Zee Odisha Newsର ମହାପ୍ରଭାବ: ପୂରଣ ହେବ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ୱପ୍ନ, ଝାଟିମାଟି କୁଡିଆକୁ ପକ୍କା କରିବ ପ୍ରଶାସନ
Advertisement
Article Detail0/zeeodisha/odisha1422962

Zee Odisha Newsର ମହାପ୍ରଭାବ: ପୂରଣ ହେବ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ୱପ୍ନ, ଝାଟିମାଟି କୁଡିଆକୁ ପକ୍କା କରିବ ପ୍ରଶାସନ


Zee Odisha News impact: ସରକାରଙ୍କ ଆବାସ ଯୋଜନାରେ ପୂର୍ଣ୍ଣଚନ୍ଦ୍ରଙ୍କ ନାମକୁ ସାମିଲ କରାଯାଇଥିବା ନେଇ ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ଣ୍ଣଚନ୍ଦ୍ର କୁଲି ମଜୁରୀ କରି ତାଙ୍କ ୭ ପ୍ରାଣୀର କୁଟୁମ୍ବ ପୋଷୁ ଥିଲେ। ଆର୍ଥିକାବସ୍ଥା ସ୍ୱଚ୍ଛଳ ନ ଥିବାରୁ ସେ ପକ୍କା ଘର ଖଣ୍ଡିଏ କରିପାରୁ ନଥିଲେ।

Zee Odisha Newsର ମହାପ୍ରଭାବ: ପୂରଣ ହେବ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ୱପ୍ନ, ଝାଟିମାଟି କୁଡିଆକୁ ପକ୍କା କରିବ ପ୍ରଶାସନ

Zee Odisha News impact, ଗଜପତି: ମୋହନା ବ୍ଲକ୍, ଚନ୍ଦ୍ରଗିରି ଗ୍ରାମର ପୂର୍ଣ୍ଣଚନ୍ଦ୍ର ପରିଚ୍ଛାଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଜୀ ଓଡ଼ିଶା ନ୍ୟୁଜରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପାଇଛି। ୨୫ ବର୍ଷ ଧରି ପାଲ ତଳେ ମୁଣ୍ଡଗୁଞ୍ଜି ଥିବା ପୂର୍ଣ୍ଣଚନ୍ଦ୍ରଙ୍କ ପରିବାରକୁ ଖୁବଶୀଘ୍ର ପୂର୍ଣ୍ଣଚନ୍ଦ୍ରଙ୍କୁ ଏକ ପକ୍କା ଘର ମିଳିବ। ସରକାରଙ୍କ ଆବାସ ଯୋଜନାରେ ପୂର୍ଣ୍ଣଚନ୍ଦ୍ରଙ୍କ ନାମକୁ ସାମିଲ କରାଯାଇଥିବା ନେଇ ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ରିପୋର୍ଟ ପରେ  ପଞ୍ଚାୟତ ରାଜ ବିଭାଗ ଦ୍ୱାରା RH Portalରେ ନାମକୁ ସାମିଲ କରାଯାଇଛି।

ଦୀର୍ଘ ୨୫ ବର୍ଷ ହେଲା ମୋହନା ଚନ୍ଦ୍ରଗିରି ଗ୍ରାମର ପୂର୍ଣ୍ଣଚନ୍ଦ୍ର ପରିଚ୍ଛାଙ୍କ ପରିବାର ଏକ ପାଲଟଣା କୁଡିଆ ଘରେ ବସବାସ କରିଆସୁଥିଲେ। ପୂର୍ଣ୍ଣଚନ୍ଦ୍ର କୁଲି ମଜୁରୀ କରି ତାଙ୍କ ୭ ପ୍ରାଣୀର କୁଟୁମ୍ବ ପୋଷୁ ଥିଲେ। ଆର୍ଥିକାବସ୍ଥା ସ୍ୱଚ୍ଛଳ ନ ଥିବାରୁ ସେ ପକ୍କା ଘର ଖଣ୍ଡିଏ କରିପାରୁ ନଥିଲେ। ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଘର ଖଣ୍ଡେ ପାଇଁ ଗୁହାରି ଜଣାଇ ଥିଲେ ମଧ୍ୟ ତାଙ୍କୁ ସରକାରୀ ଯୋଜନାରେ ଘର ଖଣ୍ଡେ ମିଳିନଥିଲା। ହାତଗୁଞ୍ଜା ନ ଦେବାରୁ ଆବାସ ଯୋଜନା ମିଳୁପାରୁନଥିବା ପୂର୍ଣ୍ଣଚନ୍ଦ୍ର ଅଭିଯୋଗ କରିଥିଲେ। ତେବେ ଉକ୍ତ ଖବରକୁ ଜୀ ଓଡିଶା ନ୍ୟୁଜରେ ପ୍ରସାରଣ ପରେ ବର୍ତ୍ତମାନ ଆବାସ ଯୋଜନା ଲିଷ୍ଟରେ ପୂର୍ଣ୍ଣଚନ୍ଦ୍ରଙ୍କ ନାମ ଲେଖାଯାଇଥିବା ସୂଚନା ମିଳିଛି।

Also Read: Dhamnagar Bypoll: ଆରମ୍ଭରୁ ତ୍ରୁଟି, ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ଭୋଟଦାନ

 

ଗଜପତି ଜିଲ୍ଲାପାଳ ଟ୍ୱିଟ କରି ଚନ୍ଦ୍ରଗିରି ଗ୍ରାମର ପୂର୍ଣ୍ଣଚନ୍ଦ୍ର ପରିଚ୍ଛାଙ୍କ ନାମ RH Portalରେସାମିଲ କରାଯାଇଥିବା କହିଛନ୍ତି। ଏହି ମାମଲାକୁ ନେଇ ରାଜ୍ୟର ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ କହିଛି ଯେ, ଗଜପତି ଜିଲ୍ଲାପାଳଙ୍କ ରିପୋର୍ଟକୁ ଆଧାର କରି ପୂର୍ଣ୍ଣଚନ୍ଦ୍ର ପରିଚ୍ଛାଙ୍କ ପତ୍ନୀ ହେମଲତା ପରିଚ୍ଛାଙ୍କ ନାମକୁ ଗ୍ରାମ୍ୟ ଗୃହ ବା RH Portalରେ ସାମିଲ କରାଯାଇଛି। ନୂଆ ଟାର୍ଗେଟରେ ତାଙ୍କୁ ଗୃହ ପାଇଁ ଅନୁମଦନ ଦିଆଯିବ। ପକ୍କା ଘର ମିଳିବା ଖୁସିରେ ପୂର୍ଣ୍ଣଚନ୍ଦ୍ର ପରିଚ୍ଛାଙ୍କ ପରିବାର ଖୁସିରେ ବିଭୋର ହୋଇଯାଇଛନ୍ତି। ତେବେ ତାଙ୍କର ଏହି ଦୁଃଖକୁ ପ୍ରଶାସନ ନିକଟରେ ପହଞ୍ଚାଇ ଥିହବାରୁ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ପରିବାର Zee Odisha Newsକୁ ଧନ୍ୟବାଦ ଜଣାଇଛନ୍ତି।

fallback

ଅନ୍ୟପଟେ, ସରକାରୀ ଯୋଜନାରେ ସ୍ୱଚ୍ଛତା ନେଇ ସବୁବେଳେ ପ୍ରଶ୍ନ ଉଠୁଛି। କିଛି ଦୁର୍ନୀତିଖୋର ଲୋକପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ପାଇଁ ଉପଯୁକ୍ତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ପୂର୍ଣ୍ଣଚନ୍ଦ୍ର ପରିଚ୍ଛାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। କାରଣ ସେମାନଙ୍କ ଅଭିଯୋଗ ଅନୁସାରେ, ଘର ଖଣ୍ଡିକ ପାଇଁ ସେମାନ ତିନି ତିନି ଜଣ ସରପଞ୍ଚକୁ ଜଣାଇଥିଲେ। ଏପରି କି ଗ୍ରାମ୍ୟସେବକ ଆସି ଫଟୋ ମଧ୍ୟ ଉଠାଇଥିଲେ। କିନ୍ତୁ ହାତଗୁଞ୍ଜା ବା ଲାଞ୍ଚ ନ ଦେବାକୁ ତାଙ୍କୁ ଘର ମିଳିପାରିନଥିଲା। ତେବେ ଏହି ଅଭିଯୋଗକୁ ନେଇ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଦୁର୍ନୀତିଗ୍ରସ୍ତଙ୍କୁ ସାବାଡ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।