Zee News Impact: ଖବର ପ୍ରସାରଣ ପରେ ନିଲମ୍ବିତ ହେଲେ ଶିକ୍ଷକ, ଜାଣନ୍ତୁ କ'ଣ ଥିଲା ଘଟଣାକ୍ରମ
Advertisement
Article Detail0/zeeodisha/odisha1432026

Zee News Impact: ଖବର ପ୍ରସାରଣ ପରେ ନିଲମ୍ବିତ ହେଲେ ଶିକ୍ଷକ, ଜାଣନ୍ତୁ କ'ଣ ଥିଲା ଘଟଣାକ୍ରମ

Zee News Impact: ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢାକୁ ଉନ୍ନତମାନର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାରୀ। ଅନ୍ୟପଟେ ଶିକ୍ଷକ ଶିକ୍ଷୟତ୍ରୀ କିଭଳି ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢ଼ାଇବେ ସେଥିପାଇଁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦିଆଯାଉଛି। ହେଲେ ଜଣେ ଶିକ୍ଷକ ଏହାକୁ ବେଖାତିର କରିଥିବାର ଦେଖିବାକୁ ମିଳିଛି। 

Zee News Impact: ଖବର ପ୍ରସାରଣ ପରେ ନିଲମ୍ବିତ ହେଲେ ଶିକ୍ଷକ, ଜାଣନ୍ତୁ କ'ଣ ଥିଲା ଘଟଣାକ୍ରମ

Zee News Impact: ଛାତ୍ରଛାତ୍ରୀ ମାନେ ପାଠ ପଡିବା ସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ଜ୍ଞାନ ଅର୍ଜନ କରିବା ପାଇଁ ବିଦ୍ୟାଳୟକୁ ଯାଇଥାନ୍ତି। ନିଜ ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ଶିକ୍ଷକଙ୍କ ସହଯୋଗ ଲୋଡିଥାନ୍ତି ଅଭିଭାବକ। ହେଲେ ଯଦି ଶିକ୍ଷକ ମଦ ପିଇ ମାତାଲ ହେବେ ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ। ସଦ୍ୟ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ଭାରତ ସେବାନିଧି ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

ଯେଉଁଠି ସହକାରୀ ଶିକ୍ଷକ ସରୋଜ କୁମାର ମଲ୍ଲିକ ମଦ ପିଇ ଏକ ଢ଼ାବାରେ ଗଡ଼ୁଥିବା ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହୋଇଥିଲା। ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ଶିକ୍ଷକଙ୍କ ଏଭଳି  କାର୍ଯ୍ୟକଳାପକୁ ବିରୋଧ କରିଥିଲେ ଅଭିଵାବକ ତଥା ଅଞ୍ଚଳବାସୀ। ପ୍ରଥମେ Zee Odisha ରେ ଏହି ଖବର ନଭେମ୍ବର ୪ ତାରିଖରେ ପ୍ରସାରିତ ହୋଇଥିଲା। ଯାହା ରରେ ଜିଲ୍ଲା ଶିକ୍ଷା ଅଧିକାରୀ ମଦ ପିଇ ଢାବାରେ ଗଡୁଥିବା ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ଏଥିପାଇଁ ଅଞ୍ଚଳବାସୀ Zee News କୁ ଧନ୍ୟବାଦ ଜଣାଇଛନ୍ତି।

ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢାକୁ ଉନ୍ନତମାନର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାରୀ। ଅନ୍ୟପଟେ ଶିକ୍ଷକ ଶିକ୍ଷୟତ୍ରୀ କିଭଳି ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢ଼ାଇବେ ସେଥିପାଇଁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦିଆଯାଉଛି। ହେଲେ ଜଣେ ଶିକ୍ଷକ ଏହାକୁ ବେଖାତିର କରିଥିବାର ଦେଖିବାକୁ ମିଳିଛି। ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ଭାରତ ସେବାନିଧି ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସରୋଜ କୁମାର ମଲ୍ଲିକ କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମଦ ପିଇ ଏକ ଢ଼ାବାରେ ଗଡୁଥିବାର ତାଙ୍କର ଏବେ ଭିଡିଓ ସୋସିଆଲ ଜରିଆରେ ଭାଇରାଲ ହେବାରେ ଲାଗିଛି। 

ଏହି ବିଦ୍ୟାଳୟରେ ଗତ ୨୦୧୩ ବର୍ଷରୁ ଯୋଗ ଦେଇଥିବା ଶିକ୍ଷକ ସରୋଜ କୁମାର ମଲ୍ଲିକଙ୍କ ନାମରେ ପୂର୍ବରୁ ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଫୋଟୋ ଛାଡିଥିବା ଅଭିଯୋଗ ହୋଇଥିଲା। ହେଲେ ଏହି ଘଟଣାରେ ଶିକ୍ଷା ଅଧିକାରୀ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ।  ହେଲେ ଏବେ ମଦ ପିଇ ଢ଼ାବାରେ ଗଡୁଥିବାର ଭିଡିଓ ଭାଇରାଲ ହେବା ପରେ ଅଭିଵାବକ ତଥା ଗ୍ରାମବାସୀ ତାତି ଉଠିଥିଲେ। ଏହି ଘଟଣାରେ ଜିଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିବା ସହିତ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ଦେଇଥିଲେ।

ଏନେଇ  ଘଟଣାସ୍ଥଳରେ ପହଞ୍ଚିଥିଲେ ସିମୁଳିଆ ବ୍ଲକ ଶିକ୍ଷାଧିକାରୀ ଏବଂ ଏବିଇଓ। ଗ୍ରାମବାସୀଙ୍କୁ ବୁଝା ସୁଝା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେବା ପରେ ବିଦ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ହଟିଥିଲା। ଏହି ଖବର Zee News ରେ ବାରମ୍ବାର ପ୍ରସାରିତ ହେବା ପରେ ଉକ୍ତ ଶିକ୍ଷକଙ୍କୁ କର୍ତ୍ତବ୍ୟରେ ଅବହେଳା ଏବଂ ସରକାରୀ ନିୟମ ଅବମାନନା କରିବାକୁ ଭିତ୍ତି କରି ଚାକରିରୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଏଭଳି କାର୍ଯ୍ୟନୁଷ୍ଠାନକୁ ଅଞ୍ଚଳବାସୀ ପ୍ରଶଂସା କରିଥିବା ବେଳେ Zee News କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।