Advertisement
Photo Details/zeeodisha/odisha2568845
photoDetails0hindi

Dal lake ହେଲା ବରଫ, ଡିସେମ୍ୱର ଥଣ୍ଡା ଭାଙ୍ଗିଲା ୫ ଦଶନ୍ଧିର ରେକର୍ଡ

କାଶ୍ମୀରରେ ଭୀଷଣ ଥଣ୍ଡା ପଡିବା ସହିତ ଶ୍ରୀନଗରରେ ଗତ ପାଞ୍ଚ ଦଶନ୍ଧିର ରେକର୍ଡ ଭାଙ୍ଗିଛି ଥଣ୍ଡା । ଡିସେମ୍ବର ମାସରେ ସବୁଠାରୁ ଥଣ୍ଡା ରାତି ରେକର୍ଡ ହୋଇଛି । କାଶ୍ମୀର ଉପତ୍ୟକାରେ 40 ଦିନର ପ୍ରବଳ ଶୀତକୁ 'ଚିଲାଇ କାଲାନ୍' କୁହାଯାଏ ।

1/7

ଚିଲାଇ କାଲାନ ଆରମ୍ଭ ହେବା ପରେ ଉପତ୍ୟକାରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ । ତେବେ ଶୋପିଆନ୍‌ର ତାପମାତ୍ରା ମାଇନସ୍ 10.4 ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା । କାଶ୍ମୀରରେ ଅନନ୍ତନାଗ ସବୁଠାରୁ ଥଣ୍ଡା ଥିଲା । ସେଠାରେ ତାପମାତ୍ରା ମାଇନସ୍ 10.5 ଡିଗ୍ରୀ ସେଲସିୟସକୁ ଖସି ଆସିଥିବାବେଳେ ପୁଲୱାମାରେ ମାଇନସ୍ 10.3 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । କୁଲଗାମରେ ମାଇନସ୍ 6.8 ଡିଗ୍ରୀ ସେଲସିୟସର ତୁଳନାତ୍ମକ ମୃଦୁ ତାପମାତ୍ରା ରେକର୍ଡ ହୋଇଛି ।

2/7

ପହଲଗାମରେ ସର୍ବନିମ୍ନ ତାପମାତ୍ରା ମାଇନସ୍ 8.6 ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି । ଦକ୍ଷିଣ କାଶ୍ମୀରର କୋକର୍ନାଗରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ମାଇନସ୍ 5.8 ଡିଗ୍ରୀ ସେଲସିୟସ୍ ରହିଛି । ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଗୁଲମର୍ଗର ସର୍ବନିମ୍ନ ତାପମାତ୍ରା ମାଇନସ୍ 6.2 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, କାଶ୍ମୀର ଉପତ୍ୟକାରେ ସବୁଠାରୁ ଅଧିକ ଶୀତର ପ୍ରକୋପ ଦେଖିବାକୁ ମିଳୁଛି।

3/7

ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଚଳିତ ଶତାବ୍ଦୀର ଆରମ୍ଭରୁ ରେକର୍ଡ ଅନୁଯାୟୀ 24 ବର୍ଷର ସର୍ବନିମ୍ନ ତାପମାତ୍ରା ଡିସେମ୍ବର 28, 2018 ରେ ରେକର୍ଡ କରାଯାଇଥିଲା । ସେତେବେଳେ ମର୍କୁରରେ ତାପମାତ୍ରା ରହିଥିଲା -7.7 ଡିଗ୍ରୀ ସେଲସିୟସ । ସେ କହିଛନ୍ତି ଯେ, ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ଡିସେମ୍ବର 13, 1934 ରେ ଥିଲା ଯେତେବେଳେ ମର୍କୁର -12.8 ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା । 1974 ମସିହାରେ ତାପମାତ୍ରା 8.6 ଡିଗ୍ରୀ ହ୍ରାସ ପାଇଥିଲା। କାଜିଗୁଣ୍ଡରେ ସର୍ବନିମ୍ନ ତାପମାତ୍ରା ମାଇନସ୍ 8.2 ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଥିଲା । କିନ୍ତୁ ଗତକାଲି ରାତିରେ ଏହା ମାଇନସ୍ 7.6 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।

4/7

ତାପମାତ୍ରା ହ୍ରାସ ହେବା ସହିତ ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରଦର କିଛି ଅଂଶ ଏବଂ ଅନେକ ଜଳପ୍ରପାତ ଫ୍ରିଜ୍ ହେବା ଆରମ୍ଭ କରିଛି । ତେବେ ଏହି ଦୃଶ୍ୟ ପର୍ଯ୍ୟଟକଙ୍କ ପାଇଁ ଅତ୍ୟନ୍ତ ମନରୋମ ଥିଲା । ପ୍ରାୟ 1 ଇଞ୍ଚର ମୋଟା ବରଫର ସ୍ତର ଡାଲ ହ୍ରଦର ପ୍ରାୟ 40% ସ୍ଥାନରେ ଜମା ହୋଇଛି । କେବଳ ଡାଲ ହ୍ରଦ ନୁହେଁ, କାଶ୍ମୀର ଏବଂ ଲଦାଖର ପ୍ରାୟ ସମସ୍ତ ଜଳଭଣ୍ଡାର ଫ୍ରିଜ୍ ହୋଇଯାଇଛି।

5/7

ଡାଲ ହ୍ରଦକୁ ଆସିଥିବା ଜଣେ ପର୍ଯ୍ୟଟକ ଅର୍ଶୀ କୁମାରୀ କହିଛନ୍ତି ଯେ, 'ମୁଁ ପ୍ରଥମ ଥର ହ୍ରଦରେ ଫ୍ରିଜ୍ ପାଣି ଦେଖୁଛି। ମୁଁ ବରଫ ଦେଖିଛି, କିନ୍ତୁ ଏମିତି ବରଫ କେବେ ଦେଖିନଥିଲି । ଯଦିଓ, ଏଠାରେ ବହୁତ ଥଣ୍ଡା, କିନ୍ତୁ ତଥାପି ଏହି ହ୍ରଦରେ ବୁଲିବାକୁ ଭଲ ଲାଗୁଛି ।

6/7

କାଶ୍ମୀର ଉପତ୍ୟକାର ଲୋକମାନେ ଆହୁରି ଅଧିକ ଥଣ୍ଡା ପାଇଁ ପ୍ରସ୍ତୁତ ହେଉଛନ୍ତି, କାରଣ ଆଗକୁ ପରିସ୍ଥିତି ଅଧିକ ଜଟିଳ ହୋଇପାରେ । ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସକାଳେ ୱାଟର ଟ୍ୟାପ୍ ମଧ୍ୟ ବରଫ ଜମା ହୋଇ ବନ୍ଦ ହୋଇଯାଉଛି । କାଶ୍ମୀରରେ ବିଦ୍ୟୁତ୍ ଯୋଗାଣରେ ବହୁତ କଟକଣା ଲାଗିଛି । ଅନେକ ସମୟରେ ବିଦ୍ୟୁତ କାଟ କାରଣରୁ ଜୀବନ ଆହୁରି କଷ୍ଟକର ହୋଇପଡିଛି। 

7/7

ବୋଟମ୍ୟାନ ମହମ୍ମଦ ଅଜିଜଙ୍କ କହିବାନୁଯାୟୀ, ପର୍ଯ୍ୟଟକମାନେ ବରଫକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛୁ । ଡାଲ ହ୍ରଦରେ ଡଙ୍ଗାକୁ ହ୍ରଦ କୂଳକୁ ନେବା ମଧ୍ୟ ବହୁତ କଷ୍ଟକର ହୋଇପଡୁଛି । ଅନେକ ସମୟରେ ଡଙ୍ଗା ନଷ୍ଟ ମଧ୍ୟ ହୋଇଯାଏ।