MLA Deepali Das to take oath: ଆଜି ବିଧାୟିକା ଭାବେ ଶପଥ ନେବେ ଦୀପାଳି
Advertisement
Article Detail0/zeeodisha/odisha1696244

MLA Deepali Das to take oath: ଆଜି ବିଧାୟିକା ଭାବେ ଶପଥ ନେବେ ଦୀପାଳି

ଝାରସୁଗୁଡ଼ାର ନୂଆ ବିଧାୟିକା (Jharsuguda MLA Deepali Das) ଭାବେ ଆଜି ଶପଥ ନେବେ ଦୀପାଳି ଦାସ (Deepali Das to take oath today) । ଦିନ ୧୦ଟା ୩୦ ମିନିଟରେ ଦୀପାଳିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରିବେ ଉପବାଚସ୍ପତି ରଜନୀକାନ୍ତ ସିଂହ (Rajanikant Singh Deputy Speaker of Odisha ) । ଏନ

ସୌ(ସୋସିଆଲ ମିଡିଆ)

Jharsuguda MLA Deepali Das to take oath today: ଝାରସୁଗୁଡ଼ାର ନୂଆ ବିଧାୟିକା (Jharsuguda MLA Deepali Das) ଭାବେ ଆଜି ଶପଥ ନେବେ ଦୀପାଳି ଦାସ (Deepali Das to take oath today) । ଦିନ ୧୦ଟା ୩୦ ମିନିଟରେ ଦୀପାଳିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରିବେ ଉପବାଚସ୍ପତି ରଜନୀକାନ୍ତ ସିଂହ (Rajanikant Singh Deputy Speaker of Odisha ) । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସୂଚନା ଥାଉ କି, ରବିବାର ଦିନ ସନ୍ଧ୍ୟାରେ ଦୀପାଳି ଭୁବନେଶ୍ବର ଆସିବା ପରେ ନବୀନ ନିବାସ ଯାଇ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ (CM Naveen Patnaik) ଭେଟି ଆଶୀର୍ବାଦ ନେଇଥିଲେ । ଜିଲ୍ଲାବାସୀଙ୍କ ଲାଗି ସମର୍ପିତ ହୋଇ ଝାରସୁଗୁଡ଼ା ବିକାଶକୁ ଆଗେଇ ନେବା ଦିଗରେ କାର୍ଯ୍ୟ କରିବା ଲାଗି ସୁପ୍ରିମୋ ଦୀପାଳିଙ୍କୁ ପରାମର୍ଶ ଦେଇଛନ୍ତି । ସେପଟେ ବାପା ନବ ଦାସ (Naba Das) ଛାଡ଼ି ଯାଇଥିବା ଅଧୁରା କାମକୁ ପୂରଣ କରିବା ନେଇ ଦୀପାଳି କହିଛନ୍ତି ।

ସୂଚନା ଅନୁଯାୟୀ, ଗତ ୧୦ ତାରିଖ ହୋଇଥିବା ଝାରସୁଗୁଡ଼ା ନିର୍ବାଚନ ଫଳାଫଳ ଗତ ଶନିବାର ଦିନ ପ୍ରକାଶ ପାଇଥିଲା । ଏଥିରେ ବାପାଙ୍କ ପରେ ଗଡ଼ ବଞ୍ଚାଇ ରଖିଛନ୍ତି ଝିଅ । ଝାରସୁଗୁଡ଼ାରେ ପୁଣି ବାଜି ମାରିଛି ଶାସକ ବିଜେଡ଼ି। ବିପୁଳ ଜନାଦେଶରେ ବିଜୟ ମୁକୁଟ ପିନ୍ଧିଛନ୍ତି ଦୀପାଳି (Dipali das) । ପ୍ରାୟ ୪୧ ହଜାର ୬୧୯ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ହରାଇଛନ୍ତି ବିଧାୟିକା ଦୀପାଳି। ଦୀପାଳିଙ୍କୁ ମୋଟ ୧ ଲକ୍ଷ ୭ ହଜାର ୩ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ (Tankadhar tripathy) ୫୮ ହଜାର ୩୮୪ଟି ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ତେଙ୍କୁ ମିଳିଥିଲା ମାତ୍ର ୪ ହଜାର ୪୭୩ ଖଣ୍ତ ଭୋଟ । ସବୁଠୁ ବଡ଼ କଥା ନିର୍ବାଚନ ଜିତି ବାପାଙ୍କୁ ମଧ୍ୟ ପଛରେ ପକାଇଛନ୍ତି ଦୀପାଳି । ପ୍ରଥମ ଥର ଦଳ ଝାରସୁଗୁଡ଼ାରେ ୧ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି । ପ୍ରକାଶ ଥାଉ କି, ୨୦୧୯ ନିର୍ବାଚନ ତୁଳନାରେ ଚଳିତ ବର୍ଷ ଉଭୟ ଶାସକ ବିଜେଡ଼ି (BJD) ଓ ବିରୋଧୀ ବିଜେପିର (BJP) ଭୋଟ ସଂଖ୍ୟା ବୃଦ୍ଧି ପାଇଛି ।  ସାଧାରଣ ନିର୍ବାଚନରେ ନବ ଦାସ ମୋଟ ୯୮,୬୨୦ ଖଣ୍ତ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଦୀନେଶ ଜୈନଙ୍କୁ ୫୨,୯୨୧ ଓ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକଙ୍କୁ ମୋଟ ୧୮ ହଜାର ୮୨୩ ଭୋଟ ମିଳିଥିଲା ।

ଏହା ବି ପଢନ୍ତୁ-Bhubaneswar to Dubai flight: ଆଜି ଭୁବନେଶ୍ବରରୁ ଦୁବାଇକୁ ଉଡି଼ବ ଫ୍ଲାଇଟ୍,ଏତିକି ରହିଛି ଟିକେଟ୍ ମୂଲ୍ୟ

ସୂଚନାଯୋଗ୍ୟ, ନବ ଦାସ ୨୦୦୯ ଓ ୨୦୧୪ରୁ କଂଗ୍ରେସରୁ ବିଧାୟକ ହୋଇଥିଲେ । ଏହାପରେ ସେ ହାତ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ । ୨୦୧୯ ମସିହାରେ ନିର୍ବାଚନ ଲଢି ସେ ବିଜୟୀ । ଏହାପରେ ସେ ପାଖରେ କ୍ୟାବିନେଟ ମନ୍ତ୍ରୀ ହୋଇ ସ୍ବାସ୍ଥ୍ୟ ବିଭାଗ (Health Department Odisha) ଦାୟିତ୍ବରେ ଥିଲେ । ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡ଼ା ଆସନ ଖାଲି ପଡ଼ିଥିଲା । ତେବେ ଗତ ୧୦ ତାରିଖରେ ଏହି ଆସନ ଲାଗି ନିର୍ବାଚନ ହୋଇଥିଲା । ବିପୁଳ ଜନମତ ସହ ଶାସକ ବିଜେଡ଼ି ଉପରେ ସୁନା କଳସ ଢାଳିଛନ୍ତି ଜନତା । ଝାରସୁଗୁଡ଼ା ନିର୍ବାଚନ ଲାଗି ମୈଦାନରେ ୯ ଜଣ ପ୍ରାର୍ଥୀ ରହିଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହୋଇଥିଲା ।