Odisha News: ନିଯୁକ୍ତି ପାଇବେ ୨ ହଜାରରୁ ଅଧିକ ହାଇସ୍କୁଲ୍ ଶିକ୍ଷକ, ଦରମା ୩୫ ହଜାର ଉପରେ
Advertisement

Odisha News: ନିଯୁକ୍ତି ପାଇବେ ୨ ହଜାରରୁ ଅଧିକ ହାଇସ୍କୁଲ୍ ଶିକ୍ଷକ, ଦରମା ୩୫ ହଜାର ଉପରେ

SSB Odisha Teacher Recruitment 2024: ଶିକ୍ଷକ ଓ ଶିକ୍ଷୟତ୍ରୀ (Teacher) ହେବା ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ନିଯୁକ୍ତି ହେବେ ୨୦୬୪ ଟ୍ରେନ ଗ୍ରାଜୁଏଟ୍ ଟିଚର( ଟିଜିଟି)। ରାଜ୍ୟରେ ବିଭିନ୍ନ ବେସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ ଗୁଡିକରେ  ଖାଲିପଡିଥିବା  ଶିକ୍ଷକ ପଦବୀକୁ ପୂରଣ କରାଯିବ। 

Odisha News: ନିଯୁକ୍ତି ପାଇବେ ୨ ହଜାରରୁ ଅଧିକ ହାଇସ୍କୁଲ୍ ଶିକ୍ଷକ, ଦରମା ୩୫ ହଜାର ଉପରେ

SSB Odisha Teacher Recruitment 2024: ଶିକ୍ଷକ ଓ ଶିକ୍ଷୟତ୍ରୀ (Teacher) ହେବା ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ନିଯୁକ୍ତି ହେବେ ୨୦୬୪ ଟ୍ରେନ ଗ୍ରାଜୁଏଟ୍ ଟିଚର( ଟିଜିଟି)। ରାଜ୍ୟରେ ବିଭିନ୍ନ ବେସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ ଗୁଡିକରେ  ଖାଲିପଡିଥିବା  ଶିକ୍ଷକ ପଦବୀକୁ ପୂରଣ କରାଯିବ।  ଟିଜିଟି(କଳା), ଟିଜିଟି ପିସିଏମ, ଟିଜିଟି ସିବିଜେଡ୍,ହିନ୍ଦୀ, ସଂସ୍କୃତ ଏବଂ ଉର୍ଦ୍ଦୁ ଶିକ୍ଷକ ସମେତ ପିଇଟି ଶିକ୍ଷକ ନିଯୁକ୍ତି ପାଇବେ।  ଏନେଇ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି। ଫେବୃଆରୀ ୭ ତାରିଖ ସୁଧା ଆବେଦନ ପ୍ରକ୍ରିୟା ଶେଷ ହୋଇଯିବ।  ଏନେଇ କର୍ମଚାରୀ ପ୍ରବରଣ ବୋର୍ଡ,(ଏସଏସବି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି (SSB Odisha Teacher Vacancy 2024) । 

fallback

ALSO READ : OCCL Recruitment 2024: ଓଡିଶା କନଷ୍ଟ୍ରକ୍‌ସନ୍‌ କର୍ପୋରେସନ୍ ଲିମିଟେଡ୍ ରେ ବାହାରିଲା ନିଯୁକ୍ତି, ଦରମା ୩୫ ହଜାର ଉପରେ

ଟିଜିଟି କଳା ପାଇଁ ୯୧୨ଟି ପଦବୀ ଥିବା ବେଳେ ସାଧାରଣ ବର୍ଗଙ୍କ ପାଇଁ ୨୨୧ଟି(ମହିଳାଙ୍କ ପାଇଁ ୭୩) ଟି ସଂରକ୍ଷିତ ରହିଛି। ସେହିପରି ଏସସିଙ୍କ ପାଇଁ ୨୯୦ ଏବଂ ଏସଟିଙ୍କ ପାଇଁ ୪୦୧ଟି ପଦବୀ ସଂରକ୍ଷଣ ରହିଛି। ଟିଜିଟି ପିସିଏମ୍ ୨୦୨ ପଦବୀରୁ ସାଧାରମ  ବର୍ଗ ପାଇଁ ୭୬, ଏସସିଙ୍କ ପାଇଁ ୫୧ ଓ ଏସଟିଙ୍କ ପାଇଁ ୭୫ଟି ସଂରକ୍ଷଣ ରହିଛି। ଟିଜିଟି ସିବିଜେଡ୍ ପାଇଁ ୧୮୭ଟି ପଦବୀରୁ ସାଧାରଣ ବର୍ଗଙ୍କ ପାଇଁ ୬୪, ଏସସିଙ୍କ ପାଇଁ ୫୧, ଏସଟିଙ୍କ ପାଇଁ ୭୨ଟି ପଦବୀ ସଂରକ୍ଷଣ ରଖାଯାଇଛି।  ହିନ୍ଦୀ ଶିକ୍ଷକଙ୍କ ପାଇଁ ୧୯୪ ଟି ପଦବୀରୁ  ସାଧାରଣ ବର୍ଗଙ୍କ ପାଇଁ ୮୬, ଏସସି ୪୪, ଏସଟିଙ୍କ ପାଇଁ ୬୪ ସଂରକ୍ଷଣ ରଖାଯାଇଛି। କ୍ଲାସିକାଲ ଶିକ୍ଷକ(ସଂସ୍କୃତ) ପାଇଁ ୩୧୭ଟି ପଦବୀରୁ ସାଧାରଣ ବର୍ଗଙ୍କ ପାଇଁ ୧୦୨, ଏସସି ୮୮ ଓ ଏସଟିଙ୍କ ପାଇଁ ୧୨୭ ପଦବୀ ସଂରକ୍ଷଣ ରଖାଯାଇଛି।  ଉଦ୍ଦୁ ଶିକ୍ଷକ ତିନିଟି ପଦବୀ ରହିଛି। ସେହିପରି ୨୪୯ ଜଣ ପିଇଟି ଶିକ୍ଷକ ନିଯୁକ୍ତି କରାଯିବ ।  ଏଥିରୁ ୧୪୬ଟି ସାଧାରଣ ବର୍ଗ , ୪୩ଟି ଏସସି ଓ ୬୦ଟି ଏସଟିଙ୍କ ପାଇଁ ସରକ୍ଷିତ ରହିଛି। ନିଯୁକ୍ତି ପ୍ରକ୍ରିୟା ପ୍ରତ୍ୟକ ପଦବୀରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି। ପ୍ରାର୍ଥୀମାନେ ଏସ୍ଏସବି ଓ୍ବେବସାଇଟରୁ ସମସ୍ତ ସୂଚନା ପାଇ ପାରିବେ। 

ଅଧିକ ଜାଣିବା ପାଇଁ ଅଫିସିଆଲ୍ ଓ୍ବେବ୍ ସାଇଟ୍ ରେ କ୍ଲିକ୍ କରନ୍ତୁ : https://ssbodisha.ac.in/.