MS Dhoni the untold story: ପୁଣିଥରେ ବଡ଼ ପରଦାରେ ରିଲିଜ ହେବ ଏମ.ଏସ୍ ଧୋନୀ, ଜାଣନ୍ତୁ କେବେ?
Advertisement
Article Detail0/zeeodisha/odisha1681724

MS Dhoni the untold story: ପୁଣିଥରେ ବଡ଼ ପରଦାରେ ରିଲିଜ ହେବ ଏମ.ଏସ୍ ଧୋନୀ, ଜାଣନ୍ତୁ କେବେ?

MS Dhoni the untold story Re-released: ୨୦୧୬ ମସିହାରେ ରିଲିଜ ହୋଇଥିବା କ୍ରିକେଟର ମହେନ୍ଦ୍ର ସିଂହଙ୍କ ବାୟୋପିକ୍ ଫିଲ୍ମ "ଏମଏସ୍ ଧୋନୀ ଦି ଅନଟୋଲ୍ଡ ଷ୍ଟୋରୀ"କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଦିବଂଗ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ତେବେ ଧୋନୀ ଓ ସୁଶାନ୍ତ ସିଂହଙ୍କ ଫ୍ୟାନ୍ସଙ୍କ ଲାଗି ଆସିଛି ଏକ ଖୁସି ଖବର । କାରଣ ପୁଣିଥରେ ପରଦାରେ ରିଲିଜ ହେବାକୁ ଯାଉଛି ଏହି ସୁପରହିଟ୍ ଫିଲ୍ମ ।

ସୌ(ସୋସିଆଲ ମିଡିଆ)

MS Dhoni the untold story Re-released: ପୁଣିଥରେ ବଡ଼ ପରଦାରେ ନଜର ଆସିବେ ଅଭିନେତା ସୁଶାନ୍ତ ସିଂହ ରାଜପୁତ (Sushant Singh Rajput) । ୨୦୧୬ ମସିହାରେ ରିଲିଜ ହୋଇଥିବା କ୍ରିକେଟର ମହେନ୍ଦ୍ର ସିଂହଙ୍କ ବାୟୋପିକ୍ ଫିଲ୍ମ (MS dhoni biopic) "ଏମଏସ୍ ଧୋନୀ ଦି ଅନଟୋଲ୍ଡ ଷ୍ଟୋରୀ"କୁ (M.S. Dhoni the untold story) ଦର୍ଶକ ଖୁବ ପସନ୍ଦ କରିଥିଲେ । ଦିବଂଗ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଧୋନୀଙ୍କ ଭୂମିକାକୁ ପରଦା ଉପରେ ବେଶ ନିଖୁଣତାର ସହ ପରିବେଷଣ କରିଥିଲେ ସୁଶାନ୍ତ । ଧୋନୀଙ୍କ ( MS Dhoni) ଭୂମିକାରେ ଅଭିନୟ କରିବା ପରେ ଅଭିନେତାଙ୍କୁ ଫ୍ୟାନ୍ସ ଫଲୋୟର୍ସ ବେଶ ବଢିଯାଇଥିଲା । ତେବେ ଧୋନୀ ଓ ସୁଶାନ୍ତ ସିଂହଙ୍କ ଫ୍ୟାନ୍ସଙ୍କ ଲାଗି ଆସିଛି ଏକ ଖୁସି ଖବର । କାରଣ ପୁଣିଥରେ ପରଦାରେ ରିଲିଜ ହେବାକୁ ଯାଉଛି ଏହି ସୁପରହିଟ୍ ଫିଲ୍ମ ।

ସୂଚନାଥାଉ କି, ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ଜୀବନର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ "ଏମଏସ ଧୋନୀ ଦି ଅନଟୋଲ୍ଡ ଷ୍ଟୋରୀ"କୁ ( M.S. Dhoni the untold story) ଗଣାଯାଇଥାଏ । ତେବେ ଆଜି ଆମ ଗ୍ରହଣରେ ଆଉ ନାହାନ୍ତି ସୁଶାନ୍ତ ସିଂହ ରାଜପୁତ । ନିକଟରେ ଏହି ଚଚ୍ଚଳିତ୍ରଟି ପୁଣିଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଚଳିତ ମାସ ୧୨ ତାରିଖରେ ସିନେମା ଘରେ ରିଲିଜ ହେବ ଏହି ଫିଲ୍ମ । ୨୦୨୦ ମସିହାରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଥିଲା । ତାଙ୍କର ମୃତ୍ୟୁ ରହସ୍ୟ ଉପର ବର୍ତ୍ତମାନ ସୁଦ୍ଧା ପରଦା ହଟିପାରିନାହିଁ । ସେପଟେ ବର୍ତ୍ତମାନ ମାହି (MS Dhoni) ମଧ୍ୟ ତାଙ୍କ କ୍ୟାରିୟରର ଶେଷ କିଛି ମ୍ୟାଚ୍ ଖେଳୁଛନ୍ତି। ଏହି ସମୟରେ ଫିଲ୍ମଟି ଆଉଥରେ ପରଦା ଉପରେ ରିଲିଜ ହେବା ପ୍ରଶଂସକଙ୍କ ପାଇଁ ବେଶ ଉତ୍ସାହର କଥା ଅଟେ ।

୩ଟି ଭାଷାରେ ମୁକ୍ତିଲାଭ କରିବ ଧୋନୀଙ୍କ ଏହି ଫିଲ୍ମ

ଏହାପୂର୍ବରୁ ଏମଏସ୍ ଧୋନି ଦି ଅନଟୋଲ୍ଡ ଷ୍ଟୋରୀ ୨୦୧୬ ମସିହା ସେପ୍ଟେମ୍ବର ୩୦ ତାରିଖରେ ମୁକ୍ତିଲାଭ କରିଥିଲା। ସେ ସମୟରେ ଫିଲ୍ମକୁ ବେଶ ଭଲ ପାଇବା ଦେଇଥିଲେ ଦର୍ଶକ । ଚଳଚ୍ଚିତ୍ରଟି ବକ୍ସ ଅଫିସରେ ପ୍ରାୟ ୧୮୪ କୋଟି ଟଙ୍କା ଆୟ (ms dhoni the untold story box office collection) କରିଥିଲା। ଧୋନିଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ସୁଶାନ୍ତଙ୍କ ବ୍ୟତୀତ ଦିଶା ପଟନୀ (Disha Patani) ଓ କିଆରା ଆଡଭାନୀ (kiara advani) ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ଧୋନିଙ୍କ (MS Dhoni) ଟିମ୍ ଇଣ୍ଡିଆ ଯାତ୍ରାଠାରୁ ଆରମ୍ଭ କରି ୨୦୧୧ ମସିହାରେ ବିଶ୍ୱକପ୍ (World cup) ଜିତିବା ସମୟର ସର୍ବୋତ୍ତମକୁ ଏହି ଫିଲ୍ମ ମାଧ୍ଯମରେ ପ୍ରଦର୍ଶିତ କରାଯାଇଥିଲା। ବର୍ତ୍ତମାନ ଫିଲ୍ମଟି ହିନ୍ଦୀ ଭାଷା ସହ ତାମିଲ ଓ ତେଲୁଗୁ ଭାଷାରେ ମଧ୍ଯ ମୁକ୍ତିଲାଭ କରିବ। ଯାହା ଫଳରେ ଦକ୍ଷିଣ ଭାରତର ପ୍ରଶଂସକମାନେ ମଧ୍ଯ ଏହି ଫିଲ୍ମ ଦେଖିପାରିବେ ।

Also Read-Samantha Ruth Prabhu: ପାଠରେ ଶାଠରେ ଏକ ନମ୍ବର ସାମନ୍ଥା, ଭାଇରାଲ ହେଲା ଦଶମ ପରୀକ୍ଷା ମାର୍କସିଟ୍

Also Read-Samantha Ruth Prabhu: 'ଷ୍ଟାର ହିରୋଇନ୍ ଭାବେ ସମନ୍ଥାଙ୍କ କ୍ୟାରିୟର୍ ବର୍ତ୍ତମାନ ଶେଷ', ଏହି ଫିଲ୍ମ ନିର୍ମାତା କଲେ ଆଶ୍ଚର୍ଯ୍ୟଜନକ ଦାବି!

Also Read-Met Gala 2023: ଆକର୍ଷଣରେ କେନ୍ଦ୍ରବିନ୍ଦୁ ହେଲା ପ୍ରିୟଙ୍କାଙ୍କ ନେକଲେସ, ଦାମ ଜାଣିଲେ ଉଡ଼ିଯିବ ହୋସ