Odisha News: କାଳବୈଶାଖି ରଚିଲା ତାଣ୍ତବ, ପ୍ରବଳ ବର୍ଷା ସହ ପବନରେ ଉପୁଡିଲା ଗଛ
Advertisement
Article Detail0/zeeodisha/odisha2228204

Odisha News: କାଳବୈଶାଖି ରଚିଲା ତାଣ୍ତବ, ପ୍ରବଳ ବର୍ଷା ସହ ପବନରେ ଉପୁଡିଲା ଗଛ

Odisha News: ସାରା ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଲାଗି ରହିଥିବା ବେଳେ ଲୋକେ ଦିନରେ ଗରମରେ ଡହଳ ବିକଳ ହେଉଛନ୍ତି। ଗତକାଲି ସନ୍ଧ୍ୟା ସମୟରେ କାଳ ବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନାର ବ୍ଲକରେ। ଅଡବା ଓ ପଦାଗାଁ ନିକଟରେ ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ଘରର ଟିଣ ଛପର ଉଡେଇ ଦେଇଥିବା ବେଳେ ରାସ୍ତାରେ ଅନେକ ବିରାଟକାୟ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । 

Odisha News: କାଳବୈଶାଖି ରଚିଲା ତାଣ୍ତବ, ପ୍ରବଳ ବର୍ଷା ସହ ପବନରେ ଉପୁଡିଲା ଗଛ

Odisha News: ସାରା ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଲାଗି ରହିଥିବା ବେଳେ ଲୋକେ ଦିନରେ ଗରମରେ ଡହଳ ବିକଳ ହେଉଛନ୍ତି। ଗତକାଲି ସନ୍ଧ୍ୟା ସମୟରେ କାଳ ବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନାର ବ୍ଲକରେ। ଅଡବା ଓ ପଦାଗାଁ ନିକଟରେ ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ଘରର ଟିଣ ଛପର ଉଡେଇ ଦେଇଥିବା ବେଳେ ରାସ୍ତାରେ ଅନେକ ବିରାଟକାୟ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ମିଳିଥିବା ସୂଚନା ମୁତାବକ,  ଘରର ମାଟି ଅତଡ଼ା ଖସି ସୁରଜ୍ ବେହେରାଙ୍କ ୭ ବର୍ଷ ର ପୁଅ ଆହାତ ହୋଇଛନ୍ତି। ଜାତୀୟ ରାଜପଥ ୩୨୬ ରାସ୍ତା ଉପରେ ଗଛ ପଡ଼ି ରହିଥିବା ରୁ ଯାନ ବାହାନ ଚଳାଚଳ କିଛି ସମୟ ପାଇଁ ବନ୍ଦ ରହିଥିଲା। ଘଟଣାସ୍ଥଳରେ ମୋହନା ଅଗ୍ନିଶମ ବିଭାଗର କର୍ମଚାରୀ ଓ ଅଡବା ପୋଲିସ ମିଳିତ ଉଦ୍ୟମରେ ରାସ୍ତାରୁ କଟର ମେସିନ୍ ସାହାର୍ଯ୍ୟରେ ଗଛକୁ କାଟି ସଫା କରାଯାଉଛି।

ALSO READ: Weather Update: ଆହୁରି ଦୁଇ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ଏହି ସବୁ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି !

ସେପଟେ, ଗଞ୍ଜାମ ପାତ୍ରପୁର ବ୍ଲକ ଅଞ୍ଚଳରେ ବଜ୍ରପାତ କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ସମୟରେ ୨ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ଗାଁ ନିକଟସ୍ଥ ବିଲକୁ ରାଶି ଅମଳ କରିବାକୁ ଯାଇଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ ସୀମା ସାହୁ, ଶଙ୍କର ସାହୁ ଏବଂ ପଦ୍ମା ସାହୁ । ବଜ୍ରପାତରେ ୫୫ ବର୍ଷୀୟା ସୀମା ସାହୁଙ୍କର ମୃତ୍ୟୁ ହୋଇଥିବାବେଳେ ଶଙ୍କର ଏବଂ ପଦ୍ମା ଗୁରୁତର ହୋଇ ପାତ୍ରପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତେ ବିଲରେ କାମ କରୁଥିବା ସମୟରେ କାଳବୈଶାଖି ଆସିଥିଲା ବର୍ଷା ଆରମ୍ଭ ହେବା କ୍ଷଣେ ସମସ୍ତେ ବ୍ୟସ୍ତ ହୋଇ ବିଲରୁ ଘରକୁ ଫେରୁଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ବଜ୍ରପାତର ଶିକାର ହୋଇଥିଲେ ।