ ଏକ ଗୀତ, ତାଜୁବ ହେଲେ ଫ୍ୟାନ୍ସ
Advertisement

Phone Bhoot: ସାମ୍ନାକୁ ଆସିଲା ଫିଲ୍ମର ଆଉ ଏକ ଗୀତ, ତାଜୁବ ହେଲେ ଫ୍ୟାନ୍ସ

Phone Bhoot:  ଆଗକୁ ଆସୁଛି କ୍ୟାଟ୍ରିନା କୈଫଙ୍କ ଫିଲ୍ମ 'ଫୋନ୍ ଭୂତ'(Phone Bhoot)। ଏହି ଫିଲ୍ମରେ କ୍ୟାଟ୍ ଙ୍କ ସହ ସିଦ୍ଧାନ୍ତ ଚତୁବେର୍ଦ୍ଦି ଓ ଇଶାନ ଖଟ୍ଟର ନଜର ଆସିବେ। ଫିଲ୍ମର ପ୍ରଥମ ଗୀତ ‘କିନ୍ନା ସୋନା’(Kinna Sona) ଗୀତଟି ରିଲିଜ ହୋଇଥିବା ବେଳେ ଦ୍ବିତୀୟ ଗୀତଟି ପରଦାକୁ ଆସିଛି ।

Phone Bhoot: ସାମ୍ନାକୁ ଆସିଲା ଫିଲ୍ମର ଆଉ ଏକ ଗୀତ, ତାଜୁବ ହେଲେ ଫ୍ୟାନ୍ସ

Phone Bhoot:  ଆଗକୁ ଆସୁଛି କ୍ୟାଟ୍ରିନା କୈଫଙ୍କ ଫିଲ୍ମ 'ଫୋନ୍ ଭୂତ'(Phone Bhoot)। ଏହି ଫିଲ୍ମରେ କ୍ୟାଟ୍ ଙ୍କ ସହ ସିଦ୍ଧାନ୍ତ ଚତୁବେର୍ଦ୍ଦି ଓ ଇଶାନ ଖଟ୍ଟର ନଜର ଆସିବେ। ଫିଲ୍ମର ପ୍ରଥମ ଗୀତ ‘କିନ୍ନା ସୋନା’(Kinna Sona) ଗୀତଟି ରିଲିଜ ହୋଇଥିବା ବେଳେ ଦ୍ବିତୀୟ ଗୀତଟି ପରଦାକୁ ଆସିଛି । 'କାଲି ତେରି ଗୁଟ୍' ଗୀତରେ କ୍ୟାଟ୍ରିନା , ସିଦ୍ଧାନ୍ତ ଓ ଇଶାନଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ଗୀତଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଏହି ଗୀତଟିକୁ ରୋମି ଓ ସାକ୍ସି ହୋଲକର ଗାଇଛନ୍ତି । ଏହି ଗୀତଟି ପଞ୍ଜାବୀ ଗୀତର ଏକ ରିମେକ । ପୂର୍ବରୁ ଏହି ଗୀତଟିକୁ ପଞ୍ଜାବି ସିଙ୍ଗର ଆଶାସିଂ ମସ୍ତାନା(Punjabi singer Asa Singh Mastana) ଗାଇଥିଲେ । ଗତ କିଛି ଦିନ ତଳେ ଫିଲ୍ମର ‘କିନ୍ନା ସୋନା’(Kinna Sona) ଗୀତ ରିଲିଜ୍ ହୋଇଥିଲା । ଏହି ଫିଲ୍ମର ଷ୍ଟାର ସିଦ୍ଧାନ୍ତ ମଧ୍ୟ ନିଜ ଗ୍ରୃପ ସହ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ଫ୍ୟାନ୍ସଙ୍କ କାଫି କମେଣ୍ଟସ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ,ଡ୍ୟାନସ ପରେ ଜଣେ ଟିମ୍ ସଦସ୍ୟଙ୍କୁ ସେ ସୁଇମିଙ୍ଗ ପୁଲକୁ ଠେଲି ଦେଉଛନ୍ତି । 

‘କିନ୍ନା ସୋନା’ଗୀତଟି ଜାରାହା ଏସ୍ ଖାନ୍ ଓ ତନିସ୍କ ବାଗଚୀ ଗୀତଟିକୁ ଗାଇଛନ୍ତି । ଗୀତଟିକୁ ସେ ମଧ୍ୟ ଲେଖିଛନ୍ତି । ଏହି ଗୀତଟିକୁ ଫୋନଭୂତର ଷ୍ଟାରମାନେ ମଧ୍ୟ ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଚଳିତ ବର୍ଷ ଭୁଲଭୁଲେୟା ୨ ପରେ ଏହା ଦ୍ବିତୀୟ ହରର ମୁଭି । ଯାହାକୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଫିଲ୍ମଟ ପୁରା ଟିମ୍ ।  ଚଳିତ ବର୍ଷ ଭୁଲଭୁଲେୟା ୨ ପରେ ଏହା ଦ୍ବିତୀୟ ହରର ମୁଭି । ଯାହାକୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଫିଲ୍ମଟ ପୁରା ଟିମ୍ । 

 ଏହାବି ପଢନ୍ତୁ :  Sunny Deol Birthday: ଗୋଟିଏ ଫିଲ୍ମ ପାଇଁ ଏତିକି କୋଟି ନିଅନ୍ତି ସନ୍ନି, ଜାଣିଲେ ଉଡିଯିବ ହୋସ୍

ଫିଲ୍ମଟି ଚଳିତ ବର୍ଷ ନଭେମ୍ବର ୪ରେ ପ୍ରେକ୍ଷାଳୟକୁ ଆସିବ । ଗୁରୁମିତ ସିଂଙ୍କ  ଫିଲ୍ମର ନିର୍ଦ୍ଦେଶକ ଥିବା ବେଳେ ଫିଲ୍ମଟିକୁ ରବି ଶଙ୍କରନ୍ ଏବଂ ଜସବିନ୍ଦର ସିଂ ବାଥ ଲେଖିଛନ୍ତି । ଯଦି କ୍ୟାଟ୍ରିନାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, କ୍ୟାଟ୍ରିନାଙ୍କ ହାତରେ ଏବେ ଅନେକ ବଡ ପ୍ରୋଜେକ୍ଟ ରହିଛି ।  କମେଡି ଫିଲ୍ମ 'ଫୋନ୍ ଭୂତ' ବ୍ୟତିତ ସେ 'ମେରୀ ଖ୍ରୀଷ୍ଟମାସ'ରେ ମଧ୍ୟ ଦେଖିବାକୁ ମିଳିବେ।  ଯେଉଁଥିରେ ସେ ବିଜୟ ସେତୁପତିଙ୍କ ସହ ନଜର ଆସିବେ। ଏହାସହ ସଲମାନ ଖାନଙ୍କ ସହ 'ଟାଇଗର ୩' ଫିଲ୍ମରେ ସେ ଅଭିନୟ କରିଛନ୍ତି ।  ଗତ କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍(Katrina Kaif)ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, କ୍ୟାଟ୍ରିନା କିଛି ସ୍କୁଲ ପିଲାଙ୍କ ସହ ଦମଦାର ଡ୍ୟାନ୍ସ କରୁଥିଲେ । ମଲମ୍ ଫିତା ଗୀତରେ ଠୁମକା ଲଗାଉଥିଲେ କ୍ୟାଟ୍ । ଏହି ଭିଡିଓଟିକୁ ମଧ୍ୟ ତାଙ୍କର କିଛି ଫ୍ୟାନ୍ସ ସୋସିଆଲ ମିଡିଆରେ ସେୟାର କରିଥିଲେ ।