Koraput: ରାଜ୍ୟର ଆଉ ଜଣେ ଦାନ ମାଝି! ଓଡ଼ିଶା ନୁହେଁ ଆନ୍ଧ୍ର ପୋଲିସ ଦେଖାଇଲା ମାନବିକତା
Advertisement
Article Detail0/zeeodisha/odisha1564491

Koraput: ରାଜ୍ୟର ଆଉ ଜଣେ ଦାନ ମାଝି! ଓଡ଼ିଶା ନୁହେଁ ଆନ୍ଧ୍ର ପୋଲିସ ଦେଖାଇଲା ମାନବିକତା

Koraput: ଏବେ ବି ବଞ୍ଚିରହିଛି ମାନବିକତା। ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ମନ୍ତ୍ରୀ ନବ ଦାସଙ୍କୁ ପୋଲିସ ASI ଗୋପାଳ ଦାସ ଗୁଳି କରି ହତ୍ୟା କରିବା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ଏପରି ଅମାନୁଷିକ କାଣ୍ତ ପରେ ପୋଲିସ ପ୍ରଶାସନ ଉପରୁ ଲୋକଙ୍କ ଭରସା ତୁଟାଇବାକୁ ଲାଗିଥିବା ବେଳେ ଜଣେ ଗରିବ ଅସହାୟ ଏଡ଼େ ସମୁଲୁଙ୍କୁ ଅସମୟରେ ସହାୟତାର ହାତ ବଢାଇ ମାନବିକତାର ପରିଚୟ ଦେଇଛି ଆସିଛି ଆନ୍ଧ୍ର ପୋଲିସ । ଏପରି ଏକ ହୃଦୟସ୍ପର୍ଶୀ  ଘଟଣା ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲାର ସୀମାନ୍ତ ଆନ୍ଧ୍ର ଅଞ୍ଚଳରୁ।

Koraput: ରାଜ୍ୟର ଆଉ ଜଣେ ଦାନ ମାଝି! ଓଡ଼ିଶା ନୁହେଁ ଆନ୍ଧ୍ର ପୋଲିସ ଦେଖାଇଲା ମାନବିକତା

Andhra police Showed humanity: ଏବେ ବି ସମାଜରେ ବଞ୍ଚି ରହିଛି ମାନବିକତା । ଆଉ ଓଡ଼ିଶା ଲୋକଙ୍କ ପାଇଁ ଏହି ମାନବିକତା ଦେଖାଇଛି ଆନ୍ଧ୍ର ପୋଲିସ( Andhra Police) । ଦୀର୍ଘ ଦିନରୁ ଆନ୍ଧ୍ର ଓ ଓଡ଼ିଶା ମଧ୍ଯରେ କୋଟିଆ ଅଞ୍ଚଳକୁ ବିବାଦ ଲାଗି ରହିଛି। ଆଉ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଥିବା ଏହି ବିବାଦ ଆଜି କାଲିର ନୁହେଁ ଏହା ପ୍ରାୟ ୮୬ ବର୍ଷ ପୁରୁଣା ଅଟେ । ଏହି ଅଞ୍ଚଳକୁ ହାତେଇବା ନେଇ ଜୋରଦାର ପ୍ରୟାସ କରିଆସୁଛନ୍ତି ଆନ୍ଧ୍ର ସରକାର । ତେବେ ଏହି ବିବାଦ ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆନ୍ଧ୍ର ପୋଲିସ ସାବସି ଦେବେ ।

ଘଟଣାଟି କୋରାପୁଟ ଜିଲ୍ଲା ଆମ୍ଫାବେଲି ପଞ୍ଚାୟତ ଅନ୍ତର୍ଗତ ସୋରଡ଼ା ଗ୍ରାମ ଅଟେ । ଏହି ଗାଁର ଏଡ଼େ ସମୁଲୁଙ୍କ ସ୍ତ୍ରୀ ଏଡ଼େ ଗୁରୁ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ନିଜ ରୋଗୀଣା ସ୍ତ୍ରୀଙ୍କୁ ଚିକିତ୍ସା ଲାଗି ଏଡ଼େ ସମୁଲୁ ବିଶାଖାପାଟଣା( Visakhapatnam) ସଙ୍ଗିବାଳସା ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସା ପରେ ବି ଏଡ଼େ ଗୁରୁଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଘଟିନଥିଲା। ଅର୍ଥାଭାବ ଯୋଗୁଁ ଅଧିକ ଚିକିତ୍ସା ସମ୍ଭବ ହୋଇପାରିନଥିଲା। ନିଜ ଭାଗ୍ୟକୁ ଆଦରି ଏଡ଼େ ସମୁଲୁ ଗତ ବୁଧବାର ୨ ହଜାର ଟଙ୍କାର ଅଟୋ ଭଡା଼ କରି ସ୍ତ୍ରୀଙ୍କୁ ସାଙ୍ଗରେ ଧରି ଗାଁକୁ ଫେରିଆସୁଥିଲେ । ବିଜୟନଗର ଗ୍ରାମାଞ୍ଚଳ ପୋଲିସ ଥାନା ଅନ୍ତର୍ଗତ ମୁଦିଦାମ ଗାଁ ନିକଟରେ ଆଖି ବୁଜିଦେଇଥିଲେ ଏଡ଼େ ଗୁରୁ । ମହିଳାଙ୍କ ମୃତ୍ୟୁ ଅଟୋ ଚାଳକ ମର ଶରୀରକୁ ରାସ୍ତା କଡ଼ରେ ଓହ୍ଲାଇ ଚାଲି ଟଙ୍କା ନେଇ ଚାଲିଯାଇଥିଲା। କୌଣସି ଉପାୟ ନ ପାଇ ଏଡ଼େ ସମୁଲୁ ନିଜ ପତ୍ନୀର ମୃତଦେହକୁ କାନ୍ଧରେ ଧରି ଓଡି଼ଶା ଅଭିମୁଖେ ବାହାରିଥିଲେ। ଆଖ ପାଖ ଗାଁ ଲୋକେ ଏଡ଼େ ସମୁଲୁଙ୍କୁ ଦେଖି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ।

ଏନେଇ ବିଜୟନଗର ପୋଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ବିଜୟନଗର ପୋଲିସ ଏଏସଆଇ ଟି.ଭି ତିରୂପତିରାଓ ଓ କିରଣ କୁମାର ଏଡ଼େ ସମୁଲୁଙ୍କ ନିକଟରେ ପହଁଞ୍ଚିଥିଲେ । ସମସ୍ତ କାଗଜପତ୍ର ଯାଞ୍ଚ ପରେ ସେମାନେ ଆମ୍ବୁଲାନ୍ସ( Ambulance) ଡ଼କାଇ ୧୦ ହଜାର ଟଙ୍କା ଭଡ଼ା ସୂତ୍ରରେ ଦେଇଥିଲେ। ଆନ୍ଧ୍ର ପୋଲିସର ବଦାନ୍ୟତାରୁ ଆମ୍ବୁଲାନ୍ସ ସହାୟତାରେ ମୃତ ପତ୍ନୀଙ୍କ ମର ଶରୀରକୁ ନେଇ  ଗାଁକୁ ଫେରିଥିଲେ ଏଡ଼େ ସମୁଲୁ।  ତେବେ ଅସମୟରେ ସହାୟତା ଦେଖାଇ ଦେବଦୂତ ସାଜିଛି ଆନ୍ଧ୍ର ପୋଲିସ ।

Also Read- AIMPLB Affidavit: ମସଜିଦରେ ମହିଳାମାନଙ୍କ ନମାଜ ପଢ଼ିବାର ଦାବି, ମୁସଲିମ ପର୍ସନାଲ ଲ ବୋର୍ଡ଼ ସୁପ୍ରିମକୋର୍ଟଙ୍କୁ କହିଲେ ଏହି କଥା

Also Read-  Indian Parliament: ଆପଣ ଜାଣନ୍ତି କି ସଂସଦରେ ନାହିଁ 420 ନମ୍ବର ସିଟ୍? ଏହି ସିଟ୍ ନମ୍ବରକୁ ଦିଆଯାଇଛି ଅନ୍ୟ ଏକ ନମ୍ବର, ଏହା ରହିଛି କାରଣ