Labour rescue: ବାରଣାସୀରୁ ଉଦ୍ଧାର ହେଲେ ରାୟଗଡ଼ାର ୨୧ ଦାଦନ
Advertisement

Labour rescue: ବାରଣାସୀରୁ ଉଦ୍ଧାର ହେଲେ ରାୟଗଡ଼ାର ୨୧ ଦାଦନ

Labour rescue: ପୁଣି ସାମ୍ନାକୁ ଆସିଛି ଦାଦନ ଶ୍ରମିକଙ୍କ (Migrant Worker) କରୁଣ କାହାଣୀ । ପରିବାର ମୁହଁରେ ଦାନା ମୁଠାଏ ଦେବା ପାଇଁ ଭିଟା ମାଟି ଛାଡି ରାଜ୍ୟ ବାହାରକୁ ଯାଇଥାଆନ୍ତି ଅନେକ। ବିଭିନ୍ନ ସମୟରେ ସାମ୍ନାକୁ ଆସିଥାଏ ନିର୍ଯାତନାର (Tourture) କାହାଣୀ। ବାହାର ରାଜ୍ୟରେ ଏହି ଦାଦନଙ୍କୁ ଦିଆଯାଉଥିବା ନିର୍ଯାତନାର ଲିଷ୍ଟ ବେଶ ଲମ୍ବା।

ସୌ(ସୋସିଆଲ ମିଡିଆ)

Labour rescue: ପୁଣି ସାମ୍ନାକୁ ଆସିଛି ଦାଦନ ଶ୍ରମିକଙ୍କ (Migrant Worker) କରୁଣ କାହାଣୀ । ପରିବାର ମୁହଁରେ ଦାନା ମୁଠାଏ ଦେବା ପାଇଁ ଭିଟା ମାଟି ଛାଡି ରାଜ୍ୟ ବାହାରକୁ ଯାଇଥାଆନ୍ତି ଅନେକ। ବିଭିନ୍ନ ସମୟରେ ସାମ୍ନାକୁ ଆସିଥାଏ ନିର୍ଯାତନାର (Tourture) କାହାଣୀ। ବାହାର ରାଜ୍ୟରେ ଏହି ଦାଦନଙ୍କୁ ଦିଆଯାଉଥିବା ନିର୍ଯାତନାର ଲିଷ୍ଟ ବେଶ ଲମ୍ବା। ନିର୍ଯାତନାର ଅତ୍ୟାଚାର ସହି ନପାରି ସମୟେ ସମୟେ ଜୀବନ ମଧ୍ୟ ହାରିଥାନ୍ତି। ଏହି କ୍ରମରେ ଉତ୍ତରପ୍ରଦେଶର (Uttar Pradesh) ପଣ୍ଡିତ ଦିନ ଦୟାଲୁ ଉପାଧ୍ୟାୟ ରେଳ ଷ୍ଟେସନରୁ (Pandit Deendayal Upadhyay Railway Station) କିଛି ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ।

ମିଳିଥିବା ସୂଚନା ଅନୁଯାୟୀ,  ଗତ ବୁଧବାର ଦିନ ଉତ୍ତର ପ୍ରଦେଶର ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଷ୍ଟେସନରୁ ୨୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରୁ ୧୧ ଜଣ ନାବାଳକ ଥିବା ଜଣାପଡ଼ିଛି। ଏମାନଙ୍କ ଘର ରାୟଗଡ଼ା ଜିଲ୍ଲାରେ ବୋଲି ସୂଚନା ମିଳିଛି । ଉତ୍ତର ପ୍ରଦେଶର ଏକ ଘରୋଇ କମ୍ପାନୀରେ କାମ କରିବା ଲାଗି ଏମାନଙ୍କୁ ବାରଣାସୀକୁ ନିଆଯାଇଥିଲା । ସେଠାରେ ତାଙ୍କୁ ମାସିକ ୧୨୦୦ ଟଙ୍କା ଦିଆଯିବା ନେଇ କୁହାଯାଇଥିବା ବେଳେ ସେଠାରେ ତାଙ୍କୁ ଖୁବ କମ୍ ମଜୁରୀ ଦିଆଯାଉଥିଲା। ଖାଲି ଏତିକି ନୁହେଁ ଘରକୁ ଯିବା କଥା କହିଲେ ସେମାନଙ୍କୁ ଧମାଇବା ସହ ନିର୍ଯାତନା ମଧ୍ୟ ଦିଆଯାଉଥିଲା ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ଅକଥନୀୟ ନିର୍ଯାତନା ସହିନପାରି ଦାଦନ ଶ୍ରମିକମାନେ ଫେରାର ହେବା ଲାଗି ଚେଷ୍ଟା କରୁଥିଲେ। ସୁଯୋଗ ଦେଖି ସେମାନେ ଫେରାର ହେବାର ସଫଳ ହୋଇଥିଲେ। ସମସ୍ତ ଦାଦନ ଶ୍ରମିକଙ୍କ ଦିନ୍ ଦୟାଲୁ ଉପାଧ୍ୟାୟ ଷ୍ଟେସନକୁ ଚାଲି ଆସିଥିଲେ। ଏହି ସମୟରେ ପାଟ୍ରୋଲିଂ ଦାୟିତ୍ୱରେ ଥିବା ଆରପିଏଫ ଅଧିକାରୀମାନେ ସେମାନଙ୍କୁ ଭୟଭୀତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ପଚାରିବାରୁ ନିଜ ଉପରେ ହୋଇଥିବା ଅକଥନୀୟ ନିର୍ଯାତନାର କାହାଣୀ ବଖାଣୀ ଥିଲେ ଏହି ଦାଦନ ଶ୍ରମିକ ।

Also Read- Swiggy Order: ସ୍ୱିଗିରୁ ସାନିଟାରୀ ପ୍ୟାଡ଼ ଅର୍ଡ଼ର କଲେ ମହିଳା, ବକ୍ସରେ ଆସିଲା କିଛି ଏମିତି ଜିନିଷ

Also Read- Netflix New Rule: ନେଟଫ୍ଲିକ୍ସ ଆଣୁଛି ବଡ଼ ପରିବର୍ତ୍ତନ, ପାସୱାର୍ଡ ସେୟାର କଲେ ଦେବାକୁ ହେବ ଏତିକି ଟଙ୍କା

ପରେ ଅଧିକାରୀମାନେ ସମସ୍ତଙ୍କୁ ଉଦ୍ଧାର କରିବା ପରେ ଏ ସପଂର୍କରେ ପୋଲିସ ଓ 'ବଚପନ ବଚାଓ ଆନ୍ଦୋଳନ' ସଂଗଠନକୁ ଏନେଇ ସୂଚନା ଦେଇଥିଲେ। ଏନେଇ ପୋଲିସ ଅଧିକାରୀ ଏସପି ହରିନାରାୟଣ ରାମ କହିଥିଲେ କି ପାଟ୍ରୋଲିଂ ସମୟରେ ଭୟଭୀତ ଅବସ୍ଥାରେ ଏମାନଙ୍କୁ ଉଦ୍ଧାର କରିଥିଲୁ। ଏମାନେ ବାରଣାସୀର ଏକ କାରଖାନାରେ କାମ କରୁଥିଲେ। ସେଠାରେ ତାଙ୍କୁ ମଜୁରୀ ଦିଆଯାଉନଥିବା ନେଇ ଶ୍ରମିକମାନେ ଅଭିଯୋଗ କରିଥିଲେ ବୋଲି ସେ କହିଥିଲେ। ସ୍ଥାନୀୟ ପୋଲିସ ବିନା ମଜୁରୀରେ କାମ କରୁଥି୍ବା ଏହି କାରଖାନା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ଉଦ୍ଧାର ସମସ୍ତ ଦାଦନ ଶ୍ରମିକଙ୍କୁ ତାଙ୍କ ଘରକୁ ପଠାଇବାକୁ ବ୍ଯବସ୍ଥା କରାଯାଇଛି।