Ollywood Celebrity Controversy: ପାରିବାରିକ ଝଗଡ଼ାକୁ ନେଇ ଚର୍ଚ୍ଚାରେ ଓଲିଉଡର ଏହି ସବୁ ଷ୍ଟାର୍
Advertisement

Ollywood Celebrity Controversy: ପାରିବାରିକ ଝଗଡ଼ାକୁ ନେଇ ଚର୍ଚ୍ଚାରେ ଓଲିଉଡର ଏହି ସବୁ ଷ୍ଟାର୍

Couple Controversy in Ollywood industry: ବର୍ତ୍ତମାନ ସମୟରେ ଓଲିଉଡ ଫିଲ୍ମ ନୁହେଁ ପାଇଁ ବରଂ ଦାମ୍ପତ୍ତ୍ୟ କଳି ପାଇଁ ବେଶ ଚର୍ଚ୍ଚାରେ ରହିଛି । ବିଭିନ୍ନ ସମୟରେ ଦାଣ୍ତରେ ପଡି ହାଟରେ ଗଡୁଛି ସେଲିବ୍ରେଟିଙ୍କ ପାରିବାରିକ ମାମଲା ।

ସୌ(ସୋସିଆଲ ମିଡିଆ)

Couple Controversy in Ollywood industry: ଓଲିଉଡ ସେଲିବ୍ରିଟିଙ୍କ ଚାଲିଛି କି ଓଲଟା ରାଶି ଚଳନ? କଳାକାରଙ୍କ କ୍ୟାରିୟର ଓ କ୍ୟାରେକ୍ଟର ଉପରେ ସତେ ଯେମିତି ଘନେଇଛି କଳା ବାଦଲ । ଯେଉଁଠି ରିଲର କାହାଣୀ ହିଟ ହେବା କଥା ସେଇଠି ହିଟ୍ ହେଉଛି ସେଲିବ୍ରିଟିଙ୍କ ରିଅଲ ଲାଇଫ କାହାଣୀ । ବର୍ତ୍ତମାନ ସମୟରେ ଓଲିଉଡ ଫିଲ୍ମ ନୁହେଁ ପାଇଁ ବରଂ ଦାମ୍ପତ୍ତ୍ୟ କଳି ପାଇଁ ବେଶ ଚର୍ଚ୍ଚାରେ ରହିଛି । ବିଭିନ୍ନ ସମୟରେ ଦାଣ୍ତରେ ପଡି ହାଟରେ ଗଡୁଛି ସେଲିବ୍ରେଟିଙ୍କ ପାରିବାରିକ ମାମଲା । କେତେବେଳେ ପରକୀୟା ପ୍ରୀତି ତ ଆଉ କେତେ ବେଳେ ସାମ୍ନାକୁ ଆସୁଛି ମାନସିକ ଓ ଶାରୀରିକ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ । ଲମ୍ୱି ଚାଲିଛି ଷ୍ଚାର ଦମ୍ପତ୍ତିଙ୍କ ଫାଇଟର ଲମ୍ୱା ଫର୍ଦ୍ଦ ।

୨୦୨୦ରେ ଚହଳ ସୃଷ୍ଟି କରିଥିଲା ଓଲିଓଡର ଲୋକପ୍ରିୟ ଯୋଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦର ଖବର । ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ମଧ୍ୟରେ କାଠଗଡାରେ ପହଁଞ୍ଚିଥିଲା ଷ୍ଟାର ଦମ୍ପତ୍ତିଙ୍କ ବେଡରୁମ କଳି । ଏହି କପଲ ଫାଇଟରେ ଉଠିଥିଲା ପଡିଥିଲା ପଲ୍ଲୀରୁ ଦିଲ୍ଲୀ । ତେବେ ଦୀର୍ଘ ୩ ବର୍ଷରୁ ହାଇକୋର୍ଟରେ ଚାଲି ଆସୁଥିବା ଏହି ମାମଲାରେ ଖୁବ ଜଲଦି ପୂର୍ଣ୍ଣଚ୍ଛେଦ ପଡିପାରେ ।

ବର୍ଷା ଅନୁଭବଙ୍କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଭୁବନେଶ୍ୱରର ବିଚ୍ ରାସ୍ତାରେ ପରକୀୟା ପ୍ରୀତି ସନ୍ଦେହରେ ପ୍ରକୃତି ମିଶ୍ରଙ୍କୁ ଟଣା ଓଟରା କରିବା ସହ ମାଡ ମାରିଥିଲେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି । ପରେ ପରେ ସୋସିଆଲ ମିଡିଆରେ ବାବୁସାନ ଓ ପ୍ରକୃତିଙ୍କ ଅଡିଓ ଭାଇରାଲ ଘଟଣାକୁ ଆହୁରି ଖୋରାକ ଯୋଗାଇଥିଲା । ଥାନାରୁ ଯାଇ ହାଇକୋର୍ଟରେ ପହଁଞ୍ଚିଥିଲା ପତି ପତ୍ନୀ ଓ ତାଙ୍କ ଟ୍ରାଇଙ୍ଗଲ ଲଭ ଷ୍ଟୋରୀ । ପରେ ବୁଝାସୁଝା କରିବା ପରେ ବାବୁସାନଙ୍କ ଘରକୁ ଫେରିଥିଲେ ତୃପ୍ତି ।

ବର୍ଷ ଆରମ୍ଭରୁ ଘରେ ଘରେ ନିଜର ଦମଦାର ରୋମାଣ୍ଚିକ ଟ୍ରାକ ପାଇଁ ପରିଚିତ ଥିବା ହ୍ୟୁମାନ ସାଗରଙ୍କ ହ୍ୟୁମାନିଟି ଉପରେ ଉଠିଛି ପ୍ରଶ୍ନ । ମଦ ପିଇ ହ୍ୟୁମାନ ତାଙ୍କ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ସହ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିବା ନେଇ ସ୍ୱାମୀ ହ୍ୟୁମାନଙ୍କ ବିରୋଧରେ ଥାନାରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରୀୟା । ଶ୍ରୀୟାଙ୍କ ବାପା ଝିଅଙ୍କୁ ଧର୍ମାନ୍ତୀକରଣ ଲାଗି ବାଧ୍ୟ କରାଯାଉଥିବା ସହ ଶାଶୂଘର ଲୋକେ ଯୌତୁକ ଦାବି କରିଥିବା ସେ କହିଛନ୍ତି । ସେପଟେ ବୋହୂ ମଦ ପିଇ ବିଶୃଙ୍ଖଳା କରୁଥିବା ପାଲଟା ଅଭିଯୋଗ ଆଣିଛନ୍ତି ହ୍ୟୁମାନଙ୍କ ମାଆ । 'ଆମେ କେବେ ବି ତାଙ୍କୁ ଧର୍ମାନ୍ତରୀକରଣ କରିବାକୁ ବାଧ୍ୟ କରିନଥିବା କହିଛନ୍ତି । ଆମେ ଘରେ ଜଗନ୍ନାଥଙ୍କ ଫଟୋ ଅଛି ଶ୍ରୀୟା ଠାକୁର ପୂଜା କରନ୍ତି । ତାଙ୍କ ବାପା ମାଆ ଆସିଲେ ମଧ୍ୟ ପୂଜା କରନ୍ତି । ତେଣୁ ଧର୍ମକୁ ନେଇ ଆସିଥିବା ଅଭିଯୋଗ ମିଛ' ।

ନିଜ ଉପରେ ଆସିଥିବା ଅଭିଯୋଗକୁ ଖଣ୍ତନ କରଛନ୍ତି ହ୍ୟୁମାନ । ଗଣମାଧ୍ୟମ ଆଗରେ ମୁଁ ମର୍ଡରର ନୁହେଁ ବୋଲି କହିବା ସହ ସମସ୍ତ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି । ପତ୍ନୀଙ୍କ ଅଭିଯୋଗରେ ସେ ବେଶ ମାନସିକ ଚାପରେ ଥିବା କହିଛନ୍ତି । ଆମେ ଶ୍ରୀୟା ଓ ତାଙ୍କ ପରିବାରକୁ ଭଲ ପାଇବା ସହ ସବୁ ଧର୍ମକୁ ଭଲ ପାଉ । ଘଟଣାର ତଦନ୍ତ କରିବା ଲାଗି କଟକ ଡିସିପି ମହିଳା ଥାନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ଗତ ୭ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ହ୍ୟୁମାନ ଓ ଶ୍ରୀୟା । ଗତକିଛି ଦିନ ହେବ ପାରିବାରିକ ବିବାଦ ଲାଗି ବାପ ଘରେ ରହିଆସୁଥିଲେ ଶ୍ରୀୟା । ଘରୋଇ ହିଂସା  ଓ ବିବାଦରେ ଫଶିଥିବା ଏହି ମାମଲା କେଉଁ ଦିଗକୁ ଗତି କରୁଛି ତାହା ଦେଖିବାକୁ ବାକି ରହିଲା ।