JP Nadda's Odisha Visit: ମିଶନ ୨୦୨୪, ଦଳକୁ ଗୁରୁମନ୍ତ୍ର ଦେବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ୍ୟ
Advertisement

JP Nadda's Odisha Visit: ମିଶନ ୨୦୨୪, ଦଳକୁ ଗୁରୁମନ୍ତ୍ର ଦେବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ୍ୟ

JP Nadda's Odisha Visit: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡାଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କନ୍ଧମାଳ ଏବଂ ପୁରୀ ଲୋକସଭା କ୍ଷେତ୍ରରେ ଜନସଭା କରିବେ ନଡ୍ଡା । ପୁରୀ ଲୋକସଭା ମଣ୍ଡଳୀର ବାଣପୁରରେ ଜନସଭାକୁ ସମ୍ବୋଧନ କରିବେ ନଡ୍ଡା ।

ସୌଜନ୍ୟ-ସୋସିଆଲ ମିଡିଆ

JP Nadda's Odisha Visit: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡାଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କନ୍ଧମାଳ ଏବଂ ପୁରୀ ଲୋକସଭା କ୍ଷେତ୍ରରେ ଜନସଭା କରିବେ ନଡ୍ଡା । ପୁରୀ ଲୋକସଭା ମଣ୍ଡଳୀର ବାଣପୁରରେ ଜନସଭାକୁ ସମ୍ବୋଧନ କରିବେ ନଡ୍ଡା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଏହି ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ବାଣପୁର ପୂର୍ବରୁ କନ୍ଧମାଳ ତୁମୁଡ଼ିବନ୍ଧରେ ନଡ୍ଡା ଏକ ଜନସଭା କରିବେ ।

ଜଲେଶପଟ୍ଟା ସ୍ଥିତ ଶଙ୍କରାଚାର୍ଯ୍ୟ ଗୁରୁକୂଳ କନ୍ୟାଶ୍ରମର ଏକ କାର୍ଯ୍ୟକ୍ରମକୁ ମଧ୍ୟ ସେ ଯିବାର କାର୍ଯ୍ୟକ୍ରମ ରହିଛି । ଗତ ଲୋକସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । ତେବେ କିଛି ଆସନରେ କଡ଼ା ଟକ୍କର ସତ୍ୱେ ହାରିଯାଇଥିଲା । ଏବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱର ନଜରରେ ଏହି ସବୁ ଆସନ ରହିଛି । ସେହିସବୁ ସ୍ଥାନରେ ଅଧିକରୁ ଅଧିକ ଜନସଭା ଓ ଲୋକସମ୍ପର୍କ କରିବାକୁ ବିଜେପିଯୋଜନା ରଖିଛି ।

ଖବର ଅନୁଯାୟୀ, ନଡ୍ଡା ଭୁବନେଶ୍ବର ବିମାନ ବନ୍ଦରରେ ମଧ୍ୟାହ୍ନରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ  ହେଲିକପ୍ଟରରେ ତୁମୁଡିବନ୍ଧ ଯିବେ ନଡ୍ଡା । ତୁମୁଡିବନ୍ଧ ଠାରେ ମିନି ଷ୍ଟାଡିୟମରେ ସାଧାରଣ ସଭା ହେବ ।  ଜଲେଶାପେଟ୍ଟାରେ ନୂତନ କନ୍ୟାଶ୍ରମ ଉଦଘଟନ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହା ପରେ ବାଣପୁରର ପଲଟନ ପଡିଆରେ ସାଧାରଣ ସଭାରେ ଯୋଗ ଦେବ । ଏହାସହ ମାଆ ଭଗବତୀଙ୍କୁ ମଧ୍ୟ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । କେବଳ ସେତିକି ନୁହେଁ, ନାଚୁଣୀ କଲେଜ ଇନଡୋର ଷ୍ଟାଡିୟମରେ କର୍ମକର୍ତ୍ତା ସମ୍ମିଳନୀରେ ଜେପି ନଡ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୦୨୦ ସାଧାରଣ ନିର୍ବାଚନ ପାଇଁ ଦଳୀୟ ନେତୃବୃନ୍ଦଙ୍କୁ ଗୁରୁମନ୍ତ୍ର ମଧ୍ୟ ଦେବେ । 

୨୦୨୪ ନିର୍ବାଚନକୁ ଆଖିରେ ରଖି  ବିଜେପି ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲାଣୀ । ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଭୋଟ୍ ହାର ୫୦ ପ୍ରତିଶତକୁ ବୃଦ୍ଧି ସହ ଅଧିକ ଲୋକସଭା ଓ ବିଧାନସଭା ସିଟ୍ ହାତେଇବା ଲକ୍ଷ୍ୟ ରଖିଛି ବିଜେପି। ତେବେ ଆସନ୍ତା ନିର୍ବାଚନର ଗୁରୁମନ୍ତ୍ର କ’ଣ ? କେମିତି ଦଳ ନିଜକୁ ପ୍ରସ୍ତୁତ କରିବ ? କେଉଁଠି ରହିବ ନେତାଙ୍କ ଫୋକସ ? ଆଶା କରାଯାଉଛି, ଏସବୁ ବିଷୟରେ କର୍ମୀ ଓ ନେତାଙ୍କୁ ଆଜି ଗୁରୁମନ୍ତ୍ର ଦେବେ ନଡ୍ଡା । ନଡ୍ଡାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ନଡ୍ଡାଙ୍କର ଏହା ଦିନିକିଆ ଗସ୍ତ । 

 ଏହାବି ପଢନ୍ତୁ : Crime News: କଥା ହେବାକୁ ମନା କରିବାରୁ ସ୍କୃଡ୍ରାଇଭରରେ ୫୧ ଥର ଭୁଷି ପ୍ରେମିକାକୁ ମାରିଲା ପ୍ରେମିକ

 ଏହାବି ପଢନ୍ତୁ : Today Petrol-Diesel Price: ରାଜଧାନୀରେ ଆହୁରି ଖସିଲା ପେଟ୍ରୋଲ-ଡିଜେଲ ଦର, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍