sameer khakhar: ୭୧ ବର୍ଷ ବୟସରେ ଆଖିବୁଜିଲେ ବରିଷ୍ଠ ଅଭିନେତା ସମୀର ଖାଖର, ବଲିଉଡ଼ରେ ଶୋକ
Advertisement
Article Detail0/zeeodisha/odisha1611283

sameer khakhar: ୭୧ ବର୍ଷ ବୟସରେ ଆଖିବୁଜିଲେ ବରିଷ୍ଠ ଅଭିନେତା ସମୀର ଖାଖର, ବଲିଉଡ଼ରେ ଶୋକ

Sameer khakhar: ଆଉ ନାହାନ୍ତି ଜଣାସୁଣା ଟିଭି ଓ ଚଳଚ୍ଚିତ୍ର ଅଭିନେତା ସମୀର ଖାଖର। ୭୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଏହି ଅଭିନେତା । ନିକଟରେ ସତୀଶ କୌଶିକଙ୍କ ମୃତ୍ୟୁ ପୂରା ବଲିଉଡ଼କୁ ଦୋହଲାଇ ଦେଇଥିବା ବେଳେ ଆଜି ସମୀର ଖାଖରଙ୍କ ଦେହାନ୍ତରେ ବଲିଉଡ଼ରେ ଦୁଃଖର ଛାୟା ଖେଳିଯାଇଛି ।

ସୌ(ସୋସିଆଲ ମିଡିଆ)

Sameer khakhar: ଆଉ ନାହାନ୍ତି ଜଣାସୁଣା ଟିଭି ଓ ଚଳଚ୍ଚିତ୍ର ଅଭିନେତା ସମୀର ଖାଖର (Sameer khakhar passed away) । ୭୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଏହି ଅଭିନେତା । ନିକଟରେ ସତୀଶ କୌଶିକଙ୍କ ମୃତ୍ୟୁ ପୂରା ବଲିଉଡ଼କୁ ଦୋହଲାଇ ଦେଇଥିବା ବେଳେ ଆଜି ସମୀର ଖାଖରଙ୍କ ଦେହାନ୍ତରେ ବଲିଉଡ଼ରେ ଦୁଃଖର ଛାୟା ଖେଳିଯାଇଛି । ଏନେଇ ସମୀରଙ୍କ ଭାଇ ଗଣେଷ ଖାଖର ସୂଚନା ଦେଇଥିଲେ ।

ସମୀରଙ୍କ ଭାଇ ଗଣେଷ ଖାଖର ଅଭିନେତାଙ୍କ ମୃତ୍ୟୁର ସୂଚନା ଦେଇ କହିଥିଲେ କି ମଙ୍ଗଳବାର ରାତିରେ ସେ ତାଙ୍କ ସହ ଶେଷ ଥର ପାଇଁ କଥାବାର୍ତ୍ତା କରିଥିଲେ ପରେ ସେ ନିଶ୍ବାସ ନେବାରେ ଅସୁବିଧା  କଷ୍ଟ ଅନୁଭବ କରିଥିଲେ ଏହାପରେ ସେ ଶୋଇବାକୁ ଚାଲିଯାଇଥିଲେ । ଏହାପରେ ସେ ଚେତାଶୂନ୍ୟ ହୋଇଯାଇଥିଲେ ତାଙ୍କୁ ତୁରନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ ପରିସ୍ରା କରିବାରେ ଅସୁବିଧା ହୋଇଥିଲା । ଭାଇ ଗଣେଷ ଖାଖର ସୂଚନା ଦେଇ ଏହା ମଧ୍ୟ କହିଛନ୍ତି କି, ଚେତାଶ୍ବନ୍ୟ ଅବସ୍ଥାରେ ହିଁ ସେ ନିଜ ଜୀବନର ଶେଷ ମୂହୁର୍ତ୍ତ କାଟିଥିଲେ । ପରିସ୍ରା କରିବାରେ ସମସ୍ୟା ପରେ ତାଙ୍କୁ ଭେଣ୍ଟେରେଟରେ(Ventilator) ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କ ହାର୍ଟ ଧିରେ ଧିରେ କାମ କରିବା ବନ୍ଦ କରିଦେଇଥିଲା । ଧୀରେ ଧୀରେ ଏକାଧିକ ଅଙ୍ଗ ଅକାମୀ ହେବାକୁ ଲାଗିଥିଲା । ଭୋର ୪ଟା.୩୦ ମିନିଟ୍ ରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ କହିଛନ୍ତି ଯେ, ସମୀରଙ୍କ ବୋରିଭାଲୀର ଏମଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ବୋରିଭାଲୀର ସ୍ଥିତ ବାଭଇ ନାକା ଶ୍ମାଶାନରେ ତାଙ୍କର ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ପ୍ରକାଶଥାଉ କି, ସମୀର ଖାଖର ମୁ୍ମ୍ବାଇର ଆଇସି କଲୋନୀରେ ଏକାକୀ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଆମେରିକାରେ ରହୁନ୍ତି । ଶେଷଥର ପାଇଁ ସମୀର ଖାଖରଙ୍କୁ ଓଟିଟି(0TT) ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ସିରିଜ ‘ଫାର୍ଜି’(Farzi)ରେ ଦେଖିବାକୁ ମିଳିଥିଲା ।

ଏହାମଧ୍ୟ ପଢନ୍ତୁ- Shocking: ଏହି ଅଭିନେତ୍ରୀଙ୍କ ଭଉଣୀର ମୃତଦେହ ଉଦ୍ଧାର, ଶରୀରର ବିଭିନ୍ନ ସ୍ଥାନରେ ରହିଛି କଟା ଦାଗ

୯୦ ଦଶକରେ ସମୀର ଚଳଚ୍ଚିତ୍ର ଜଗତରେ ବେଶ ଜଣେ ଜଣାଶୁଣା ଚେହେରା ଥିଲେ । 'ପୁଷ୍ପକ', 'ଶହେନ୍ସା', 'ରାଖୱାଲା', 'ଦିଲୱାଲେ', 'ରାଜା ବାବୁ' ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତେବେ ପରଦା ଉପରେ ସମୀରଙ୍କୁ ଦେଖିବାକୁ ବେଶ ପସନ୍ଦ କରୁଥିଲେ ଦର୍ଶକ । ଶେଷଥର ପାଇଁ ସମୀରଙ୍କୁ ସଲମାନ ଖାଁଙ୍କ ଫିଲ୍ମରେ ‘ଜୟ ହୋ’ରେ ଦେଖିବାକୁ ମିଳିଥିଲେ ।