Shah Rukh Khan fan: ଶାହାରୁଖ୍ ଖାନଙ୍କ ଜବରା ଫ୍ୟାନ୍, ଭେଣ୍ଟିଲେଟରେ ଥାଇ...
Advertisement
Article Detail0/zeeodisha/odisha1874101

Shah Rukh Khan fan: ଶାହାରୁଖ୍ ଖାନଙ୍କ ଜବରା ଫ୍ୟାନ୍, ଭେଣ୍ଟିଲେଟରେ ଥାଇ...

Shah Rukh Khan fan: କିଙ୍ଗ୍ ଖାନଙ୍କ (Shah Rukh Khan) ଅଭିନୀତ ଫିଲ୍ମ 'ଜଓ୍ବାନ୍' (Jawan) ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି । ଶାହାରୁଖ୍ ଖାନଙ୍କ ଏହି ଫିଲ୍ମ ରିଲିଜ୍ ହେବା ଦିନ ଠାରୁ ଭଲ କଲେକସନ୍ କରିବାରେ ଲାଗିଛି।  ତେବେ, ଏହାରି ଭିତରେ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ସାମ୍ନାକୁ ଆସିଛି । କିଙ୍ଗ୍ ଖାନଙ୍କ ଡାଏ ହାର୍ଟ ଫ୍ୟାନ ଜଣେ ଭେଣ୍ଟିଲେଟରରେ ଥାଇ ବି ଫିଲ୍ମ ଦେଖିବା ପାଇଁ ହଲରେ ପହଞ୍ଚିଥିଲେ। ଆଉ ସେହି ଯୁବକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Shah Rukh Khan fan: କିଙ୍ଗ୍ ଖାନଙ୍କ (Shah Rukh Khan) ଅଭିନୀତ ଫିଲ୍ମ 'ଜଓ୍ବାନ୍' (Jawan) ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି । ଶାହାରୁଖ୍ ଖାନଙ୍କ ଏହି ଫିଲ୍ମ ରିଲିଜ୍ ହେବା ଦିନ ଠାରୁ ଭଲ କଲେକସନ୍ କରିବାରେ ଲାଗିଛି। ଫିଲ୍ମ ଦେଖିବା ପାଇଁ ଫ୍ୟାନ୍ସଙ୍କ ଖଚାଖଚ ଭିଡ଼ ମଧ୍ୟ ହଲ ଗୁଡିକରେ ବର୍ତ୍ତମାନ ଦେଖିବାକୁ ମିଳୁଛି । ତେବେ, ଏହାରି ଭିତରେ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ସାମ୍ନାକୁ ଆସିଛି । କିଙ୍ଗ୍ ଖାନଙ୍କ ଡାଏ ହାର୍ଟ ଫ୍ୟାନ ଜଣେ ଭେଣ୍ଟିଲେଟରରେ ଥାଇ ବି ଫିଲ୍ମ ଦେଖିବା ପାଇଁ ହଲରେ ପହଞ୍ଚିଥିଲେ। ଆଉ ସେହି ଯୁବକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । 

 

 
 
 
 

 
 
 
 
 
 
 
 
 
 
 

A post shared by Rohit Gupta (@ro_hit_hain)

Also Read: Jawan: ସାରା ବିଶ୍ଵରେ ଧମାଲ କରୁଛି ‘ଜୱାନ’, ୯ ଦିନରେ ପାର କଲାଣି ଏତିକି କୋଟି

ମିଳିଥିବା ସୂଚନା ମୁତାବକ,  ଆନିସ୍ ଫାରୁକି (Anees Farooqui)। ଯିଏକି କିଙ୍ଗ ଖାନ୍ ଙ୍କ ଡାଏ ହାର୍ଟ ଫ୍ୟାନ୍ । ଗତ କିଛି ଦିନ ହେବ, ଆନିସ୍ କୌଣସି ଏକ ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ମେଡିକାଲରେ ଭେଣ୍ଟିଲେଟରରେ ଥିଲେ। କିନ୍ତୁ କିଙ୍ଗ୍ ଖାନଙ୍କ ଫିଲ୍ମ 'ଜଓ୍ବାନ୍'  ରିଲିଜ୍ ହେବା ଦିନ ଠାରୁ ସେ ଫିଲ୍ମ ଦେଖିବା ପାଇଁ ବ୍ୟଗ୍ର ହେଉଥିଲେ। କିନ୍ତୁ ଗତକାଲି ସେ ହ୍ବିଲ୍ ଚେୟାରରେ ବସି ଥିଏଟରରେ ପହଞ୍ଚିଥିଲା ଫିଲ୍ମ ଦେଖିବା ପାଇଁ । ଫିଲ୍ମଟି ଦେଖି ଥିଏଟର ବାହାରକୁ ଆସିବା ପରେ ଯୁବକ 'ଜଓ୍ବାନ୍' ର ପୋଷ୍ଚର ପାଖରେ ଏକ ସେଲଫି ନେଇଥିଲେ । ତେବେ, ରୋହିତ ଗୁପ୍ତା ନାମକ ଜଣେ ୟୁଜର୍ସ  ସୋସିଆଲ ମିଡିଆ ଆନିସ୍ ଫାରୁକିଙ୍କ ଏହି ଭିଡିଓ ସେୟାର କରିଛନ୍ତି  । ଏହି ଭିଡିଓ ଦେଖିବା ପରେ ଏକାଧିକ ୟୁଜର୍ସଙ୍କ ଅଜବ ମନ୍ତବ୍ୟ  ଦେଉଛନ୍ତି।

ସାଉଥ ନିର୍ଦ୍ଦେଶକ ଅଟଲିଙ୍କ (Atlee) ନିର୍ଦ୍ଦେଶିତ ଏହି ଫିଲ୍ମ ସେପ୍ଟେମ୍ବର ୭ ତାରିଖରେ ବଡ଼ ପରଦାରେ ରିଲିଜ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନଙ୍କ ବ୍ୟତୀତ ନୟନ୍ତରା ଦୀପିକା ପାଦୁକୋନ, ଏବଂ ବିଜୟ ସେଥୁପାଠୀ ବିଶେଷ ରୂପରେ ନଜର ଆସିଛନ୍ତି । ଏଥିସହିତ ସାନିଆ ମଲହୋତ୍ରା, ଗିରିଜା ଓକ, ପ୍ରିୟମାନି, ଆଲିଆ କୁରେଶୀ, ସଞ୍ଜିତା ଭଟ୍ଟାଚାର୍ଯ୍ୟ, ଲେହର ଖାନ, ରିଦ୍ଧି ଡୋଗ୍ରା ଏବଂ ସୁନୀଲ ପ୍ରମୁଖ ଅଭିନୟ କରିଛନ୍ତି।  ଫିଲ୍ମଟି ରିଲିଜ୍ ହେବାର ୯ ଦିନ ବିତିଲାଣୀ ।  ଏଭଳି ସ୍ଥିତିରେ 'ଜଓ୍ବାନ୍ ' ମାତ୍ର ୯ ଦିନରେ ୪୦୦ କୋଟି ପାର୍ କରି ସବୁଠୁ ଆଗରେ ରହିଛି । ଆଜି ଛୁଟି ଦିନ ଥିବାରୁ ଫିଲ୍ମଟିର କଲେକସନ୍ ଆହୁରୀ ବଢିବ ବୋଲି ଆଶା କରାଯାଉଛି।  ବର୍ତ୍ତମାନ ସୁଧା ଭାରତରେ 'ଜଓ୍ବାନ' ର କଲେକସନ୍ (410.88 ) ୪୧୦.୮୮ କୋଟି ଟଙ୍କାରେ ପହଞ୍ଚି ଥିବା ବେଳେ ବିଶ୍ବରେ ୬୯୬.୬୭  ( Rs 696.67 crore worldwide gross) କୋଟି ପାର୍ କରିଛି।