Nuakhai Celebration: ଏକାଠି ହେବ ପଶ୍ଚିମ ଓଡ଼ିଶା, ନୂଆଖାଇ ପାଇଁ ପ୍ରସ୍ତୁତ ଶେଷ
Advertisement
Article Detail0/zeeodisha/odisha1328547

Nuakhai Celebration: ଏକାଠି ହେବ ପଶ୍ଚିମ ଓଡ଼ିଶା, ନୂଆଖାଇ ପାଇଁ ପ୍ରସ୍ତୁତ ଶେଷ

ଆଉ କେତୋଟି ମୂହୁର୍ତ୍ତ ପରେ ପାଳନ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ (Nuakhai)। ତେଣୁ ପଶ୍ଚିମ ଓଡିଶାରେ (Western Odisha) ପ୍ରସ୍ତୁତି ଏବେ ଜୋରସୋର। ନୂଆଖାଇ (Nuakhai) ପାଇଁ ପୁର ଠାରୁ ପଲ୍ଲୀ ସବୁଠି ଆନନ୍ଦ ଏବଂ ଉତ୍ସବ ର ମାହୋଲ। 

ପ୍ରତିକାତ୍ମକ ଫଟୋ

Nuakhai Celebration:  ଝାରସୁଗୁଡ଼ା: ଆଉ କେତୋଟି ମୂହୁର୍ତ୍ତ ପରେ ପାଳନ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ (Nuakhai)। ତେଣୁ ପଶ୍ଚିମ ଓଡିଶାରେ (Western Odisha) ପ୍ରସ୍ତୁତି ଏବେ ଜୋରସୋର। ନୂଆଖାଇ (Nuakhai) ପାଇଁ ପୁର ଠାରୁ ପଲ୍ଲୀ ସବୁଠି ଆନନ୍ଦ ଏବଂ ଉତ୍ସବ ର ମାହୋଲ। କେମିତି ଖୁସି ହେବ ନାହିଁ ଦୀର୍ଘ ଦୁଇ ବର୍ଷ କରୋନା କଟକଣା ବାହାରେ ପାଳନ ହଉଚି ନୂଆଖାଇ, ତେଣୁ ଖୁସି ଦୁଇଗୁଣ। ତେବେ କେବଳ ପଶ୍ଚିମ ଓଡ଼ିଶାବାସୀ (Western Odisha) ନୁହନ୍ତି ଅଣ ଓଡିଆ ମାନଙ୍କର ମଧ୍ୟ ନୂଆଖାଇ ପ୍ରତି ରହିଛି କ୍ରେଜ। ଏବଂ ନିଜ ନିଜ ଅନ୍ଦାଜରେ ନୂଆଖାଇରେ ନବାନ୍ନ ଖାଇବେ ସମସ୍ତେ। 

ଆଉ ଗୋଟିଏ ଦିନ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇକୁ। ଗୋଟିଏ କୃଷିଭିତ୍ତିକ ନୂଆଖାଇକୁ ପଶ୍ଚିମ ଓଡ଼ିଶା ଲୋକେ ବଡ଼ ଧୂମ ଧାମ ର ସହିତ ପାଳନ କରନ୍ତି । ନୂଆଖାଇର ମହକ ବଢି ଯାଏ ଗ୍ରାମାଞ୍ଚଳରେ। ଲୋକେ ଘରକୁ ଲିପା ପୋଛା କରି, ବାସନ କୁସନ ଧୁଆ ମଜା କରି, ସମସ୍ତ କପଡ଼ା ଲତା ଧୁଆ ଧୁଇ ସାଙ୍ଗ କୁ ଜଙ୍ଗଲରୁ କୁରେପତ୍ର ସଂଗ୍ରହ ରେ ଲାଗିପଡ଼ିଛନ୍ତି। ବଜାର ଘାଟ ରେ ନୂଆ ଧାନ ସାଙ୍ଗକୁ ରାକ୍ଷୀ ର ପସରା ଲାଗିଛି। ଘରେ ଘରେ ନୂଆଁଧାନ ସାଙ୍ଗକୁ ବିଭିନ୍ନ ପ୍ରକାର ପିଠା ତିଆରି କରି ନିଜ ନିଜ ର ଇଷ୍ଟ ଦେବା ଦେବୀ ଙ୍କୁ ଲାଗିଲା ପରେ ନବାନ୍ନ ଖାଆନ୍ତି। ଏବଂ ପରେ ସାନ ମାରେ ବଡ଼ ମାନଂକୁ ମୁଣ୍ଡିଆ ମାରି ଆଶୀର୍ବାଦ ଅର୍ଜନ କରିଥାନ୍ତି।

ପଶ୍ଚିମ ଓଡ଼ିଶା ଲୋକେ ଜମିରୁ ଉତ୍ପନ ଧାନକୁ ପ୍ରଥମେ ମା ସମଲେଶ୍ୱରୀକୁ ଅର୍ପଣ କରିବାପରେ ସପରିବାର ଏକ ସଙ୍ଗେ ନବାନ୍ନ ଭକ୍ଷଣ କରିଥାନ୍ତି। ଏହି କୃଷି ଭିତ୍ତିକ ପର୍ବ ପାଇଁ ପ୍ରାତଃ ପ୍ରସ୍ତୁତି ଶେଷ ଶେଷ ପର୍ଯ୍ୟାୟରେ ପହଂଚିଛି। ଆଉ ଏକ ବିଶେଷତ୍ୱ ରହଛି ପଶ୍ଚିମ ଓଡିଶାରେ ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଥାଏ। ତେବେ କେବଳ ନୂଆଖାଇ ଆଉ ପଶ୍ଚିମ ଓଡ଼ିଶାରେ ସୀମିତ ନୁହଁ। ଆଜିକାଲି ନୂଆଖାଇ ଭଳି ସଂସ୍କାର ଏବଂ ଲୋକ ପ୍ରିୟତାକୁ ଦେଖି ଅନେକ ଅଣ ଓଡିଆ ମାନେ ମଧ୍ୟ ନିଜ ଘରେ ନୂଆଖାଇ ପର୍ବ ପାଳନ କରୁଛନ୍ତି। ଏବଂ ବଡ଼ ମାନଙ୍କର ଆଶୀର୍ବାଦ ସାନ ମାନଙ୍କୁ ସ୍ନେହ ଶ୍ରଦ୍ଧା ଦେଉଛନ୍ତି। ଅନ୍ୟ ପକ୍ଷରେ ଭିନ୍ନ ଭିନ୍ନ ପେସାରେ ଥିବା ବ୍ୟକ୍ତି ନୂଆଖାଇ କୁ ନିଜ ନିଜ ଅନ୍ଦାଜରେ ବ୍ୟାଖ୍ୟା କରୁଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ନୂଆଖାଇ ଉପଲକ୍ଷେ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି।

ନୂଆଖାଇ ପର୍ବ ହଉଚି ବର୍ଷ ଯାକର ଉପାର୍ଜିତ କୃଷି କୁ ପ୍ରଥମେ ନିଜର ଇଷ୍ଟ ଦେବାଦେବୀ ଙ୍କୁ ଅର୍ପଣ କରି ଧନ୍ୟବାଦ ଏବଂ ପ୍ରାର୍ଥନା କରିବାର ପର୍ବ। ବର୍ଷ ଯାକ ନିଜ ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ଲାଗିଥିବା ମନାନ୍ତର କୁ ଭୁଳେଇ ଆପଣାଇବା ର ପର୍ବ। ତେଣୁ ସେହି ମାଁ ସମଲେଶ୍ବରୀ ଙ୍କର ପାଖରେ ପ୍ରାର୍ଥନା ଜଗତ କଲ୍ୟାଣ ହେଉ ଏବଂ ନିଜ ଭିତରେ ଥିବା ଭାଇଚାରା ପୁନଃ ସ୍ଥାପନ ହଉ।

ଅଧିକ ପଢନ୍ତୁ: ଗଣେଶ ପୂଜା ମଣ୍ଡପକୁ ନେଇ ଗୋଷ୍ଠୀ ସଂଘର୍ଷ, ଜାରି ହେଲା ୧୪୪ ଧାରା