Shraddha Murder Case: ଶ୍ରଦ୍ଧାଙ୍କୁ ଅଫତାବ ହତ୍ୟା କରିବାର ମାସେ ପରେ ମିଳିଥିଲା ମୁଣ୍ଡ ଓ ହାତ
Advertisement

Shraddha Murder Case: ଶ୍ରଦ୍ଧାଙ୍କୁ ଅଫତାବ ହତ୍ୟା କରିବାର ମାସେ ପରେ ମିଳିଥିଲା ମୁଣ୍ଡ ଓ ହାତ

Shraddha Murder Case: ପ୍ରେମିକାକୁ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିବା ଏହି ଜହ୍ଲାଦ ର କାହାଣୀ ଦିନକୁ ଦିନ ଭିନ୍ନ ଭାବେ ମୋଡ ନେଉଛି । ତେବେ ଏହାରି ମଧ୍ୟରେ ପୋଲିସ ହାତରେ ୫ ଟି ବଡ ପ୍ରମାଣ ମିଳିଛି ଯାହାକୁ ନେଇ ବେଶ ଚର୍ଚ୍ଚା ଲାଗିରହିଛି। 

Shraddha Murder Case: ଶ୍ରଦ୍ଧାଙ୍କୁ ଅଫତାବ ହତ୍ୟା କରିବାର ମାସେ ପରେ ମିଳିଥିଲା ମୁଣ୍ଡ ଓ ହାତ

Shraddha Murder Case, ନୂଆଦିଲ୍ଲୀ: ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିବାରେ ଲାଗିଛି। ଶ୍ରଦ୍ଧା ୱାକର ଜୀବିତ ଅଛନ୍ତି ନା ମୃତ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ହତ୍ୟା ଅଭିଯୁକ୍ତ ଆଫତାବ ପୁନାୱାଲା, ଦିଲ୍ଲୀ ପୋଲିସକୁ ଭୁଆଁ ବୁଲାଉଛି। ସେ ପୋଲିସ ଆଗରେ ବାରମ୍ବାର ବୟାନ ବଦଳାଉଥିବା ପୋଲିସ ସୂତ୍ରରୁ ଜଣା ପଡିଛି। ଅଭିଯୁକ୍ତ କହିଛି ଯେ, ମେ ୧୮ ତାରିଖରେ ସେ, ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା। ତେବେ ସେହି ହତ୍ୟାକାଣ୍ଡର ମାସେ ପରେ ପୂର୍ବ ଦିଲ୍ଲୀରେ ଗୋଟିଏ ଗଳିତ ମୁଣ୍ଡ ଓ ହାତ ଠାବ କରାଯାଇଥିଲା।

ଦିଲ୍ଲୀ ପୋଲିସକୁ ହରଡଘଣାରେ ପକାଇଛି ଶ୍ରଦ୍ଧା ହତ୍ୟା ମାମଲା। ଏହି ମାମଲାରେ ଅଭିଯୁକ୍ତ ଗିରଫ ହୋଇଛି। ଗତ ୬ ଦିନ ହେବ ହତ୍ୟା ଅଭିଯୁକ୍ତ ଅଫତାବ ପୁନାୱାଲା ପୋଲିସ ରିମାଣ୍ଡରେ ଅଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଭଳି କୌଣସି ଠୋସ୍ ପ୍ରମାଣ ମିଳିନାହିଁ, ଯାହା ଶ୍ରଦ୍ଧାଙ୍କ ମୃତ୍ୟୁକୁ ସ୍ପଷ୍ଟ କରିବ ବା ଅଫତାବକୁ ଦୋଷୀ ସାବ୍ୟସ୍ତ କରିବ। ରିମାଣ୍ଡରେ ଥିବା ଅଫତାବକୁ ଧରି ଦକ୍ଷିଣ ଦିଲ୍ଲୀ ପୋଲିସ ଜଙ୍ଗଲ ଜଙ୍ଗଲ ବୁଲୁଛି। ସୂତ୍ରାନୁସାରେ, ମେହେରୌଲି ଜଙ୍ଗଲରୁ ପୋଲିସ କଛି ମଣିଷ ହାଡ ପାଇଛି। କିନ୍ତୁ ତାହା ଶ୍ରଦ୍ଧାଙ୍କର ନା ଆଉ କାହାର ତାହା ଜଣା ପଡିନାହିଁ। କିନ୍ତୁ ଡିଏନଏ ପରୀକ୍ଷା ପାଇଁ ଶ୍ରଦ୍ଧାଙ୍କ ବାପା ଓ ଭାଇଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିବା ସୂଚନା ମିଳିଛି।

Also Read: Shraddha Murder Case: ଶ୍ରଦ୍ଧା ହତ୍ୟା ମାମଲାରେ ମିଳିଲା ଆଉ ୫ଟି ବଡ଼ ପ୍ରମାଣ, ମୁଣ୍ଡରେ ହାତ ଦେଲାଣି ପୋଲିସ

ଅନ୍ୟପଟେ ଶ୍ରଦ୍ଧାଙ୍କୁ ହତ୍ୟା କରାଯିବାର ମାସେ ପରେ ପୂର୍ବ ଦିଲ୍ଲୀର ପାଣ୍ଡବନଗର ଅଞ୍ଚଳରୁ ଗୋଟିଏ ଗଳିତ ମଣିଷ ମୁଣ୍ଡ, ହାତ ଓ ଗୋଡ ଜବତ କରାଯାଇଥିଲା। ମଣିଷ ଶରୀରର ଏହି ଖଣ୍ଡ ଗୁଡିକ ଗୋଟିଏ ସ୍ଥାନରେ ମିଳିନଥିଲା। ମୁଣ୍ଡର ଅବସ୍ଥା ଅତ୍ୟାଧିକ ଖରାପ ହୋଇଯାଇଥିବାରୁ ତାହାକୁ ଚିହ୍ନିବା ଅସମ୍ଭବ ଥିଲା। ବର୍ତ୍ତମାନ ସୁଦ୍ଧା ପାଣ୍ଡବ ନଗରରେ ମିଳିଥିବା କଟାମୁଣ୍ଡ କାହାର ତାହା ଜଣାପଡିନାହିଁ। କିନ୍ତୁ ତାହା ଶ୍ରଦ୍ଧାଙ୍କର ହୋଇପାରେ ବୋଲି ଆଶଙ୍କା କରାଯାଉଛି। କାରଣ ପ୍ରଥମ ତଦନ୍ତରୁ ଏହି ଶରୀରର ଖଣ୍ଡ ଗୁଡିକୁ ଫ୍ରିଜରେ ରଖାଯିବା ପରେ ଫିଙ୍ଗା ଯାଇଥିବା ଭଳି ଜଣାପଡୁଥିଲା। ଏହେ ଏହି କଟାମୁଣ୍ଡର ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ, ତଦନ୍ତର ଦିଗ ବଦଳିପାରେ।

ଅଭିଯୁକ୍ତ ଅଫତାବ ପୁନାୱାଲାର କହିବାନୁସାରେ, ସେ ଗତ ମେ ୧୮ ତାରିଖରେ ଶ୍ରଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରି ତାଙ୍କୁ ଧାରୁଆ ଅସ୍ତ୍ରରେ ୩୫ ଖଣ୍ଡ କରି କାଟି ଫ୍ରିଜରେ ରଖିଥିଲା। ଯହାକୁ ପରେ ପଲିଥିନରେ ଭର୍ତ୍ତିକରି ମେହେରୌଲି ଜଙ୍ଗଲରେ ଫିଙ୍ଗିଥିଲା। ପୋଲିସ, ପ୍ରମାଣ ଖୋଜିବାପାଇଁ ଅଭିଯୁକ୍ତ ଅଫତାବକୁ ଧରି ଜଙ୍ଗଲ ଜଙ୍ଗଲ ବୁଲୁଛି। ମେହେରୌଲି ଜଙ୍ଗଲରେ କିଛି ମଣିଷ ହାଡ ମିଳିଥିବା ସୂତ୍ରରୁ ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଶ୍ରଦ୍ଧାଙ୍କ ପୋଷାକ, ମୋବାଇଲ, ରକ୍ତ ଦାଗ କି କଟାମୁଣ୍ଡ ମିଳିନାହିଁ। ନିକଟରେ ପୋଲିସର ତଦନ୍ତରେ ଅବହେଳା ପାଇଁ ଦିଲ୍ଲୀର ଚ୍ଛାୱଲା ଦୁଷ୍କର୍ମ ଓ ହତ୍ୟା ମାମଲାର ତିନି ଦୋଷୀ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି। ତେବେ ଏଭିଳି ପୁଣି ଥରେ ନ ଘଟୁ ସେଥିପାଇଁ ପୋଲିସ ସତର୍କତାର ସହ ତଦନ୍ତ ଚଳାଇଛି।