Ram mandir donation:ପ୍ରଥମ ଦିନରେ ରାମଲଲ୍ଲାଙ୍କୁ ଭକ୍ତ ଦେଲେ ୩ କୋଟିରୁ ଅଧିକ ଦାନ
Advertisement
Article Detail0/zeeodisha/odisha2076716

Ram mandir donation:ପ୍ରଥମ ଦିନରେ ରାମଲଲ୍ଲାଙ୍କୁ ଭକ୍ତ ଦେଲେ ୩ କୋଟିରୁ ଅଧିକ ଦାନ

ଯେଉଁଦିନକୁ ହିନ୍ଦୁ ୫ଶହ ବର୍ଷ ଧରି ଅପେକ୍ଷା କରିଥିଲେ ସେହି ଦିନ ଆସି ସାରିଛି । ଅଯୋଧ୍ୟାର ରାମମନ୍ଦିର ଭକ୍ତଙ୍କ ପାଇଁ ଉନ୍ମୁକ୍ତ । ହଜାର ହଜାର ସଂଖ୍ୟାରେ ଭକ୍ତ ନିଜ ଆରାଧ୍ୟ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଲମ୍ବା ଧାଡି଼ରେ ଛିଡା ହେଉଛନ୍ତି । ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ପରେ ମନ୍ଦିରର ଦ୍ୱାର ସାଧାରଣ ଭକ୍ତଙ୍କ ପାଇଁ

SOCIAL MEDIA

Ram mandir donation:

ଯେଉଁଦିନକୁ ହିନ୍ଦୁ ୫ଶହ ବର୍ଷ ଧରି ଅପେକ୍ଷା କରିଥିଲେ ସେହି ଦିନ ଆସି ସାରିଛି । ଅଯୋଧ୍ୟାର ରାମମନ୍ଦିର ଭକ୍ତଙ୍କ ପାଇଁ ଉନ୍ମୁକ୍ତ । ହଜାର ହଜାର ସଂଖ୍ୟାରେ ଭକ୍ତ ନିଜ ଆରାଧ୍ୟ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଲମ୍ବା ଧାଡି଼ରେ ଛିଡା ହେଉଛନ୍ତି । ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ପରେ ମନ୍ଦିରର ଦ୍ୱାର ସାଧାରଣ ଭକ୍ତଙ୍କ ପାଇଁ ୨୩ ତାରିଖ ଦିନ ଖୋଲି ଦିଆଯାଇଥିଲା ।  ମଙ୍ଗଳବାର ଦିନ ୫ ଲକ୍ଷରୁ ଅଧିକ ଭକ୍ତ ଦର୍ଶନ କରିଥିବା ବେଳେ ଲକ୍ଷାଧିକ ନିରାଶ ହୋଇ ଫେରିଥିଲେ । ଏମିତିକି ଭିଡ ରୋକିବା ପାଇଁ ଅଯୋଧ୍ଯା ଭିତରକୁ ରେଳ ଓ ସଡକ ପଥକୁ ବନ୍ଦ କରି ଦିଆଯାଇଥିଲା । ଏହାରି ଭିତରେ ରାମମନ୍ଦିର ଟ୍ରଷ୍ଟ ପ୍ରଥମଦିନର ଦାନ ବାବଦରେ ତଥ୍ୟଦେଇଛି ।

ଅଯୋଧ୍ୟାରେ ଦାନ କରି ରେକର୍ଡ କଲେ ଶ୍ରଦ୍ଧାଳୁ । ପ୍ରଥମ ଦିନରେ ଦର୍ଶନ କରିଛନ୍ତି ୫ ଲକ୍ଷରୁ ଅଧିକ ରାମଭକ୍ତ । ୩ କୋଟିରୁ ଅଧିକ ଟଙ୍କା କଲେ ଦାନ ।  ଅଯୋଧ୍ୟାରେ ରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ରାମ ଲଲ୍ଲାଙ୍କ ଦର୍ଶନ ଲାଗି ବହୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା ।  ଭିଡକୁ ନିୟନ୍ତ୍ରଣ କରିବାରେ ପୋଲିସ ମଧ୍ୟ ନାକେଦମ ହୋଇ ଯାଇଥିଲେ ।  ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି ଅଧିକାରୀଙ୍କ ସହ ଏକ ବୈଠକ କରି ସୁରକ୍ଷା କଡା ନିର୍ଦ୍ଦେଶ ଦେଇଥିଲେ।  ୨୩ ତାରିଖ ଦିନ ରାମ ଭକ୍ତମାନେ ୩ କୋଟି ୧୭ ଲକ୍ଷ ଟଙ୍କା ଦାନ କରି ରେକର୍ଡ ସୃଷ୍ଟି କରିଛନ୍ତି । 

ରାମ ଜନମଭୂମି ଟ୍ରଷ୍ଟର ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ର କହିଛନ୍ତି, ପ୍ରାଣ ପ୍ରତିଷ୍ଠା ଦିନ ୧୦ଟି ଦାନ ହୁଣ୍ଡି ଖୋଲାଯାଇଛି । ଏହା ବ୍ୟତୀତ ଦେଶ ତଥା ବିଦେଶର ବହୁ ରାମ ଭକ୍ତ ଭଗବାନ ଶ୍ରୀରାମଙ୍କୁ ଅନଲାଇନରେ ମଧ୍ୟ ଦାନ କରିଛନ୍ତି ।  ଅନିଲ ମିଶ୍ରଙ୍କ କହିବାନୁଯାୟୀ ୨୩ ଜାନୁୟାରୀ ମଙ୍ଗଳବାର ଦିନ ୫ଲକ୍ଷରୁ ଅଧିକ ରାମ ଭକ୍ତ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଆସିଥିଲେ । ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ପ୍ରଶାସନ ସହିତ ପରାମର୍ଶ କରି ବ୍ୟବସ୍ଥା କରାଯାଇଥିବା କଥା ମଧ୍ୟ ସେ କହିଛନ୍ତି ।

ଅନ୍ୟପକ୍ଷରେ, ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନର ସର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସାବୋଲେ ଟ୍ରଷ୍ଟର ସମସ୍ତ ଅଧିକାରୀଙ୍କ ସହ ଏକ ବୈଠକ କରି ଏକ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ସେ ଅଯୋଧ୍ୟା ଚାରିପାଖରେ ଥିବା ସଂଗଠକମାନଙ୍କୁ ମନ୍ଦିରରେ ପରିଷ୍କାର ପରିଚ୍ଛନ୍ନତାର ଦାୟିତ୍ବ ଗ୍ରହଣ କରିବାକୁ ଏବଂ ଦର୍ଶନର ସୁବ୍ୟବସ୍ଥା କରିବାରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।