Laal Singh Chaddha : ଭାରତରେ ଫେଲ୍, ବିଶ୍ବରେ ପାସ୍
Advertisement

Laal Singh Chaddha : ଭାରତରେ ଫେଲ୍, ବିଶ୍ବରେ ପାସ୍

Laal Singh Chaddha : ଅଭିନେତା ଆମୀର ଖାନ୍(Aamir Khan)  ଓ କରୀନା କପୁର ଖାନ୍ (Kareena Kapoor Khan ) ଙ୍କ ଅଭିନୀତ ଫିଲ୍ମ ଲାଲ ‘ଲାଲ ସିଂ ଚଢା’ (Laal Singh Chaddha) । 

ସୌଜନ୍ୟ : ସୋସିଆଲ ମିଡିଆ

Laal Singh Chaddha : ଅଭିନେତା ଆମୀର ଖାନ୍(Aamir Khan)  ଓ କରୀନା କପୁର ଖାନ୍ (Kareena Kapoor Khan ) ଙ୍କ ଅଭିନୀତ ଫିଲ୍ମ ଲାଲ ‘ଲାଲ ସିଂ ଚଢା’ (Laal Singh Chaddha) । ଏହି ଫିଲ୍ମଟି ଅଗଷ୍ଟ ୧୧ରେ ବଡ ପରଦାକୁ ଆସିଥିଲା। ହେଲେ  ବଡ ବଜେଟର ଫିଲ୍ମ ହୋଇଥିଲେ ମଧ୍ୟ ବକ୍ସ ଅଫିସରେ ଏହା ସେତେ ସଫଳତା ପାଇ ନ ଥିଲା ।  ୧୮୦ କୋଟିର ଫିଲ୍ମଟି ବକ୍ସ ଅଫିସରେ ୧୦୦ କୋଟି ଟଙ୍କା କଲେକସନ୍‌ କରିପାରି ନଥିଲା ।  ଫିଲ୍ମଟି ବର୍ଷର ବଡ ପ୍ରୋଜେକ୍ଟ ହୋଇଥିଲେ ମଧ୍ୟ ସେତେ ସଫଳତା ପାଇ ପାରି ନ ଥିଲା।  କିନ୍ତୁ ଫିଲ୍ମଟି ଚଳିତ ମାସ ଆରମ୍ଭରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି । ‘ଲାଲ ସିଂ ଚଢା’ ଓଟିଟି ରେ ପ୍ରିମିୟର ହୋଇଥିଲା। କିନ୍ତୁ ଓଟିଟିରେ ଏହାକୁ ଅଧିକ ପରିମାଣରେ ଦର୍ଶକ ମନଭରି ଦେଖିଛନ୍ତି ।  ଷ୍ଟ୍ରିମିଂ ପ୍ଲାଟଫର୍ମ ଅନୁଯାୟୀ ଏହା ଭାରତର ନେଟଫ୍ଲିକ୍ସର ଏକ ନମ୍ବର ଚଳଚ୍ଚିତ୍ର ଏବଂ ଏକ ଅଣ-ଇଂରାଜୀ ଭାଷାରେ ସର୍ବଭାରତୀୟ ସ୍ତରରେ ୨ ନମ୍ବର ଚଳଚ୍ଚିତ୍ର ହୋଇପାରିଛି। ଷ୍ଟ୍ରିମିଂ ଆରମ୍ଭରୁ ଏହା ୬.୬୩ ମିଲିୟନ ଘଣ୍ଟା ପର୍ଯ୍ୟନ୍ତ ଦେଖାଯାଇଛି। 

କେବଳ ଭାରତରେ ନୁହେଁ, ଫିଲ୍ମ ବିଦେଶରେ ମଧ୍ୟ ଲୋକପ୍ରିୟ ବୋଲି ପ୍ରମାଣିତ ହୋଇଥିଲା । ନେଟଫ୍ଲିକ୍ସ ଅନୁଯାୟୀ ଏହି ଚଳଚ୍ଚିତ୍ର ମରିସସ୍ (Mauritius) ,ବାଂଲାଦେଶ(Bangladesh), ସିଙ୍ଗାପୁର, ବହାରିନ(Bahrain), ମାଲେସିଆ (Malaysia) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (United Arab Emirates) ସମେତ ବିଶ୍ଵର ଶ୍ରେଷ୍ଠ ୧୦ ଫିଲ୍ମ ତାଲିକାରେ ସ୍ଥାନ ପାଇଛି। କେବଳ ଲାଲ ସିଂ ଚଢା ନୁହେଁ ଏଭଳି ଅନେକ ଫିଲ୍ମ ରହିଛି  । ଯାହା ବକ୍ସ ଅଫିସରରେ ଆଶାତିତ ସଫଳତା ପାଇ ନ ଥିଲେ ମଧ୍ୟ ଓଟିଟିରେ ଧମାଲ ମଚାଇଛି  । ସେହି ଫିଲ୍ମ ଗୁଡିକ ହେଲା ଧକ୍କଡ (Dhaakad) ,ଆଟାର୍କ (Attack) ଓ ଖୁଦା ହାଫିଜ୍ ୨ (Khuda Haafiz 2) । 

ଏହାବି ପଢନ୍ତୁ :  Actor Prabhas : ଆସୁଛି ପ୍ରଭାସଙ୍କ ଆଉ ଏକ ବଡ ବଜେଟ ଫିଲ୍ମ

ତେବେ କମେଡି ଡ୍ରାମା ଭରା ଫିଲ୍ମ ‘ଲାଲ ସିଂ ଚଢା’କୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା । ଆମିର ଖାନଙ୍କ ଚରିତ୍ରକୁ ଘୋର ବିରୋଧ କରିଥିଲେ ଟ୍ରୋଲର୍ସ । ଫିଲ୍ମଟିକୁ ବଏକଟ କରିବା ପାଇଁ ଦାବି ହୋଇଥିଲା ବେଳେ ଫିଲ୍ମରେ ସ୍କ୍ରିପ୍ଟିଂକୁ ମଧ୍ୟ ସମାଲୋଚନା  କରାଯାଇଥିଲା ।  ଯଦି ଆମେ କରୀନାଙ୍କ ଓ୍ବାର୍କଫ୍ରଣ୍ଟର କଥା କହିବା । ତେବେ, କରୀନାଙ୍କୁ ଶେଷଥର ପାଇଁ ଅମୀର ଖାନଙ୍କ ସହ ଲାଲ ସିଂ ଚଡ୍ଡା(Laal Singh Chaddha)ରେ ଦେଖିବାକୁ ମିଳିଥିଲା । କରୀନା ନିକଟରେ ହାନ୍ସଲ ମେହେଟ୍ଟାଙ୍କ ଏକ ଫିଲ୍ମର ସୁଟିଂ ପାଇଁ ତାଙ୍କ ସାନପୁଅ ଜାହାଙ୍ଗୀର ସହଙ୍କ ଲଣ୍ଡନ ଯାଇଛନ୍ତି । ସେ ତାଙ୍କ ନୂଆ ପ୍ରୋଜେକ୍ଟର ସେଟରୁ ଅପଡେଟ୍ ସେୟାର କରୁଛନ୍ତି । ଏହା ବ୍ୟତୀତ କରୀନାଙ୍କ ନିକଟରେ ସଞ୍ଜୟ ଘୋଷଙ୍କ ଡିଭୋଜନ ଅଫ ସସପେକ୍ଟ ଏକ୍ସ (Devotion of Suspect X) ଫିଲ୍ମ ରହିଛି । ଯାହା ଖୁବ ଶିଘ୍ର ଓଟିଟି ପ୍ଲାଟଫର୍ମକୁ ଆସିବ ।