Top 10 News Headlines: ଶନିବାର ଦିନ ପଟ୍ଟାମୁଣ୍ଡାଇରେ ଏକ ଘରୋଇ ବସ୍ କେନାଲକୁ ଖସିପଡ଼ିଛି। ଖବର ଅନୁସାରେ ଏହି ଦୁର୍ଘଟଣା ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 21 December 2024: H1. ଶନିବାର ଦିନ ପଟ୍ଟାମୁଣ୍ଡାଇରେ ଏକ ଘରୋଇ ବସ୍ କେନାଲକୁ ଖସିପଡ଼ିଛି। ଖବର ଅନୁସାରେ ଏହି ଦୁର୍ଘଟଣା ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। କଟକରୁ ଜମ୍ବୁ ଯାଉଥିବା ବେଳେ ବଡ଼ପଡ଼ା ନିକଟରେ ଭାରସାମ୍ୟ ହରାଇ ଏହି ବସ୍ କେନାଲକୁ ଖସିପଡ଼ିଥିଲା। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।
H2. Govt To Release 4th Phase Of Subhadra Money In January: ନୂଆ ବର୍ଷରେ ମିଳିବ 'ସୁଭଦ୍ରା ଯୋଜନା' ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା। ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଟ୍ରାନ୍ସଫର କରାଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଭେରିଫିକେସନ୍ ପ୍ରକ୍ରିୟା ୩୦ ଡିସେମ୍ବର ୨୦୨୪ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି ଓ ଜାନୁଆରୀରେ ସୁଭଦ୍ରା ଯୋଜନା ଟଙ୍କା ଦିଆଯିବ।
H3. odisha weather update: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବର୍ତ୍ତମାନ ସକ୍ରିୟ ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ଅନୁସାରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଲାଗି ରହିବ । ବିଶେଷ କରି ରାଜ୍ୟର ଉପକୂଳ ଅଞ୍ଚଳ ଜିଲ୍ଲା ଗୁଡ଼ିକରେ ବର୍ଷାର ପରିମାଣ ଅଧିକ ରହିପାରେ।
H4. Madan B Lokur appointed UN IJC: ମିଳିତ ଜାତିସଂଘର ଆଭ୍ୟନ୍ତରୀଣ ନ୍ୟାୟ ପରିଷଦର ଅଧ୍ୟକ୍ଷ ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ବି ଲୋକୁରଙ୍କୁ ନିଯୁକ୍ତି ଦିଆଯାଇଛି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଜଷ୍ଟିସ୍ ଲୋକୁରଙ୍କୁ ଏକ ଚିଠି ପଠାଇ ଏ ବିଷୟରେ ସୂଚନା ଦେଇଛନ୍ତି। ଚିଠିରେ କୁହାଯାଇଛି ଯେ ଜଷ୍ଟିସ ଲୋକୁରଙ୍କ କାର୍ଯ୍ୟକାଳ ୧୨ ନଭେମ୍ବର ୨୦୨୮ ପର୍ଯ୍ୟନ୍ତ ଚାଲିବ।
H5. PM Modi Kuwait Visit: ଦୁଇ ଦିନିଆ ସରକାରୀ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କୁଏତରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଗଲ୍ଫ ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। କୁଏତରେ ପହଞ୍ଚିବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରବାସି ଭାରତୀୟଙ୍କୁ ଭେଟିଥିଲେ।
H6. Mohali Building Collapse: ପଞ୍ଜାବର ମୋହାଲିରୁ ଏକ ବଡ ଖବର ଆସୁଛି। ଏଠାରେ ଏକ ତିନି ମହଲା କୋଠା ଭୁଶୁଡି ପଡିଥିବା କୁହାଯାଉଛି। ବର୍ତ୍ତମାନ ୧୫ ଜଣ ଫସି ରହିଥିବାର ସୂଚନା ରହିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଯେତେବେଳେ କୋଠାଟି ଭୁଶୁଡି ପଡିଲା ସେତେବେଳେ ତଳ ମହଲାରେ ଏକ ଜିମ୍ ଚାଲୁଥିଲା ।
H7. Robin Uthappa Arrest Warrant: ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର ରବିନ୍ ଉଥାପ୍ପାଙ୍କ ସମସ୍ୟା ବଢ଼ିଯାଇଛି। ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଛି। ଏହି ଖବର ଆସିବା ପରେ କ୍ରିକେଟ୍ ଦୁନିଆରେ ବହୁତ ହଇଚଇ ସୃଷ୍ଟି ହୋଇଛି। ଉଥାପ୍ପା ଏକଦା ଟିମ୍ ଇଣ୍ଡିଆର ପ୍ରମୁଖ ଖେଳାଳି ଥିଲେ।
H8. Champions Trophy tentative schedule: ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ୧୯ ଫେବ୍ରୁଆରୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇପାରିବ। ଦ୍ୱିତୀୟ ମ୍ୟାଚ୍ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇପାରେ।
H9. Major road accident in Brazil: ଶନିବାର ଦିନ ବ୍ରାଜିଲରେ ଏକ ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ମିନାସ୍ ଜେରାଇସ୍ ରାଜ୍ୟର ଏକ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଖବର ଅନୁସାରେ ଅନେକ ଲୋକ ଆହତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
H10. 9/11 Like Attack Takes Place In Russia: ରୁଷର କାଜାନ ସହରରେ ଅତି କମରେ ୬ଟି ବିଲ୍ଡିଂରୁ ଡ୍ରୋନ୍ ଆକ୍ରମଣ ହୋଇଛି। ଖବର ଅନୁଯାୟୀ ଡ୍ରୋନ୍ ଗୁଡିକ ଏହି ବଡ଼ ବଡ଼ ଅଟ୍ଟାଳିକାରେ ଯାଇ ଧକ୍କା ହୋଇଥିଲା ଏବଂ ପରେ ପ୍ରଚଣ୍ଡ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ଏହି ଆକ୍ରମଣକୁ ୯/୧୧ ପରି ଆକ୍ରମଣ ବୋଲି ମଧ୍ୟ ବର୍ଣ୍ଣନା କରାଯାଉଛି। ତେବେ ଏପର୍ଯ୍ୟନ୍ତ ଋଷରେ ହୋଇଥିବା ଆକ୍ରମଣରେ କୌଣସି ହତାହତର ଖବର ଆସିନାହିଁ।