Odisha News: ରାଉରକେଲାରେ ଭଡା଼ ଘର ପାଲଟିଛି ସଟ୍ଟା କଣ୍ଟ୍ରୋଲ ରୁମ୍, ପୋଲିସ ନେଲା ବଡ଼ ଆକ୍ସନ
Advertisement
Article Detail0/zeeodisha/odisha1641832

Odisha News: ରାଉରକେଲାରେ ଭଡା଼ ଘର ପାଲଟିଛି ସଟ୍ଟା କଣ୍ଟ୍ରୋଲ ରୁମ୍, ପୋଲିସ ନେଲା ବଡ଼ ଆକ୍ସନ

Rourkela News:  ରାଉରକେଲା ରଘୁନାଥପଲ୍ଲୀ ଥାନା ଅନ୍ତର୍ଗତ ସିଭିଲ ଟାଉନସିପ ଅଞ୍ଚଳର ଏକ ଭଡା ଘରେ ଅନଲାଇନ୍ ଆପ୍ ଜରିଆରେ କୋଟି କୋଟି ଟଙ୍କାର ସଟ୍ଟା(Grappling) କାରବାରର ପରଦାଫାର୍ଶ କରିଛି ରାଉରକେଲା ପୋଲିସ। ଏଥି ସହିତ ରାଜ୍ୟ ବାହାରର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । 

Odisha News: ରାଉରକେଲାରେ ଭଡା଼ ଘର ପାଲଟିଛି ସଟ୍ଟା କଣ୍ଟ୍ରୋଲ ରୁମ୍, ପୋଲିସ ନେଲା ବଡ଼ ଆକ୍ସନ

Rourkela News: ଆରମ୍ଭ ହୋଇଛି ଭାରତର ସୁପ୍ରସିଦ୍ଧ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ(IPL)। ଆଇପିଏଲ୍ ଆରମ୍ଭ ହେବା ପରେ କ୍ରିକେଟ୍ ମ୍ୟାଚ୍ ସମେତ ବିଭିନ୍ନ ଖେଳରେ ଦିନକୁ ଦିନ ସଟ୍ଟା(Grappling) କାରବାର ଜୋର ଧରିବାରେ ଲାଗିଛି। କେତେବେଳେ ସିଧାସଳଖ ତ ପୁଣି କେତେବେଳେ ହୋଟେଲ ଓ ଦଲାଲ ମାନଙ୍କ ମାଧ୍ୟମରେ ସଟ୍ଟା କାରଗାର ଦିନକୁ ଦିନ ବଢିବାରେ ଲାଗିଛି। ଏବେ ସିଧାସଳଖ ଅନଲାଇନ୍ ମାଧ୍ୟମରେ ବହୁଳ ଭାବରେ ଜୁଆ ଖେଳା ଯାଉଥିବା ସୂଚନା ମିଳୁଛି। ଏପରିକି ଏହି ଅନଲାଇନ ଜୁଆ ଖେଳରେ ପ୍ରତିଦିନ କୋଟି ଟଙ୍କାର ବାଜି ଲାଗୁଛି। ତେବେ ଏଗୁଡ଼ିକ ମଧ୍ୟରୁ କିଛି ଅନଲାଇନ୍ ଆପ୍, ଖୋଲାଖୋଲି ଭାବରେ କାର୍ଯ୍ୟ କରୁଥିବା ବେଳେ ଅନେକ ଆପରେ ବେଆଇନ ଭାବରେ ଚାଲୁଛି କୋଟି କୋଟି ଟଙ୍କାର ଦେଣନେଣ।

ରାଉରକେଲା(Rourkela) ରଘୁନାଥପଲ୍ଲୀ ଥାନା ଅନ୍ତର୍ଗତ ସିଭିଲ ଟାଉନସିପ ଅଞ୍ଚଳର ଏକ ଭଡା ଘରେ ଅନଲାଇନ୍ ଆପ୍(Online App) ଜରିଆରେ କୋଟି କୋଟି ଟଙ୍କାର ସଟ୍ଟା(Grappling) କାରବାରର ପରଦାଫାର୍ଦ୍ଦା କରିଛି ରାଉରକେଲା ପୋଲିସ। ଏଥି ସହିତ ରାଜ୍ୟ ବାହାରର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସେମାନଙ୍କ ନିକଟରୁ ୩ଟି ଲାପଟପ୍, ୨୦ ଟି ମୋବାଇଲ ଫୋନ, ୪ ଟି ଏଟିଏମ୍ କାର୍ଡ, ଓ ମୋବାଇଲ୍ ଚାର୍ଜର ସହ ଏକ୍ସଟେନ୍‌ସନ ବୋର୍ଡ ଆଦି ଜବତ୍ କରାଯାଇଛି। ଏହାସହ ସଟ୍ଟା କାରବାରରେ(Grappling) ସଂପୃକ୍ତ ଅଢେଇ ଲକ୍ଷ ଟଙ୍କାର ୮ଟି ବ୍ୟାଙ୍କ୍ ଏକାଉଣ୍ଟକୁ ଫ୍ରିଜ୍ କରିଛି ପୋଲିସ।  ତେବେ ଘଟଣାରେ ସଂପୃକ୍ତ ସମସ୍ତ ୬ ଜଣ ଅଭିଯୁକ୍ତ ୟୁପି, ଛତିଶଗଡ଼, ମହାରାଷ୍ଟ୍ର ଆଦି ଅଞ୍ଚଳ ବୋଲି ପୋଲିସ ସୂଚନା ଦେଇଥିବା ବେଳେ, ଏହି ସଟ୍ଟା କାରବାରରେ ସ୍ଥାନୀୟ ଲିଙ୍କ ଉପରେ ପୋଲିସ ପକ୍ଷରୁ ଜୋରଦାର ତଦନ୍ତ ଆରମ୍ଭ ହୋଇଛି।

ପୋଲିସ ସୂଚନା ମୁତାବକ, ବିଗତ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ରାଉରକେଲା ରଘୁନାଥପଲ୍ଲୀ ଥାନା ଅନ୍ତର୍ଗତ ସିଭିଲ ଟାଉନସିପସ୍ଥିତ ଘର ନମ୍ବର ପିପିପି-୪ରେ ଭଡା ନେଇ ଚାଲିଥିଲା ସଟ୍ଟା କଣ୍ଟ୍ରୋଲ ରୁମ୍। ଯେଉଁଠାରେ ranveerexch.com ଆପ୍ ଜରିଆରେ ଦେଶର ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଯୋଡ଼ି ଅନଲାଇନ ଜରିଆରେ ଚାଲିଥିଲା ବେଟିଂ କାରବାର। ଏଥିରେ ଉତ୍ତରପ୍ରଦେଶ ଅଞ୍ଚଳର ୨୨ ବର୍ଷୀୟ ରବି ସିଂ, ଛତିଶଗଡ଼ ଅଞ୍ଚଳର ୨୩ ବର୍ଷୀୟ ଶେଖର ଭଦଭାନି, ୨୪ ବର୍ଷୀୟ ଦିନେଶ ପ୍ରିତ୍ୱାନି, ୨୨ ବର୍ଷୀୟ ସଂସ୍କାର ଗଂଗ୍ୱାନି, ୨୧ ବର୍ଷୀୟ ଅନୁରାଗ ଦେହରୀୟା ଓ ମହାରାଷ୍ଟ୍ରର ୨୯ ବର୍ଷୀୟ ଧୀରଜ୍ ଆଡୱାନି ଆଦି ଅଭିଯୁକ୍ତ ମୋବାଇଲ ଓ ଲାପଟପ୍ ଜରିଆରେ ସମସ୍ତ କାର୍ଯ୍ୟ କଣ୍ଟ୍ରୋଲ କରୁଥିବା ନେଇ ପୋଲିସ ସୂଚନା ଦେଇଥିବା ବେଳେ ଅନ୍ୟାନ୍ୟ ସମ୍ପୃକ୍ତି ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି।

ପ୍ରକାଶଥାଉ, ପ୍ରତିବର୍ଷ ଆଇପିଏଲ୍ ବେଳେ ଭାରତର ବିଭିନ୍ନ ଅଞ୍ଚଳ ସମେତ ରାଉରକେଲାରେ ସଟ୍ଟା କାରବାର ପ୍ରବଳ ମାତ୍ରାରେ ଚାଲିଥାଏ । ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ଏଥିରେ ସାମିଲ୍ ହୋଇ ହଜାର ହଜାର ଟଙ୍କାର ବାଜି ଲଗାଇଥାଆନ୍ତି। ମାତ୍ର ଅନଲାଇନ୍ ଜରିଆରେ ଏହି ବାଜି ହେବା ଦ୍ବାରା ସଟ୍ଟା ବେପାର ବେଶ୍ ସହଜ ହୋଇ ଯାଉଥିବା ସହ ଅନେକ ଲୋକ ସର୍ବସ୍ବାନ୍ତ ହୋଉଥିବା ନେଇ ପୋଲିସ ପକ୍ଷରୁ କୁହାଯାଉଛି। ଅନ୍ୟପଟେ ରାଉରକେଲାରେ ଆଇପିଏଲରେ ବେଟିଂ ପାଇଁ ଯୁବ ବର୍ଗ ନୂଆ ନୂଆ ପ୍ରକ୍ରିୟା ଅବଲମ୍ବନ କରୁଥିବାର ନଜର ଆସୁଥିବା ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।  ସ୍ଥାନୀୟ ଲୋକଙ୍କ ସଂପୃକ୍ତି ବିନା ଏସବୁ କାର୍ଯ୍ୟ ସମ୍ପନ୍ନ ହେଉଥିବା ନେଇ ହେଉଛି ସନ୍ଦେହ। ଅନ୍ୟପଟେ ପୋଲିସର ସମ୍ପୂର୍ଣ୍ଣ ତଦନ୍ତ ପରେ ସମସ୍ତ ଘଟଣା ଉପରୁ ପରଦା ଉଠିବ ବୋଲି ସମସ୍ତେ ଆଶା କରିଛନ୍ତି।