Jagatsinghpur: ଅସୁମାରୀ ସ୍ୱପ୍ନ ଭିତରେ କଅଁଳ କାନ୍ଧରେ ପରିବାର ବୋଝ
Advertisement

Jagatsinghpur: ଅସୁମାରୀ ସ୍ୱପ୍ନ ଭିତରେ କଅଁଳ କାନ୍ଧରେ ପରିବାର ବୋଝ

Jagatsinghpur News: ପିଲା ବେଳୁ ପରିବାରର ବୋଝକୁ ନିଜ ମୁଣ୍ଡରେ ମୁଣ୍ଡାଇ କୁନି ବୟସରେ ସଂଘର୍ଷ ଚଳାଇଛି ଛାତ୍ର ପାର୍ଥସାରଥୀ। 

Jagatsinghpur: ଅସୁମାରୀ ସ୍ୱପ୍ନ ଭିତରେ କଅଁଳ କାନ୍ଧରେ ପରିବାର ବୋଝ

Jagatsinghpur Minor Syudent News: ଦିବ୍ୟାଙ୍ଗ ବାପା ଏବଂ ଭଉଣୀର ଦାୟିତ୍ୱ ନେବା ସହ ମ୍ୟାଟ୍ରିକ ପରୀକ୍ଷାର ଚାପ, ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରୟାସ ରଖିଛନ୍ତି ପରିବାର ଚଳାଉଥିବା ଜଣେ ଦଶମ ଶ୍ରେଣୀର ଛାତ୍ର। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ନୂଆଗଡ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। 

ଚାଲିଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ପରୀକ୍ଷା ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା। ଏମିତି ଜଣେ ଛାତ୍ର ଯିଏ ପର ଘରେ ମୁଲଲାଗି ନିଜର ଦିବ୍ୟାଙ୍ଗ ବାପା ଏବଂ ଭଉଣୀକୁ ପାଳନ ପୋଷଣ କରିବା ସହିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବା ପାଇଁ ଚଳାଇଛନ୍ତି ସଂଘର୍ଷ। ଜଗତସିଂହପୁର ଜିଲ୍ଲା ନୂଆଗଡ ଗ୍ରାମର ଜଣେ ମାଟ୍ରିକ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ଏଭଳି ଏକ ଭିନ୍ନ ଦୃଶ୍ୟ। ପରିବାରର ସଦସ୍ୟ କହିଲେ ବାପା ବେଣୁଧର ବେହେରା, ମାଆ କୌଶଲ୍ୟା ବେହେରା,ଝିଅ ତୃପ୍ତିମୟୀ ଏବଂ ପୁଅ ପାର୍ଥ ସାରଥୀକୁ ନେଇ ଛୋଟ ଏହି ପରିବାର। ବେଣୁଧର ନିଜ ଘର ପାଖରେ ଏକ ଛୋଟ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଦଶ ବର୍ଷ ହେବ ବେଣୁଧର ଦୁରାରୋଗ୍ୟ ପୀଡିତ ହୋଇ ଘରେ ଶଯ୍ୟାଶାୟୀ ହୋଇ ପଡି ରହିଛନ୍ତି। ବେଣୁଧର ଶଯ୍ୟାଶାୟୀ ହେବା ପରେ ପତ୍ନୀ କୌଶଲ୍ୟା ପର ଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଗତ ଦୁଇବର୍ଷ ହେବ କୌଶଲ୍ୟା ଘରଛାଡି କେଉଁଆଡେ ଚାଲିଯାଇଛନ୍ତି।

ବାପା ଶଯ୍ୟାଶାୟୀ ଏବଂ ମାଆ ଘର ଛାଡି ଚାଲିଯିବା ପରେ ଛୋଟ ବୟସରେ ଦିବ୍ୟାଙ୍ଗ ବାପା ଏବଂ ଭଉଣୀର ପ୍ରତିପୋଷଣର ଦାୟିତ୍ୱ ନିଜ କାନ୍ଧକୁ ନେଇଛି ପାର୍ଥସାରଥୀ। ନୂଆଗଡ ଗ୍ରାମର ଗୋବିନ୍ଦଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ଏହି ଛାତ୍ର ଜଣକ ପରିବାର ଚଳାଇବାକୁ ପର ଘରେ ମୂଲ ଲାଗିବା ସହିତ ପାଠପଢା ଜାରୀ ରଖିଛନ୍ତି। କିପରି ଭଲ ପାଠ ପଢି ଚଳିତ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନିଜ ଭବିଷ୍ୟତ ଗଢ଼ିପାରିବ ସେ ନେଇ ପଡୋଶୀ ଚେଷ୍ଟାରତ ରହିଥିବା ନେଇ କହିଛନ୍ତି କିଛି ଗ୍ରାମବାସୀ।

ପିଲା ବେଳୁ ପରିବାରର ବୋଝକୁ ନିଜ ମୁଣ୍ଡରେ ମୁଣ୍ଡାଇ କୁନି ବୟସରେ ସଂଘର୍ଷ ଚଳାଇଛି ଛାତ୍ର ପାର୍ଥସାରଥୀ। ଦିବ୍ୟାଙ୍ଗ ବାପା ଏବଂ ଭଉଣୀକୁ ପ୍ରତିପୋଷଣ କରିବା ସହିତ ନିଜ ପାଠପଢା ପାଇଁ କାମ କରୁଥିବା ବେଳେ କିଏ ୨୦୦ ଆଉ କିଏ ୩୦୦ ଶହ ଟଙ୍କା ଦିଅନ୍ତି। ସେଥିରେ ନିଜର ପାଠପଢା ସହିତ ପରିବାର ଚଳାଇଥିବା ବେଳେ ଏଥିରେ ସହାୟତା କରିଥାନ୍ତି ବଡବୋଉଙ୍କ ପରିବାର। ହେଲେ ନିଜର ଚାଳ ଘରଟି ଭାଙ୍ଗିରୁଜି ଯାଇଥିବା ବେଳେ ଏହାକୁ ମରାମତି କରିବାକୁ ଅର୍ଥର ଆବଶ୍ୟକ ରହିଛି। 

ଦିବ୍ୟାଙ୍ଗ ବାପାର ଚିକିତ୍ସା, ଭଉଣୀର ଗୋଟିଏ ଗୋଡ଼ ଅସ୍ତ୍ରୋପଚାର ସହିତ ନିଜର ଭଙ୍ଗା ଚାଳ ଘରକୁ ମରାମତି କରିବାକୁ ସରକାରଙ୍କ ପାଖରୁ ସହାୟତା ଲୋଡିଛନ୍ତି ଏହି ଛାତ୍ର ଜଣଙ୍କ। ବାପା ଶଯ୍ୟାଶାୟୀ ଏବଂ ନିଜର ଅବସ୍ଥାକୁ ନେଇ ଆଖିରୁ ଲୁହ ଗଡ଼ାଇବା ସହିତ ନିଜ ପରିବାର ଏବଂ ସାନ ଭାଇର ଭବିଷ୍ୟତ ପାଇଁ ସରକାରଙ୍କ ନିକଟରେ ସହାୟତା ଲୋଡିଛନ୍ତି ପାର୍ଥସାରଥୀଙ୍କ ଭଉଣୀ ତୃପ୍ତିମୟୀ। ଦିବ୍ୟାଙ୍ଗ ପରିବାର ବାପା ଏବଂ ଝିଅକୁ ସରକାରୀ ସହାୟତା  ମିଳୁଥିବା ବେଳେ ପାଠ ପଢ଼ୁଥିବା ଛାତ୍ର ପାର୍ଥସାରଥୀର ଉଚ୍ଚଶିକ୍ଷା ସହିତ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି।