Jagatsinghpur News: ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ, ୮ ଆହତ
Advertisement

Jagatsinghpur News: ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ, ୮ ଆହତ

Cracker blast at Maa Sarala temple​: ମା' ସାରଳାଙ୍କ ମନ୍ଦିରରେ ଅଘଟଣ । ଚନ୍ଦନ ଯାତ୍ରା ଚାଲିଥିବା ବେଳେ ବାଣ ଫୁଟି ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । 

ସୌ(ସୋସିଆଲ ମିଡିଆ)

Jagatsinghpur News: ଜଗତସିଂହପୁର ଜିଲ୍ଲା ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ମା' ସାରଳାଙ୍କ ମନ୍ଦିରରେ (Maa Sarala temple Jagatsinghpur) ଅଘଟଣ । ଚନ୍ଦନ ଯାତ୍ରା (Chandan jatra) ଚାଲିଥିବା ବେଳେ ବାଣ ଫୁଟି ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ ବେଳେ ମାଆ ଝଙ୍କଡ଼ ସାରଳାଙ୍କ ଚନ୍ଦନ ଯାତ୍ରା ଉପଲକ୍ଷେ ଚନ୍ଦନ ପୋଖରୀରେ କୋଡିଏ ଭେରା ଚାପ ଖେଳ ଚାଲିଥିବା ବେଳେ ପୋଖରୀର ଦକ୍ଷିଣ ପାର୍ଶ୍ୱରେ ବାଣ ଫୁଟି (Cracker blast) ୮ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମେ ଜଣଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିବାବେଳେ ଅନ୍ୟ ମାନଙ୍କୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ସହାୟତାରେ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଆହତ ମାନଙ୍କ ମଧ୍ୟରେ ବଡମ୍ବା ନରସିଂହପୁରର ୬୦ ବର୍ଷ ବୟସ୍କ ସୁଧାକର ମହାକୁଡ଼, ସ୍ଥାନୀୟ ସଲମପୁରର ୩୫ ବର୍ଷିୟା ଜ୍ୟୋସ୍ନାରାଣୀ ଦାସ, ଗିରିଧାରୀ ରାଉତ, ଅମ୍ଲାନ ଦାସ ( ୮), ପ୍ରୀତି ପ୍ରଜ୍ଞା ଦାସ( ୯), ଜଗତସିଂହପୁର ସାଦେଇପୁରର ୧୯ ବର୍ଷିୟ ରାକେଶ କୁମାର ପଣ୍ତା ଓ ଶାରଳା ମନ୍ଦିରର ଦୁଇ ପୋଲିସ କର୍ମଚାରୀ ଦୀପ୍ତି ରାୟ, ସ୍ମୃତି ରଞ୍ଜନ ମହାପାତ୍ର ବୋଲି ଜଣାପଡିଛି । ମା ' ସାରଳା ଠାକୁରାଣୀଙ୍କ ଚନ୍ଦନ ଯାତ୍ରାର ବିଶେଷ ମହିମା ଥିବାରୁ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଏହି ଚନ୍ଦନ ଯାତ୍ରା ଦେଖିବା ଲାଗି ସାରଳାଙ୍କ ପୀଠକୁ ଆସିଥାଆନ୍ତି ।

ନିକଟରେ ଗତ ଏପ୍ରିଲ ମାସରେ ରାଜଧାନୀ ଭୁବନେଶ୍ବର ଭିଏସଏସ ନଗରରେ ବାଣ ଫୁଟି ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ବାଲିପାଟଣା ଓ ଖୋର୍ଦ୍ଧା ଭୂଷଣ୍ତପୁର ଅଞ୍ଚଳରେ ବାଣ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ । ଦୋଳ ଯାତ୍ରା ଚାଲିଥିବାରୁ ସେ ସମୟରେ ଗାଁର ଏକ ସ୍ଥାନରେ ବାଣ ପ୍ରସ୍ତୁତି ଚାଲିଥିଲା । ଏହି ବାଣ ପ୍ରସ୍ତୁତିରେ ପ୍ରାୟ ୮ରୁ ଅଧିକ ଲୋକେ ସାମିଲ ହୋଇଥିଲେ । ଏହି ସମୟରେ ଅଚାନକ ବିସ୍ଫୋରଣ ଘଟିଥିଲା । ଫଳରେ ପ୍ରଚଣ୍ତ ଶଦ୍ଦରେ ଆଖପାଖ ଅଞ୍ଚଳ ଥରି ଉଠିଥିଲା । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ବିଧାୟକ ଜ୍ୟୋତିରେନ୍ଦ୍ର ନାଥ ମିତ୍ର ଖୋର୍ଦ୍ଧା ମେଡ଼ିକାଲରେ ପହଁଞ୍ଚି ଆହତଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।

ଏହା ବି ପଢନ୍ତୁ-Jharsuguda by-election 2023: ଆଜି ଝାରସୁଗୁଡ଼ା ନିର୍ବାଚନ ଭୋଟ ଗଣତି, କାହା ସପକ୍ଷରେ ଯିବ ଜନମତ?

ଏହା ବି ପଢନ୍ତୁ- Weather Update: ଆଗକୁ ଆହୁରୀ କଲବଲ କରିବ ତାତି, ସେପଟେ ଭୀଷଣ ରୂପ ନେଲା ବାତ୍ୟା “ମୋକା”