Phone Bhoot: ସାମ୍ନାକୁ ଆସିଲା 'ଫୋନ୍ ଭୂତ'ର ପୋଷ୍ଟର ! ଜାଣନ୍ତୁ କେବେ ପରଦାକୁ ଆସିବ ଫିଲ୍ମ ?
Advertisement

Phone Bhoot: ସାମ୍ନାକୁ ଆସିଲା 'ଫୋନ୍ ଭୂତ'ର ପୋଷ୍ଟର ! ଜାଣନ୍ତୁ କେବେ ପରଦାକୁ ଆସିବ ଫିଲ୍ମ ?

Phone Bhoot : ସାମ୍ନାକୁ ଆସିଲା କ୍ୟାଟ୍ରିନା କୈଫଙ୍କ ଆଗାମୀ ହରର କମେଡି ଫିଲ୍ମ 'ଫୋନ୍ ଭୂତ'(Phone Bhoot) ର ପ୍ରଥମ ପୋଷ୍ଟର । ପୋଷ୍ଟରେ ଦେଖିବାକୁ ମିଳିଛି ଯେ,କ୍ୟାଟ୍ ଙ୍କ ସହ ସିଦ୍ଧାର୍ଥ ଚତୁବେର୍ଦ୍ଦି ଓ ଇଶାନ ଖଟ୍ଟରଙ୍କୁ ।

ସୌଜନ୍ୟ : ସୋସିଆଲ ମିଡିଆ

Phone Bhoot : ସାମ୍ନାକୁ ଆସିଲା କ୍ୟାଟ୍ରିନା କୈଫଙ୍କ ଆଗାମୀ ହରର କମେଡି ଫିଲ୍ମ 'ଫୋନ୍ ଭୂତ'(Phone Bhoot) ର ପ୍ରଥମ ପୋଷ୍ଟର । ପୋଷ୍ଟରେ ଦେଖିବାକୁ ମିଳିଛି ଯେ,କ୍ୟାଟ୍ ଙ୍କ ସହ ସିଦ୍ଧାର୍ଥ ଚତୁବେର୍ଦ୍ଦି ଓ ଇଶାନ ଖଟ୍ଟରଙ୍କୁ । ତିନି ଜଣଙ୍କୁ ବେଶ ଖୁସ ମିଜାଜରେ ବସିଥିବା ଦେଖିବାକୁ ମିଳିଛି । କ୍ୟାଟ୍ ଏକ ବ୍ଲାକ କର୍ଲରର ଡ୍ରେସ ପିନ୍ଧି ଥିବା ଦେଖିବାକୁ ମିଳିଛି । ଏହାସହ ତାଙ୍କ ନିକଟରେ କିଛି ସ୍କେଲିଟନ ମଧ୍ୟ ରହିଛି । ଇଶାନ ମଧ୍ୟ ଏକ ସ୍କେଲିଟନକୁ ଧରିଥିବା ପୋଷ୍ଟରରେ ବାରି ହୋଇ ପଡୁଛି । ଚଳିତ ବର୍ଷ ଭୁଲଭୁଲେୟା ୨ ପରେ ଏହା ଦ୍ବିତୀୟ ହରର ମୁଭି । ଯାହାକୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଫିଲ୍ମଟ ପୁରା ଟିମ୍ । ଫିଲ୍ମଟି ଚଳିତ ବର୍ଷ ନଭେମ୍ବର ୪ରେ ପ୍ରେକ୍ଷାଳୟକୁ ଆସିବ । ଗୁରୁମିତ ସିଂଙ୍କ  ଫିଲ୍ମର ନିର୍ଦ୍ଦେଶକ ଥିବା ବେଳେ ଫିଲ୍ମଟିକୁ ରବି ଶଙ୍କରନ୍ ଏବଂ ଜସବିନ୍ଦର ସିଂ ବାଥ ଲେଖିଛନ୍ତି ।

କ୍ୟାଟ୍ରିନାଙ୍କ ହାତରେ ଏବେ ଅନେକ ବଡ ପ୍ରୋଜେକ୍ଟ ରହିଛି ।  କମେଡି ଫିଲ୍ମ 'ଫୋନ୍ ଭୂତ' ବ୍ୟତିତ ସେ 'ମେରୀ ଖ୍ରୀଷ୍ଟମାସ'ରେ ମଧ୍ୟ ଦେଖିବାକୁ ମିଳିବେ।  ଯେଉଁଥିରେ ସେ  ବିଜୟ ସେତୁପତିଙ୍କ ସହ ନଜର ଆସିବେ। ଏହାସହ ସଲମାନ ଖାନଙ୍କ ସହ 'ଟାଇଗର ୩' ଫିଲ୍ମରେ ସେ ଅଭିନୟ କରିଛନ୍ତି ।  ଯାହା ଆସନ୍ତାବର୍ଷ ଏପ୍ରିଲ ୨୩ରେ ପରଦାକୁ ଆସିବ ।

 ଏହାବି ପଢନ୍ତୁ : Bollywood : ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି Vikram Vedha, ଫିଲ୍ମକୁ ନେଇ ଫ୍ୟାନ୍ସ କହିଲେ କିଛି ଏମିତି

ଗତ କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍(Katrina Kaif)ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।  ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, କ୍ୟାଟ୍ରିନା କିଛି ସ୍କୁଲ ପିଲାଙ୍କ ସହ ଦମଦାର ଡ୍ୟାନ୍ସ କରୁଥିଲେ । ମଲମ୍ ଫିତା ଗୀତରେ ଠୁମକା ଲଗାଉଥିଲେ କ୍ୟାଟ୍ । ଏହି ଭିଡିଓଟିକୁ ମଧ୍ୟ ତାଙ୍କର କିଛି ଫ୍ୟାନ୍ସ ସୋସିଆଲ ମିଡିଆରେ ସେୟାର କରିଥିଲେ । ତେବେ ଏ ଭିଡିଓରେ ଫ୍ୟାନ୍ସଙ୍କ ଢେର ସାରା କମେଣ୍ଟସ ମଧ୍ୟ ଆସିଥିଲା। ଯେଉଁଥିରେ ଜଣେ ପ୍ରଂଶସକ ଲେଖିଛନ୍ତି ଯେ, " କ୍ୟାଟ୍ରିନା ତମେ ବହୁତ ସୁନ୍ଦର " । ସେହିପରି ଆଉ ଜଣେ ତାଙ୍କ କମେଣ୍ଟରେ ଲେଖିଛନ୍ତି ଯେ, କ୍ୟାଟ୍ରିନା ଆଇ ଲଭ ୟୁ ଲଟ୍ "। ଅନ୍ୟ ଜଣେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଦ ମୋଷ୍ଟ ଆଡୋରେବୁଲ ହ୍ୟୁମାନବିଙ୍ଗ " । ସେହିପରି ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, କ୍ୟାଟ୍ରିନା ସ୍କୁଲ ଅନ୍ୟ ସଦସ୍ୟଙ୍କ ସହ ଗୀତ Jolly O Gymkhanaରେ ଡ୍ୟାନ୍ସ କରୁଛନ୍ତି । ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ସୂଚନା ଅନୁସାରେ ନିକଟରେ କ୍ୟାଟ୍ରିନା ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତାମିଲନାଡୁ ଯାଇଥିଲେ। ଯେଉଁଠି ସେ ସ୍କୁଲ ପିଲାଙ୍କ ସହ ମନଭରି ଡ୍ୟାନ୍ସ କରିଥିଲେ । ଗତ ବର୍ଷ ୯ ଡିସେମ୍ବରରେ ବଏଫ୍ରେଣ୍ତ ଭିକି କୈଶଲଙ୍କୁ ବିବାହ କରିଥିଲେ କ୍ୟାଟ୍ ।