Kisi Ka Bhai Kisi Ki Jaan Trailer: ସଂସ୍କୃତରେ ଅନର୍ଗଳ ଶ୍ଲୋକ ଗାଇଲେ ଭାଇଜାନ୍, ଫ୍ୟାନ୍ସ କହିଲେ WOW
Advertisement
Article Detail0/zeeodisha/odisha1647073

Kisi Ka Bhai Kisi Ki Jaan Trailer: ସଂସ୍କୃତରେ ଅନର୍ଗଳ ଶ୍ଲୋକ ଗାଇଲେ ଭାଇଜାନ୍, ଫ୍ୟାନ୍ସ କହିଲେ WOW

Kisi Ka Bhai Kisi Ki Jaan Trailer News In Odia: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ(salman khan ) ବହୁ ପ୍ରତୀକ୍ଷିତ ଫିଲ୍ମ' କିସି କା ଭାଇ କିସି କି ଜାନ' (Kisi Ka Bhai Kisi Ki Jaan) । ନିକଟରେ ଏହି ଫିଲ୍ମର ଚାରୋଟି ଗୀତ ରିଲିଜ୍ ହୋଇଥିବା ବେଳେ ଆଜି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି (Kisi Ka Bhai Kisi Ki Jaan Trailer)। ଯାହାଙ୍କୁ ସଲମାନ ଖାନଙ୍କ ଫ୍ୟାନ୍ସମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲା।

ସୌଜନ୍ୟ- ସୋସିଆଲ ମିଡ଼ିଆ

Kisi Ka Bhai Kisi Ki Jaan Trailer News In Odia: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ(salman khan ) ବହୁ ପ୍ରତୀକ୍ଷିତ ଫିଲ୍ମ' କିସି କା ଭାଇ କିସି କି ଜାନ' (Kisi Ka Bhai Kisi Ki Jaan) । ନିକଟରେ ଏହି ଫିଲ୍ମର ଚାରୋଟି ଗୀତ ରିଲିଜ୍ ହୋଇଥିବା ବେଳେ ଆଜି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି (Kisi Ka Bhai Kisi Ki Jaan Trailer)। ଯାହାଙ୍କୁ ସଲମାନ ଖାନଙ୍କ ଫ୍ୟାନ୍ସମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲା। ଆଜି ଏହି ଅପେକ୍ଷାର ଅନ୍ତ ଘଟିଛି । ସଲମାନଙ୍କୁ ଏହି ଫିଲ୍ମରେ ଏକ ନୂଆ ଲୁକରେ ଦେଖିବାକୁ ମିଳିବ । ଟିଜରରେ ଦେଖିବାକୁ ମିଳିଛି ଯେ, ସଂସ୍କୃତରେ କିଛି ଶ୍ଲୋକ ଗାନ କରୁଛନ୍ତି ସଲମାନ ଖାନ୍ । ପରେ ,ତାଙ୍କୁ ସମସ୍ତ ଭାଇ ଡାକିବାକୁ ସଲମାନ ଖାନ କହୁଛନ୍ତି । କେବଳ ଏତିକି ନୁହେଁ, ତେବେ, ଏହି ଫିଲ୍ମରେ ସଲମାନଙ୍କ (salman khan) ଲୁକ୍ ପୁରା ଡିଫରେଣ୍ଟ ରହିଛି । ଦମଦାର ଲୁକରେ ନଜର ଆସିଛନ୍ତି ଭାଇଜାନ୍ (salman khan )। 

ନିକଟରେ, 'କିସି କା ଭାଇ କିସି କି ଜାନ' 'ୟେଣ୍ଟାମା' ଗୀତ ରିଲିଜ୍ ହୋଇଥିଲା । 'ୟେଣ୍ଟାମା' ଗୀତ ହେଉଛି ଏକ ହିନ୍ଦୀ-ତେଲୁଗୁ ମିଶ୍ରଣ ଗୀତ । ଯେଉଁଥିରେ ସଲମାନ ଏବଂ ଭେଙ୍କଟେଶଙ୍କୁ ଲୁଙ୍ଗି ପିନ୍ଧି ଡାନ୍ସ କରୁଥିବା ଦେଖିବାକୁ ମିଳିଛି । ତେବେ,ଏହି ଗୀତରେ ଦକ୍ଷିଣ ଭାରତରେ ଛୁଙ୍କ ମଧ୍ୟ ଟିକେ ଅଧିକ ରହିଛି ।  ତେବେ,ଏହି ଗୀତକୁ ପାୟଲ ଦେବ ରଚନା କରିଛନ୍ତି। ଏହି ଗୀତଟିକୁ ବିଶାଲ ଦାଦଲାନି(Vishal Dadlani) ଏବଂ ପାୟଲ ଦେବ Payal Dev ଗାଇଛନ୍ତି ।  ଏହି ଗୀତର ଲିରିକ୍ସ ଶବବୀର ଅହମ୍ମଦ ଏବଂ କୋରିଓଗ୍ରାଫି ଜାନି ମାଷ୍ଟରଙ୍କ ଦ୍ୱାରା ହୋଇଛି। ଏହି ଗୀତର ଶେଷ ଟିଜରରେ ଜଣେ ସାଉଥଷ୍ଟାର ରାମଚରଣଙ୍କୁ ମଧ୍ୟ ଦେଖିବାକୁ ମିଳିବ( KKBKKJ Movie Trailer Video)। 

 

Also Read : Nayanthara: ଫ୍ୟାନ୍ସଙ୍କୁ ଧମକ ଦେଲେ ନୟନତାରା , ଜାଣନ୍ତୁ କାରଣ

Also Read : Archana Nag: କୋର୍ଟରେ ବିଷ ଓଗାଳିଲେ ଅର୍ଚ୍ଚନା, କହିଲା କାହିଁକି ଗିରଫ ହୋଇନି ଶ୍ରଦ୍ଧାଞ୍ଜଳି...

ତେବେ ଏହି ଚଳଚ୍ଚିତ୍ରଟି ଚଳିତ ମାସ ୨୧ ରେ ଅର୍ଥାତ୍ ଇଦରେ ରିଲିଜ୍ ହେବ। ତେବେ, ଏହି ଫିଲ୍ମର ପ୍ରଯୋଜକ ସଲମାନ ଖାନ୍ (salman khan ) ଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ବରେ ଫରାଦ ସମଝୀ ରହିଛନ୍ତି । ତେବେ ଫିଲ୍ମଟି ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି ।  ଏ-ହି ଫିଲ୍ମରେ, ସଲମାନଙ୍କ ବିପକ୍ଷରେ ପୂଜା ହେଗଡେ (pooja hegde)ନଜର ଆସିବେ। ଅନ୍ୟପକ୍ଷରେ ଶେହେନାଜ ଗିଲ (shehnaaz gill)ଏବଂ ପଲକ ତିୱାରୀ ଏହି ଫିଲ୍ମରେ ଡେବ୍ୟୁ କରିବେ। ତେବେ,ଏହି ଫିଲ୍ମକୁ ଉତ୍ସାହର ସହକାରେ ଅପେକ୍ଷା କରିଛନ୍ତି ଦର୍ଶକ । ନିକଟରେ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିଲା । ହତ୍ୟା ଧମକ ଦେଇଥିବା ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି ।  କିଛି ଦିନ ହେବ କେହିଜଣେ ଅଜଣା ବ୍ୟକ୍ତି ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲା । ଏ ନେଇ ସଲମାନଙ୍କ ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଥିଲା । ବାନ୍ଦ୍ରା ଥାନାରେ ଅଭିଯୋଗ କରିଥିଲେ ସଲମାନ । ଏହି ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏବେ ଏହି ଅଭିଯୁକ୍ତ ଗିରଫ ହୋଇଛି । ରାଜସ୍ଥାନରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ଅଭିଯୁକ୍ତର ନାଁ ହେଉଛି ଧାକଡ ରାମ ବିଷ୍ଣୋଇ । ଏହି ଅଭିଯୁକ୍ତ ଜଣଙ୍କ ଇ-ମେଲ ଜରିଆରେ ସଲମାନଙ୍କୁ ବାରମ୍ବାର ଧମକ ଦେଉଥିଲା । ଅଭିଯୁକ୍ତର ବୟସ ୨୧ ବର୍ଷ ।