Naba Das Assassination: ନବଙ୍କୁ ହତ୍ୟା ପାଇଁ ଥାନାରୁ ପ୍ଲାନ୍ କରିଥିଲା ଗୋପାଳ, ପାଇଖାନା ଟାଙ୍କିରୁ କ୍ରାଇମବ୍ରାଞ୍ଚକୁ ମିଳିଲା ବଡ଼ ପ୍ରମାଣ
Advertisement

Naba Das Assassination: ନବଙ୍କୁ ହତ୍ୟା ପାଇଁ ଥାନାରୁ ପ୍ଲାନ୍ କରିଥିଲା ଗୋପାଳ, ପାଇଖାନା ଟାଙ୍କିରୁ କ୍ରାଇମବ୍ରାଞ୍ଚକୁ ମିଳିଲା ବଡ଼ ପ୍ରମାଣ

Naba Das Assassination: ଏବେବି ରହସ୍ୟ ଘେରରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ । ନବ ଦାସଙ୍କ ଗୁଳିକାଣ୍ତ ଘଟଣାକୁ ପାଞ୍ଚ ଦିନ ବିତିଛି । ହେଲେ ହତ୍ୟାକାଣ୍ତ ଉପରୁ ଏ ଯାଏଁ ପରଦା ଉଠି ପାରି ନାହିଁ । କାହିଁକି ଗୋପାଳ ନବ ଦାସଙ୍କୁ ହତ୍ୟା କଲା ତାର କାରଣ ଖୋଜୁଛି କ୍ରାଇମବାଞ୍ଚ । ତେବେ ଏହାରି ଭିତରେ ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ସୌଜନ୍ୟ- ସୋସିଆଲ ମିଡିଆ

Naba Das Assassination: ଏବେବି ରହସ୍ୟ ଘେରରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ । ନବ ଦାସଙ୍କ ଗୁଳିକାଣ୍ତ ଘଟଣାକୁ ପାଞ୍ଚ ଦିନ ବିତିଛି । ହେଲେ ହତ୍ୟାକାଣ୍ତ ଉପରୁ ଏ ଯାଏଁ ପରଦା ଉଠି ପାରି ନାହିଁ ।  କାହିଁକି ଗୋପାଳ ନବ ଦାସଙ୍କୁ ହତ୍ୟା କଲା ତାର କାରଣ ଖୋଜୁଛି କ୍ରାଇମବାଞ୍ଚ । ତେବେ ଏହାରି ଭିତରେ ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । 

ନବ ଦାସ ହତ୍ୟା ମାମଲାର ତଦନ୍ତ ଦିନକୁ ଦିନ ଜୋରଦାର କରୁଛି କ୍ରାଇମବ୍ରାଞ୍ଚ। ଝାରସୁଗୁଡାରେ ଗତକାଲି(ବୁଧବାର) ଦିନ ତମାମ କ୍ରାଇମବ୍ରାଞ୍ଚର ଛାନଭିନ ପରେ କିଛି ସୁରାଗ ପାଇଁ ଝାରସୁଗୁଡା ବିମାନ ବନ୍ଦର ଥାନା ପାଇଖାନ ଟାଙ୍କିକୁ ଖୋଳାଖୋଳି କରାଯାଇଛି । ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ଏକ ହାତ ଲେଖା ଚିଠି ସେଠାରୁ ମିଳିଥିବା କୁହାଯାଉଛି । କିଛି ଅଂଶ ଲିଭି ଯାଇଥିବାରୁ ଚିଠିକୁ ଫରେନସିକ ଲ୍ୟାବ ପଠାଯାଇଛି । ହତ୍ୟାକାଣ୍ଡ ଦିନ ଅଭିଯୁକ୍ତ ଗୋପାଳଙ୍କୁ ଏୟାରପୋର୍ଟ ଥାନାକୁ ନିଆ ଯାଇଥିଲା 

ସବୁ ପ୍ରମାଣକୁ ଉଡ଼ାଇ ଦେବା ଲାଗି ସେ ପୁଣି ଥାନା ଭିତରେ ନୂଆ ଷଡ଼ଯନ୍ତ୍ର ରଚିଥିବା କୁହାଯାଇଛି । ବିମାନ ବନ୍ଦର ଥାନାରେ ସେ ପରିସ୍ରା ଯିବା ବାହାନା କରି ବାଥ ରୁମ୍ ଯାଇଥିଲେ। ସେ ଲୁଚାଇ ରଖିଥିବା ସବୁ କାଗଜପତ୍ରକୁ ପାଇଖାନାରେ ପୁରାଇ ଫ୍ଲସ୍ ଚିପି ଦେଇଥିଲେ। ଗତକାଲି ରାତିରେ ପାଇଖାନା ଟାଙ୍କିକୁ ଖୋଳାଯାଇ ସେଠାରୁ ଗୋପାଳଙ୍କ ହାତ ଲେଖା ଚିଠି ଉଦ୍ଧାର କରିଛି କ୍ରାଇମବ୍ରାଞ୍ଚ। ଏହି ଚିଠିରୁ କିଛି ବଡ଼ ସୁରାକ ମିଳିପାରେ ବୋଲି ଅନୁମାନ କରାଯାଉଛି। କୁହାଯାଉଛି ଯେ, ଏହି କାଗଜରେ ମନ୍ତ୍ରୀଙ୍କ ହତ୍ୟାକାଣ୍ତ ସମ୍ପର୍କିତ ବିବରଣି ଲେଖାଯାଇଥାଇ ପାରେ । ତେବେ ସ୍ୱେରଜ ଟାଙ୍କି ଖୋଳିଲା ପରେ କ୍ରାଇମବ୍ରାଞ୍ଚ୍ ଏହି ହାତଲେଖା କାଗଜ ଗୁଡିକ ପାଇଛି ।

Also Read: Naba Das: ଖୋଲିବ ନବଦାସଙ୍କ ହତ୍ୟାର ଗୁମର, ତଦନ୍ତର ତଦାରଖ କରିବେ ଜଷ୍ଟିସ୍‌ ଜେ.ପି ଦାସ

ସୂଚନା ଅନୁସାରେ , ରବିବାର ଝାରସୁଗୁଡ଼ାରେ ନବ ଦାସ ଏକ ଦଳୀୟ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ଗାନ୍ଧିଛକ ଫାଣ୍ତି ଏଏସଆଇ ଗୋପାଳ ନବଙ୍କୁ  ଗୁଳି କରିଥିଲା । ପରେ ଘଟଣାସ୍ଥଳରେ ଗୁରୁତର ହୋଇ ପଡିଥିଲେ ନବ ଦାସ । ପରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଏୟାରଲିଫ୍ଟ ଯୋଗେ ଭୁବନେଶ୍ବରରର ଆପୋଲ ହସପିଟାଲରେ ଭର୍ତ୍ତି କରଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଝିଥିଲେ। 

ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା ନେଇ ଗୋପାଳକୁ ଗିରଫ କରାଯାଇଥିଲା । ପରେ ରାଜ୍ୟ ସରକାର ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଦେଇଥିଲେ ।  ଏହାପରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ଘଟଣାସ୍ଥଳ ବୁଲି ଦେଖିଛନ୍ତି । କ୍ରାଇମବ୍ରାଞ୍ଚର ଏକ ଟିମ ମଧ୍ୟ ଯାଇଛି । କାହିଁକି ନବଦାସଙ୍କୁ ଗୁଳିମାଡ ହେଲା । ଗୁଳିମାଡ ପଛର ରହସ୍ୟ କ’ଣ ତାର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ ।

ସେପଟେ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ଥମିନଥିବାବେଳେ ଏବେ ସାମ୍ନାକୁ ଆସିବାରେ ଲାଗିଛି ନବ ଦାସଙ୍କ ସହ ଗୋପାଳଙ୍କ ଭିନ୍ନ ଭିନ୍ନ ଫଟୋ । ନବ ଦାସଙ୍କୁ ଗୁଳି କରିଥିବା ତତ୍କାଳୀନ ଏଏସଆଇ ଗୋପାଳ ଦାସଙ୍କୁ ଦେଖିବାକୁ ମିଳିଛି ଏକାଧିକ ଫଟୋରେ । ପାଖରେ ରହିଛନ୍ତି ଗୋପାଳ ଦାସ । ସାଙ୍ଗରେ ନବ ଦାସଙ୍କ ନିଲମ୍ବିତ ପିଏସ୍ଓ ବି ଅଛନ୍ତି । ତେବେ ଫଟୋ କେବେକାର ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଫଟୋରୁ ଜଣାପଡୁଛି, ନବ ଦାସଙ୍କ ସହ ଗୋପାଳକୃଷ୍ଣ ଦାସ ପୂର୍ବରୁ ପରିଚିତ ଥିଲେ।