Salaar Review: ରିଲିଜ ହେଲା ‘ସଲାର’, ପ୍ରଭାସଙ୍କ ଧମାକେଦାର କମବ୍ୟାକ୍ ରେ ଫ୍ୟାନ୍ସ ତାଜୁବ!
Advertisement
Article Detail0/zeeodisha/odisha2023305

Salaar Review: ରିଲିଜ ହେଲା ‘ସଲାର’, ପ୍ରଭାସଙ୍କ ଧମାକେଦାର କମବ୍ୟାକ୍ ରେ ଫ୍ୟାନ୍ସ ତାଜୁବ!

Salaar: ସାରା ଦେଶରେ ଶୁକ୍ରବାର ରିଲିଜ ହୋଇଯାଇଛି ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସଲାର’ । ପ୍ରଥମ ଦିନର ଆଡ଼ଭାନ୍ସ ବୁକିଂକୁ ଦେଖିଲେ ଫିଲ୍ମଟି ଆଗକୁ ବହୁ ରେର୍ଡ଼କ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି। ଫିଲ୍ମଟି ତେଲୁଗୁ, ମଲୟାଲମ୍, ତାମିଲ୍, କନ୍ନଡ ଏବଂ ହିନ୍ଦୀ ସମେତ ୫ଟି ଭାଷାରେ ମୁକ୍ତିଲାଭ କରିଛି ।

ସୌ(ସୋସିଆଲ ମିଡିଆ)

Salaar Review: ସାରା ଦେଶରେ ଶୁକ୍ରବାର ରିଲିଜ ହୋଇଯାଇଛି ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସଲାର’ । ପ୍ରଥମ ଦିନର ଆଡ଼ଭାନ୍ସ ବୁକିଂକୁ ଦେଖିଲେ ଫିଲ୍ମଟି ଆଗକୁ ବହୁ ରେର୍ଡ଼କ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି। ଫିଲ୍ମଟି ତେଲୁଗୁ, ମଲୟାଲମ୍, ତାମିଲ୍, କନ୍ନଡ ଏବଂ ହିନ୍ଦୀ ସମେତ ୫ଟି ଭାଷାରେ ମୁକ୍ତିଲାଭ କରିଛି ।

ସୂଚନାଯୋଗ୍ୟ, ହୋମ୍ବଲେ ଫିଲ୍ମସ୍ (Hombale Films) ବ୍ୟାନରରେ ନିର୍ମିତ ଏହି ଫିଲ୍ମର  ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ଥ ନିଲ୍ (Prashanth Neel) । ପ୍ରଭାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସ ସହ ପ୍ରୀତିରାଜ ସୁକୁମାରନ୍, ଶ୍ରୁତି ହାସନ, ମୀନାକ୍ଷୀ ଚୌଧୁରୀ, ଟିନୁ ଆନନ୍ଦ, ବ୍ରହ୍ମାଜୀ, ଇଶ୍ୱରୀ ରାଓ ନଜର ଆସିଛନ୍ତି । ଡିସେମ୍ବର ୧୬ରୁ ଅର୍ଥାତ୍ ରିଲିଜର ଏକ ସପ୍ତାହ ପୂର୍ବରୁ ‘ସଲାର’ର ଆଡଭାନ୍ସ ବୁକିଂ (Salaar Advance Booking) ଆରମ୍ଭ ହୋଇଥିଲା । ବୁକିଂର ପ୍ରଥମ ଦିନରେ ପ୍ରାୟ ୩୧ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇଥିଲା । ଅର୍ଥାତ୍ ଫିଲ୍ମଟି ରିଲିଜ ପୂର୍ବରୁ ପ୍ରାୟ ୪୮ କୋଟି ଅଧିକ ଟଙ୍କା ଆୟ କରିଥିବା କୁହାଯାଉଛି । 

ଫିଲ୍ମ ଦେଖିବା ପରେ ଜଣେ ୟୁର୍ଜସ କହିଛନ୍ତି, ‘ଫିଲ୍ମର କାହାଣୀ ସେତେଟା ଭଲ ନାହିଁ, କିନ୍ତୁ ପ୍ରଭାସଙ୍କ ଷ୍ଟାରଡମ୍ ଫିଲ୍ମକୁ ହିଟ୍ କରିବାରେ ସଫଳ ହେବ’। ସେହିପରି ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି, ‘ଚଳଚ୍ଚିତ୍ରକୁ ଆରମ୍ଭରୁ ବୁଝିବା କଷ୍ଟକର ଅଟେ, କିନ୍ତୁ ଶେଷ ଆଡ଼କୁ ଚଳଚ୍ଚିତ୍ର ଲୋକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି’ ।

ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ସାଲାର ଏକ ଭଲ ଚଳଚ୍ଚିତ୍ର ଅଟେ, ଏହା ବନ୍ଧୁତା, ଭାବନା ଓ ଆକ୍ସସନ୍ ରେ ଭରପୂର ଅଟେ । ଦେବ ଭୂମିକାରେ ପ୍ରଭାସ ଭୂମିକାକୁ ବେଶ ଭଲ ଭାବରେ ତୁଲାଇଛନ୍ତି ପ୍ରଭାସ ।  

ପ୍ରକାଶଥାଉ କି, ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫିଲ୍ମ ସଲାରରେ ମୁଖ୍ୟ ଭୂମିକା ଅଭିନେୟ ପାଇଁ ପ୍ରଭାସ ୧୦୦ କୋଟି ଟଙ୍କା ଚାର୍ଜ କରିଛନ୍ତି । ଖାଲି ଏତିକି ନୁହେଁ ୪୦୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମରେ ପ୍ରଭାସ ୧୦୦ କୋଟି ଟଙ୍କା ସହ ପ୍ରଫିଟ୍ ସେୟାର ମଧ୍ୟ ଡିମାଣ୍ଡ କରିଛନ୍ତି। ଏହି ପ୍ରଫିଟ୍ ବାବଦକୁ ସେ ୧୦ ପ୍ରତିଶତ ଟାର୍ଜ କରିଛନ୍ତି। ପ୍ରଭାସଙ୍କ ପରେ ଅଭିନେତା ପୃଥ୍ୱୀରାଜ ସୁକୁମାରନ୍ ମଧ୍ୟ ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଜୀ ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ସଲାର ଫିଲ୍ମ ପାଇଁ ସୁକୁମାରନ୍ ୪ କୋଟି ଟଙ୍କା ନେଇଛନ୍ତି । ସେହିପରି ଫିଲ୍ମ ପାଇଁ ଶ୍ରୁତି ହସାନଙ୍କୁ ୮ କୋଟି ଟଙ୍କା ଅଫର କରାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ଭେଟେରାନ ଅଭିନେତା ଜଗପତି ବାବୁ ୪ କୋଟି ଟଙ୍କା ଡିମାଣ୍ଡ କରିଥିବା ସୂଚନା ରହିଛି।