Kisi Ka Bhai Kisi Ki Jaan Box Office Collection Day 1: ପ୍ରଥମ ଦିନରେ ବାଜି ମାରିଲା ସଲୁମିଆଁଙ୍କ ଏହି ଫିଲ୍ମ, ରୋଜଗାର କଲା ଏତେ କୋଟି
Advertisement
Article Detail0/zeeodisha/odisha1662636

Kisi Ka Bhai Kisi Ki Jaan Box Office Collection Day 1: ପ୍ରଥମ ଦିନରେ ବାଜି ମାରିଲା ସଲୁମିଆଁଙ୍କ ଏହି ଫିଲ୍ମ, ରୋଜଗାର କଲା ଏତେ କୋଟି

Kisi Ka Bhai Kisi Ki Jaan Box Office Collection Day 1: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ (salman khan) ବହୁ ପ୍ରତିକ୍ଷିତ ଫିଲ୍ମ 'କିସିକା ଭାଇ କିସିକି ଜାନ୍ ' (Kisi Ka Bhai Kisi Ki Jaan) ଇଦ୍ ଅବସରରେ ଅର୍ଥାତ୍ ଆଜି(ଶୁକ୍ରବାର) ରିଲିଜ୍ ହୋଇଛି । ତେବେ, ପ୍ରଥମ ଦିନରେ ଫିଲ୍ମଟିକୁ ଢେର ସାରା ଭଲପାଇବା ଦେଇଛନ୍ତି ଫ୍ୟାନ୍ସ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Kisi Ka Bhai Kisi Ki Jaan Box Office Collection Day 1: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ (salman khan) ବହୁ ପ୍ରତିକ୍ଷିତ ଫିଲ୍ମ 'କିସିକା ଭାଇ କିସିକି ଜାନ୍ ' (Kisi Ka Bhai Kisi Ki Jaan) ଇଦ୍ ଅବସରରେ ଅର୍ଥାତ୍ ଆଜି(ଶୁକ୍ରବାର) ରିଲିଜ୍ ହୋଇଛି । ତେବେ, ପ୍ରଥମ ଦିନରେ ଫିଲ୍ମଟିକୁ ଢେର ସାରା ଭଲପାଇବା ଦେଇଛନ୍ତି ଫ୍ୟାନ୍ସ । ଲିଡ୍ ରୋଲରେ ସଲମାନ ଖାନଙ୍କ ବ୍ୟତିତ ପୂଜା ହେଗଡେ ମଧ୍ୟ ନଜର ଆସିଛନ୍ତି । ତେବେ, ଏ-ମାନଙ୍କ ବ୍ୟତିତ ପଲକ ତିୱାରୀ, ଶହନାଜ ଗିଲ, ରାଘବ ଜୁୟଲ, ଜସ୍‌ସି ଗିଲ ଓ ସିଦ୍ଧାର୍ଥ ନିଗମଙ୍କ ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ତେବେ, ଫିଲ୍ମର ପ୍ରଥମ ଦିନର କଲେକସନ୍ ବର୍ତ୍ତମାନ ସାମ୍ନାକୁ ଆସିଛି। 

(sacnilk )ସାକ୍ନିଲ୍କ ଅନୁଯାୟୀ ଫିଲ୍ମ 'କିସିକା ଭାଇ କିସିକି ଜାନ୍ (Kisi Ka Bhai Kisi Ki Jaan Box Office Collection Day 1)' ପ୍ରଥମ ଦିନରେ ୧୨ କୋଟି ଟଙ୍କା ରୋଜଗାର କରିଛି ବୋଲି କୁହାଯାଉଛି । ଯଦିଓ ଏଗୁଡିକ ବର୍ତ୍ତମାନ ଆକଳନ କରାଯାଇଛି, କାରଣ ନାଇଟ୍ ସୋ ପରେ କଲେକସନ୍ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଉଲ୍ଲେଖନୀୟ ବିଷୟ ହେଉଛି 'କିସିକା ଭାଇ କିସିକି ଜାନ୍ ' (Kisi Ka Bhai Kisi Ki Jaan Box Office Collection Day 1) ଚଳଚ୍ଚିତ୍ର ସାରା ବିଶ୍ୱରେ ୫୭୦୦ ରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି। ଏଭଳି ପରିସ୍ଥିତିରେ ଅନେକ ବାଣିଜ୍ୟ ବିଶ୍ଳେଷକ ବିଶ୍ବାସ କରନ୍ତି ଯେ , ସଲମାନଙ୍କ ଏହି ଫିଲ୍ମ ପ୍ରଥମ ଦିନରେ ୧୫ ରୁ ୧୮ କୋଟି ଟଙ୍କା ସଂଗ୍ରହ କରିପାରିବ। ତେବେ, ଆଉ କେତେକ ବାଣିଜ୍ୟ ବିଶ୍ଳେଷକ କହିଛନ୍ତି ଯେ, ସଲମାନ ଖାନଙ୍କ (salman khan) ଏହି ଫିଲ୍ମ ଆଗକୁ ଇଦ୍ ଥିବାରୁ ଫିଲ୍ମର ବକ୍ସ ଅଫିସ୍ କଲେକସନ ଆହୁରୀ ବଢିବ । ଖାସ୍ କରି ଆସନ୍ତା ଦୁଇ ଦିନ ଛୁଟି ଥିବାରୁ କଲେକସନ୍ ଆଗକୁ ବଢିବ ବୋଲି କହିଛନ୍ତି। ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ପାଇଁ ଆଡଭାନ୍ସ ଟିକେଟ୍ ବୁକିଂ ବହୁତ ଭଲ ହୋଇଥିଲା। 

Also Read: Akshaya Tritiya 2023: ଅକ୍ଷୟ ତୃତୀୟାରେ ରାଶି ଅନୁସାରେ କିଣନ୍ତୁ ଏହି ସବୁ ଜିନିଷ, ବର୍ଷିବ ଧନ...

Also Read: Cold Water: ଖରାଦିନେ ଫ୍ରିଜ୍ ପାଣି ପିଉଛନ୍ତି କି? ହୋଇ ଯାଆନ୍ତୁ ସାବଧାନ୍ ନଚେତ୍ ଏହି ପ୍ରାଣଘାତୀ ରୋଗର ହୋଇପାରନ୍ତି ଶୀକାର

ନିକଟରେ, ସଲମାନ ଖାନଙ୍କୁ (salman-khan) ହତ୍ୟା ଧମକ ମିଳିଥିଲା । ସଲମାନଙ୍କୁ ମାରିଦେବାର ଧମକ ଦେଇଥିବା ଅଭିଯୁକ୍ତ ମଧ୍ୟ ହତ୍ୟା କରିବା ପାଇଁ ଏକ ନିଦ୍ଧିଷ୍ଟ ତାରିଖ ମଧ୍ୟ ଜଣାଇ ସାରିଛନ୍ତି । ୩୦ ଏପ୍ରିଲ (April 30) ସୁଧା ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛି ଅଭିଯୁକ୍ତ । ଏ-ନେଇ ସଲମାନ ଖାନ୍ ମୁମ୍ବାଇ ପୋଲିସ୍ (Mumbai Police)  ନିକଟରେ ଅଭିଯୋଗ କରିଛନ୍ତି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ, ସଲମାନଙ୍କୁ ହତ୍ୟା ପାଇଁ ଆସିଥିବା ଫୋନ କଲଟି ରାଜସ୍ଥାନର ଯୋଧପୁରରୁ(jodhpur) ଅଞ୍ଚଳରୁ ଆସିଥିବା ପୋଲିସ କହିଛି ।  ପୋଲିସ କହିଛି ଯେ, ଫୋନ୍ ଟ୍ରାକିଂ କରି ଯଥାଶୀଘ୍ର ଏହି ମାମଲାରେ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି। ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଆସିଥିଲା (mumbai police control room) ଏକ ଧମକ ପୂର୍ଣ୍ଣ କଲ୍ ବୋଲି ପୋଲିସ୍ କହିଛି । କଲ କରିଥିବା ବ୍ୟକ୍ତି ଜଣକ ନିଜକୁ ରାଜସ୍ଥାନର ଯୋଧପୁରର ବାସିନ୍ଦା (jodhpur) ରକିଭାଇ ବୋଲି ପରିଚୟ ଦେଇଥିଲେ।  ଆସନ୍ତା ୩୦ ତାରିଖରେ  ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଯାହାର ସବିଶେଷ ତଥ୍ୟ ସଲମାନ ପୋଲିସକୁ ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ସଲମାନଙ୍କୁ ଅନେକ ଥର ହତ୍ୟା ଧମକ ମିଳି ସାରିଛି ।