Ollywood News: ବିବାହବାର୍ଷିକୀରେ ଅଙ୍ଗଦାନ ନିଷ୍ପତ୍ତି ନେଲେ ଅଭିନେତ୍ରୀ ପିଙ୍କି ପ୍ରଧାନ
Advertisement

Ollywood News: ବିବାହବାର୍ଷିକୀରେ ଅଙ୍ଗଦାନ ନିଷ୍ପତ୍ତି ନେଲେ ଅଭିନେତ୍ରୀ ପିଙ୍କି ପ୍ରଧାନ

Ollywood News: ଓଲିଉଡ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଏବଂ ତାଙ୍କ ସ୍ୱାମୀ କର୍ଣ୍ଣେଲ୍ ସବ୍ୟସାଚୀ ଦାଶ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିବାହ ବାର୍ଷିକ ପାଳନ କରିବା ଅବସରରେ ମହତ କାମ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ପତି-ପତ୍ନୀ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଦୁହେଁ ଆଜି ଅଙ୍ଗଦାନ କରିବାକୁ ଫର୍ମ ନମ୍ବର ୭ ପୂରଣ କରିବା ସହ ନିଜର ସ୍ୱୀକୃତି ଦେଇଛନ୍ତି । ଏଥିସହ ରକ୍ତଦାନ କରିଛନ୍ତି ପିଙ୍କି ଏବଂ ସବ୍ୟସାଚୀ ।

ଆପଣଙ୍କୁ କହିରଖୁଛୁ ଯେ,  ଅଙ୍ଗଦାନ କରିବା ପାଇଁ ବର୍ତ୍ତମାନ ଅନେକ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଇଚ୍ଛା ପ୍ରକାଶ କରୁଛନ୍ତି । ଅଙ୍ଗପ୍ରତିରୋପଣ କ୍ଷେତ୍ରରେ ମେଡିକାଲ୍ ସାଇନ୍ସ ଖୁବ ଆଗକୁ ବଢୁଥିବା ସମୟରେ ସେଲିବ୍ରେଟିମାନେ ମଧ୍ୟ ନିଜକୁ ଏ ମହତ କାର୍ଯ୍ୟରେ ସାମିଲ କରୁଛନ୍ତି । ଯାହା ସାଧାରଣ ଲୋକଙ୍କୁ ମଧ୍ୟ ଅନେକ ଉତ୍ସାହିତ କରୁଛି । ପ୍ରତିଟି ଶୁଭକାର୍ଯ୍ୟରେ ରକ୍ତଦାନ କରିବା ସହ ଅଙ୍ଗଦାନ କରିବା ପାଇଁ ପତିବଦ୍ଧ ହେବାକୁ ପିଙ୍କି ଏବଂ ସବ୍ୟସାଚୀ କହିଛନ୍ତି । ଉଭୟଙ୍କ ଏହି କାର୍ଯ୍ୟକୁ ଜନସାଧାରଣ ଖୁବ ପ୍ରଶଂସା କରିଛନ୍ତି ।

Also Read- Sahara Refund: ସାହାରା ଉପୋଭକ୍ତାଙ୍କୁ ଠକିଦେବେ କି ସରକାର? ଆସିଲା ନୂଆ ତଥ୍ୟ..

Also Read- Surya Gochar 2024: ସୂର୍ଯ୍ୟ ପରାଗର ୫ ଦିନ ପରେ ଫିଟିବ ୩ ରାଶିର ଭାଗ୍ୟ