ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ସରକାର, ଏହି ବିଲ୍ ଉପରେ ହେବ ତୀବ୍ର ଆଲୋଚନା
Advertisement

ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ସରକାର, ଏହି ବିଲ୍ ଉପରେ ହେବ ତୀବ୍ର ଆଲୋଚନା

Parliament Winter Session: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ କେନ୍ଦ୍ର ସରକାର ଶନିବାର ଦିନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ସଂସଦର ଶୀତ ଅଧିବେଶନ ୪ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ୨୨ ଡିସେମ୍ବର ପର୍ଯ୍ୟନ୍ତ ଅଧିବେଶନ ଜାରି ରହିବ, ଯେଉଁଥିରେ ୧୫ଟି ବୈଠକ ଅନୁଷ୍ଠିତ ହେବ ।

 

Parliament Winter Session

Parliament Winter Session 2023: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ କେନ୍ଦ୍ର ସରକାର ଶନିବାର ଦିନ ଲୋକସଭା ଓ ରାଜ୍ୟସଭାରେ ରାଜନୈତିକ ଦଳର ନେତାଙ୍କ ବୈଠକ ଡାକିଛନ୍ତି । ସଂସଦର ଶୀତ ଅଧିବେଶନ ୪ ଡିସେମ୍ବରରୁ ଆରମ୍ଭ ହେଉଛି । ୨୨ ଡିସେମ୍ବର ପର୍ଯ୍ୟନ୍ତ ଅଧିବେଶନ ଜାରି ରହିବ, ଯେଉଁଥିରେ ୧୫ଟି ବୈଠକ ଅନୁଷ୍ଠିତ ହେବ । ଶୀତକାଳୀନ ଅଧିବେଶନରେ ଔପନିବେଶିକ ଯୁଗର ଅପରାଧିକ ଆଇନକୁ ବଦଳାଇବା ପାଇଁ ତିନୋଟି ବିଲ୍ ଅନ୍ତର୍ଭୁକ୍ତ କରି ପ୍ରମୁଖ ଡ୍ରାଫ୍ଟ ଆଇନଗୁଡ଼ିକ ବିଚାର କରାଯିବ ବୋଲି ଆଶା କରାଯାଉଛି । ସଂସଦ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସମେତ ବରିଷ୍ଠ ନେତାମାନେ ଯୋଗଦେବେ ବୋଲି ଆଶା କରାଯାଉଛି ।

ସଂସଦରେ ବିଚାରାଧୀନ ଅଛି ୩୭ଟି ବିଲ୍
ଆପଣଙ୍କୁ କହିରଖୁଛୁ ଯେ ସଂସଦରେ ବର୍ତ୍ତମାନ ୩୭ ଟି ବିଲ୍ ବିଚାରାଧୀନ ଅଛି, ସେଥିମଧ୍ୟରୁ ୧୨ ଟି ବିଚାର ଓ ପାସ୍ ପାଇଁ ତାଲିକାଭୁକ୍ତ ହୋଇଛି । ଏଥି ସହିତ ସଂସଦରେ ସାତୋଟି ବିଲ୍ ପାସ୍ କରିବା ପାଇଁ ତାଲିକାଭୁକ୍ତ ହୋଇଛି । 

ମହୂଆ ମାତ୍ରାଙ୍କୁ ନେଇ ଉପସ୍ଥାପିତ ହେବ ରିପୋର୍ଟ 
ଏଥି ସହିତ ଟିଏମସି ସାଂସଦ ମହୁଆ ମୈତ୍ରାଙ୍କ ବିରୋଧରେ 'ଟଙ୍କା-ନେଇ-ପ୍ରଶ୍ନ' ଅଭିଯୋଗ ଉପରେ ନୌତିକ କମିଟି ରିପୋର୍ଟ ମଧ୍ୟ ସମାନ ଅଧିବେଶନରେ ଲୋକସଭାରେ ଉପସ୍ଥାପିତ ହେବ । ଏହା ବ୍ୟତୀତ ଭାରତୀୟ ଦଣ୍ଡବିଧି ସଂହିତା, ଅପରାଧିକ ପ୍ରକ୍ରିୟା ଓ ପ୍ରମାଣ ଆଇନ ସଂଶୋଧନ ପାଇଁ ତିନୋଟି ପ୍ରମୁଖ ବିଲ୍ ଅଧିବେଶନରେ ବିଚାର ହେବାର ସମ୍ଭାବନା ରହିଛି । ଏହାପୂର୍ବରୁ ଗୃହର ସ୍ଥାୟୀ କମିଟି ତିନୋଟି ରିପୋର୍ଟ ଗ୍ରହଣ କରିଛି ।

ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ପର୍କରେ ହେବ ଆଲୋଚନା
ସଂସଦରେ ବିଚାରାଧୀନ ଥିବା ଏକ ପ୍ରମୁଖ ବିଲ୍ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ବନ୍ଧୀୟ ରହିଛି । ଏହି ପ୍ରସ୍ତାବକୁ କେନ୍ଦ୍ର ସରକାର ମୌସୁମୀ ଅଧିବେଶନରେ ଉପସ୍ଥାପନ କରିଥିଲେ, ଯାହାକୁ ବିରୋଧୀ ତଥା ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନରମାନେ ତୀବ୍ର ବିରୋଧ କରିଥିଲେ । ବିରୋଧୀଙ୍କୁ ଦୃଷ୍ଟିରେ ରଖି ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହାକୁ ପାସ୍ କରିବାକୁ ଜିଦ୍ ଧରି ନାହାଁନ୍ତି । ପ୍ରକୃତରେ, ସରକାର ସିଇସି ଓ ଇସିର ସ୍ଥିତିକୁ କ୍ୟାବିନେଟ ସଚିବଙ୍କ ତୁଳନାରେ ଆଣିବାକୁ ଚାହୁଁଛନ୍ତି । ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୁପ୍ରିମକୋର୍ଟର ଜଷ୍ଟିସଙ୍କ ସମାନ ସ୍ଥିତି ରହିଛି।