Weather Update: ସକାଳ ସାଢେ ୮ଟା ସୁଦ୍ଧା ୩୮ ଡିଗ୍ରୀ ଟପିଲା ତାପମାତ୍ରା, ବାରିପଦା ସବୁଠୁ ଉତ୍ତପ୍ତ ସହର
Advertisement
Article Detail0/zeeodisha/odisha2228250

Weather Update: ସକାଳ ସାଢେ ୮ଟା ସୁଦ୍ଧା ୩୮ ଡିଗ୍ରୀ ଟପିଲା ତାପମାତ୍ରା, ବାରିପଦା ସବୁଠୁ ଉତ୍ତପ୍ତ ସହର

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ସକାଳୁ ସକାଳୁ ସୂର୍ଯ୍ୟଙ୍କ ପ୍ରକୋପ ବେଶ୍ ଅଧିକ ରହିଛି । କୌଣସି ଜରୁରୀ କାମ ନଥିଲେ । ଲୋକେ ଘରୁ ବାହାରକୁ ଯିବାକୁ ମନ ବଳାଉ ନାହାଁନ୍ତି । ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟର ତାପମାତ୍ରା ୩୮ ଡିଗ୍ରୀ ଟପିଛି। ବାରିପଦାରେ ତାପମାତ୍ରା ୩୮.୪ ଡିଗ୍ରୀ ଥିବା ଜଣାଯାଇଛି। ସକାଳ ସାଢ଼େ ୮ଟା ସୁଦ୍ଧା ଏହା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ବୋଲି କୁହାଯାଇଛି। 

Weather Update: ସକାଳ ସାଢେ ୮ଟା ସୁଦ୍ଧା ୩୮ ଡିଗ୍ରୀ ଟପିଲା ତାପମାତ୍ରା,  ବାରିପଦା ସବୁଠୁ ଉତ୍ତପ୍ତ ସହର

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ସକାଳୁ ସକାଳୁ ସୂର୍ଯ୍ୟଙ୍କ ପ୍ରକୋପ ବେଶ୍ ଅଧିକ ରହିଛି । କୌଣସି ଜରୁରୀ କାମ ନଥିଲେ । ଲୋକେ ଘରୁ ବାହାରକୁ ଯିବାକୁ ମନ ବଳାଉ ନାହାଁନ୍ତି । ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟର ତାପମାତ୍ରା ୩୮ ଡିଗ୍ରୀ ଟପିଛି। ବାରିପଦାରେ ତାପମାତ୍ରା ୩୮.୪ ଡିଗ୍ରୀ ଥିବା ଜଣାଯାଇଛି। ସକାଳ ସାଢ଼େ ୮ଟା ସୁଦ୍ଧା ଏହା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ବୋଲି କୁହାଯାଇଛି। ଏହାସହ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ  କରାଯାଇଛି। 

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାରିପଦାରେ ତାପମାତ୍ରା ୩୮.୪ ଡିଗ୍ରୀ, ତାଳଚେରରେ ୩୭.୮, ବାଲେଶ୍ବରରେ ୩୬.୬, କେନ୍ଦୁଝରରେ ୩୬.୪ ଡିଗ୍ରୀ, କଟକରେ ୩୫.୮, ଭଦ୍ରକ ଓ ରାଉରକେଲାରେ ୩୫ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଏପଟେ  ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବନି। ମେ ୨ ରୁ ୪ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସାମୁଦ୍ରିକ ଝଡ଼ର ପ୍ରଭାବ ରହିବ। ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସହ ଆର୍ଦ୍ରତା ପ୍ରଭାବ ଯୋଗୁଁ ଗୁଳୁଗୁଳି ଅନୁଭୂତ ହେବ। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ  ଉମାଶଙ୍କର ଦାସ। ଏହା ସହ ଆଜି ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା, ନୟାଗଡ, ଖୋର୍ଦ୍ଧା, କଟକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ ଓ ମୟୂରଭଞ୍ଜ।