Anil Kapoor: ଅନୀଲଙ୍କୁ ସାମ୍ନାରେ ପାଇ ଚିହ୍ନି ପାରିଲେନି ଫ୍ୟାନ୍ସ, କହିଲେ...
Advertisement

Anil Kapoor: ଅନୀଲଙ୍କୁ ସାମ୍ନାରେ ପାଇ ଚିହ୍ନି ପାରିଲେନି ଫ୍ୟାନ୍ସ, କହିଲେ...

Anil Kapoor: ଫିଲ୍ମ ରାମ ଲକ୍ଷ୍ମଣ (Ram Lakhan)ର ଏକ ଗୀତ 'ମାଇଁ ନେମ୍ ଇଜ୍ ଲଖନ୍' (My Name Is Lakhan) ଆଜିବି ସମସ୍ତଙ୍କ ମନରେ ରହିଛି । ଏହି ଫିଲ୍ମରେ ମାଧୁରୀ ଦିକ୍ଷିତଙ୍କ ସହ ସେ ନଜର ଆସିଥିଲେ। ସେହି ସମୟରେ ଫିଲ୍ମଟି ହିଟ୍ ବି (hit film) ହୋଇଥିଲା। ନିକଟରେ ଅନୀଲ କପୁର ନିଜ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ସେୟାର କରିଛନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Anil Kapoor: ୯୦ ଦଶକର ଅଭିନେତା ହେଉଛନ୍ତି ଅନୀଲ କପୁର(Anil Kapoor) । ବୟସର ଅପରାହ୍ନରେ ପହଞ୍ଚିଥିଲେ ବି ଆଜିବି ସେ ପୁରା ଫିଟ୍ । ତାଙ୍କ ଅଭିନୀତ ଫିଲ୍ମ ରାମ ଲକ୍ଷ୍ମଣ (Ram Lakhan)ର ଏକ ଗୀତ 'ମାଇଁ ନେମ୍ ଇଜ୍ ଲଖନ୍' (My Name Is Lakhan) ଆଜିବି ସମସ୍ତଙ୍କ ମନରେ ରହିଛି । ଏହି ଫିଲ୍ମରେ ମାଧୁରୀ ଦିକ୍ଷିତଙ୍କ ସହ ସେ ନଜର ଆସିଥିଲେ। ସେହି ସମୟରେ ଫିଲ୍ମଟି ହିଟ୍ ବି (hit film) ହୋଇଥିଲା। ନିକଟରେ ଅନୀଲ କପୁର ନିଜ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ସେୟାର କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏହି ଅଭିନେତା ଜର୍ମାନୀର ମ୍ୟୁନିଚରେ ଜଣେ ଫ୍ୟାନ୍ସଙ୍କୁ ଭେଟିଥିଲେ। ବ୍ୟକ୍ତି ଜଣକ ଭିନ୍ନ ଏକ ଅନ୍ଦାଜରେ ବସି ଗୀତ ଶୁଣୁଥିବା ଦେଖିବାକୁ ମିଳିଛି । ଏପରିତି ଅନୀଲ ତାଙ୍କ ସହିତ ମଧ୍ୟ କିଛି ସମୟ ବାର୍ତ୍ତାଳପ କରିଥିବା ଦେଖିବାକୁ ମିଳିଛି। 

 

Also Read : PM Kisan 14th Instalment: ସମସ୍ତ ଚାଷୀଙ୍କୁ ମିଳି ସାରିଛି ୨୦୦୦ ଲେଖାଁଏ ଟଙ୍କା, ଆପଣ ପାଇ ନାହାଁନ୍ତି କି? ଏପରି ଅନଲାଇନରେ କରନ୍ତୁ ଯାଞ୍ଚ

Also Read : Gold and Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର! ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର ନୂଆ ଦର

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଖୋଲା ଘରେ  ବସିଥିବା ବ୍ୟକ୍ତିଙ୍କ ସହିତ ଆଇକନିକ୍ ଗୀତ ଗାଇବା ସହ ଶୁଣୁଛନ୍ତି । କିଛି ସେକେଣ୍ଡ ପରେ, ଅନିଲ କପୁର ସେହି ବ୍ୟକ୍ତି ଜଣକ ପଚାରୁଛନ୍ତୁ,ଯେ "ତୁମେ ଏହି ଗୀତ କେଉଁଠୁ ପାଇଲ? ଆପଣ ଏହି ଗୀତକୁ ପସନ୍ଦ କରନ୍ତି କି? ଆପଣ କେଉଁଠାରୁ ଆସିଛନ୍ତି? "ବ୍ୟକ୍ତି ଜଣକ ପୋର୍ଟେବଲ୍ ସ୍ପିକରକୁ ସୂଚାଇ କହିଲେ, ଏହି ଗୀତଟି ହେଉଛି ଅନିଲ କପୁରଙ୍କର "। ସେ ଏହା ସହିତ କହିଛନ୍ତି ଯେ, ମୁଁ ଟ୍ରାନ୍ସିଲଭାନିଆର (ରୋମାନିଆ) । ମୁଁ ଭାରତକୁ ଭଲ ପାଏ। " ତେବେ ଉକ୍ତ ବ୍ୟକ୍ତି ଅନିଲ କପୁରଙ୍କୁ ଚିହ୍ନି ପାରିନଥିଲେ। ଟୁଇଟରରେ ହୃଦୟସ୍ପର୍ଶୀ ଭିଡିଓ ସେୟାର କରି ଅନିଲ କପୁର ଲେଖିଛନ୍ତି, ଭିନ୍ନ ଏକ ମଣିଷ, ଭିନ୍ନ ଏକ ହୃଦୟ, ହୃଦୟରୁ ଆପଣଙ୍କୁ ଢେର ସାରା ଭଲ ପାଇବା। ଅନିଲ କପୁର ମଧ୍ୟ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେହି ଭିଡିଓ ସେୟାର କରିଛନ୍ତି। ଅନିଲ କପୁରଙ୍କ ଭିଡିଓ ସୋସିଆଲ ମିଡିଆରେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଜଣେ ପ୍ରଶଂସକ ଲେଖିଛନ୍ତି, "ଚମତ୍କାର .. ଅନିଲ ସାର୍, ସମଗ୍ର ବିଶ୍ୱ ଆପଣଙ୍କୁ ଭଲ ପାଏ ...।" ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ସେ ତୁମକୁ ଚିହ୍ନି ପାରିଲା ନାହିଁ କିନ୍ତୁ ସାର୍ କହିଲା।"

ଯଦି ଆମେ ଅନୀଲ କପୁରଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ, ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି।  ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ସହ ଫାଇଟରରେ ନଜର ଆସିବେ ଅନୀଲ କପୁର । ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ଜାନୁଆରୀ ୨୫ ରେ ମୁକ୍ତିଲାଭ କରିବ। ଅନିଲ କପୁରଙ୍କୁ ଶେଷ ଥର ପାଇଁ ଦି ନାଇଟ୍ ମ୍ୟାନେଜର, ଡେଭିଡ ଫରଙ୍କ ଦ୍ୱାରା ନିର୍ମିତ ୨୦୧୬ ବ୍ରିଟିଶ ସିରିଜର ହିନ୍ଦୀ ରିମେକ୍ ରେ ଦେଖିବାକୁ ମିଳିଥିଲା ​​।