Collector Wedding: ନିର୍ବନ୍ଧ ଶେଷ, ଦ୍ୱିତୀୟ ଥର ପାଇଁ ସାତଜନ୍ମର ସାଥି ହେବେ ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାପାଳ
Advertisement

Collector Wedding: ନିର୍ବନ୍ଧ ଶେଷ, ଦ୍ୱିତୀୟ ଥର ପାଇଁ ସାତଜନ୍ମର ସାଥି ହେବେ ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାପାଳ

Collector Wedding:  ସରିଛି ନିର୍ବନ୍ଧ, ଦ୍ୱିତୀୟ ଥର ପାଇଁ ବିବାହ କରିବା ସମ୍ବଲପୁର ଜିଲ୍ଲାପାଳ ଅନନ୍ଯା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା । 

ସୌ(ସୋସିଆଲ ମିଡିଆ)

Collector Wedding: ପଡ଼ିବ ହାତଗଣ୍ଠି ସାତଜନ୍ମର ସାଥୀ ହେବେ ବଲାଙ୍ଗୀରର ବର ଓ ସମ୍ବଲପୁରର କନିଆଁ । ଆପଣ ଭାବୁଥିବେ ଏଇଟା କୋଉ ବଡ଼ କଥା । ଏଠି ଆମେ କୌଣସି ଏମିତି ସେମିତି ବାହାଘର ବିଷୟରେ କହୁନୁ ଆମେ କହୁଛୁ ସମ୍ବଲପୁର ଜିଲ୍ଲାପାଳ ଅନନ୍ଯା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା । ଗତକାଲି ଉଭୟ IASଙ୍କ ନିର୍ବନ୍ଧ ସରିଥିବା ବେଳେ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଏହି ସୁପର ଜିଲ୍ଲାପାଳ ଯୋଡି଼ । ସମ୍ବଲପୁର ଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ରୀତିନୀତି ଅନୁଯାୟୀ ନିର୍ବନ୍ଧ ଶେଷ ହୋଇଥିଲା। ଖୁବ କମ ସରକାରୀ ଅଧିକାରୀ ତଥା ପରିବାର ଲୋକଙ୍କ ଗହଣରେ ଏହି ନିର୍ବନ୍ଧ କରାଯାଇଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ପରିବାର ଲୋକେ ଶନିବାର ଠାରୁ ସମ୍ବଲପୁରରେ ଉପସ୍ଥିତ ରହିଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟାଙ୍କ ପରିବାର ଲୋକେ ମଧ୍ୟ ସମ୍ବଲପୁରରେ ଉପସ୍ଥିତ ରହିଥିଲେ । ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ କଚେରୀ ନିକଟସ୍ଥ ସରକାରୀ ବାସଭବନରେ ନିର୍ବନ୍ଧ ଅତି ନିରାଡ଼ମ୍ବର ଭାବରେ କରାଯାଇଥିଲା । ଏହି ଯୋଡି଼ ଗତକାଲି ସମ୍ବଲପୁରର ଏକ ସୁନା ଦୋକାନକୁ ଯାଇ ସୁନା ଗହଣା କିଣିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଉଭୟ ଜିଲ୍ଲାପାଳ ପୂର୍ବରୁ ବିବାହ କରି ସାରିଥିବା ବେଳେ ଏହା ସେମାନଙ୍କର ଦ୍ଵିତୀୟ ବିବାହ ଅଟେ । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ପୂର୍ବରୁ ବର୍ତମାନର ରାୟଗଡା଼ ଜିଲ୍ଲାପାଳ ସ୍ଵଧାଦେବ ସିଂହଙ୍କୁ ବିବାହ କରିଥିଲେ । ବ୍ୟକ୍ତିଗତ କାରଣରୁ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା । ଅନ୍ୟପଟେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ପୂର୍ବରୁ ବର୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ ଅଖତରଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ମତଭେଦ କାରଣରୁ ଉଭୟଙ୍କର ମଧ୍ୟ ବିବାହ ବିଚ୍ଛେଦ ଘଟିଥିଲା ।

ଏହା ମଧ୍ଯ ପଢନ୍ତୁ- Oyo founder Ritesh Agarwal Wedding: ପ୍ରଧାନମନ୍ତ୍ରୀଙ୍କୁ ବିବାହ ନେଇ ନିମନ୍ତ୍ରଣ କଲେ ଓଡ଼ିଶାର ଏହି କୋଟିପତି ଯୁବ ଉଦ୍ୟୋଗୀ, ଦେଖନ୍ତୁ ଫଟୋ

ଏହା ମଧ୍ଯ ପଢନ୍ତୁ- Viral News: ଯୁବକଙ୍କ ଅଜବ କାରନାମା, ବାହା ନ ହେବା ପାଇଁ ନିଜକୁ ହସପିଟାଲରେ କରାଇଲେ ଆଡମିଟ୍

କିଛି ମାସ ହେବ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା । ପରେ ସେମାନେ ବିବାହ ନେଇ ସ୍ଥିର କରିଥିଲେ । ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନର୍ବଣେ ଓ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଉପସ୍ଥିତ ରହିଥିଲେ । ଚଳିତ ସମ୍ବଲପୁର ଲୋକ ମହୋତ୍ସବ ୨୦୨୩ ଅବସରରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ସମ୍ବଲପୁର ଆସିଥିବା ନେଇ ସୂଚନା ରହିଛି । ସୂଚନା ଥାଉ କି, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଆସାମର ଝିଅ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଓଡି଼ଶାର ବାସିନ୍ଦା ଅଟନ୍ତି । ତେବେ ଖୁବଶୀଘ୍ର ଏହି ଜିଲ୍ଲାପାଳ ଯୋଡି଼ ବିବାହ ବନ୍ଧନରେ ବାନ୍ଧି ହେବା ନେଇ ଜଣାପଡି଼ଛି ।