Ranchi: ମାଆଙ୍କ ସହ ମିଶି ଏହି କାମ କରୁଥଲେ ମଡେଲ, ଟାର୍ଗେଟରେ ଥିଲେ କଲେଜ ଛାତ୍ର
Advertisement

Ranchi: ମାଆଙ୍କ ସହ ମିଶି ଏହି କାମ କରୁଥଲେ ମଡେଲ, ଟାର୍ଗେଟରେ ଥିଲେ କଲେଜ ଛାତ୍ର

Jharkhand Police Arrested Model: ନିଶା କାରବାର ଅଭିଯୋଗ ରାଜଧାନୀ ରାଞ୍ଚିରୁ ଜଣେ ମଡେଲଙ୍କୁ ଗିରଫ କରିଛି ଝାଡଖଣ୍ଡ ପୋଲିସ।  

Ranchi: ମାଆଙ୍କ ସହ ମିଶି ଏହି କାମ କରୁଥଲେ ମଡେଲ, ଟାର୍ଗେଟରେ ଥିଲେ କଲେଜ ଛାତ୍ର

Ranchi Model Arrested: ବ୍ରାଉନ ସୁଗାର ଏବଂ ଡ୍ରଗ୍ସ କାରବାର ମାମଲାରେ ଜଣେ ମଡେଲଙ୍କୁ ଗିରଫ କରିଛି ଝାଡଖଣ୍ଡ ପୋଲିସ। ମଡେଲ ଜଣଙ୍କ ରାଜଧାନୀ ରାଞ୍ଚି ସମେତ ଆଖପାଖ ଅଞ୍ଚଳରେ ଏହି କାରବାର ଚଳାଇଥିଲେ। ସେ ଏହି ନିଶା କାରବାରର କିଙ୍ଗପିନ ବୋଲି ଜାଣିବାକୁ ପାଇଛି ପୋଲିସ। ନିଶା ବେପାର ଘଟଣାରେ ପୋଲିସ ଜ୍ୟୋତି ଶର୍ମା ନାମକ ଜଣେ ମଡେଲଙ୍କ ତାଙ୍କ ମାଆ ମୁନି ଦେବୀଙ୍କ ସମେତ ଅନ୍ୟ ୫ ଜଣଙ୍କୁ ଗିରଫ କରିଛି।  ଜ୍ୟୋତିଙ୍କୁ ଗତ ବର୍ଷ ନଭେମ୍ବରରେ ବ୍ରାଉନ ସୁଗାର ସହିତ ଗିରଫ କରାସାରିଛି ପୋଲିସ। 

ଜାମିନରେ ଜେଲରୁ ବାହାରିବା ପରେ ମଡେଲ ଜ୍ୟୋତି ଶର୍ମା ପୁଣି ଥରେ ନିଶା କାରବାରକୁ ବିସ୍ତାର କରିଥିଲେ। ପୋଲିସ ମଡେଲ ଏବଂ ତାଙ୍କ ମାଆଙ୍କ ବ୍ୟତୀତ ଅନ୍ୟ ୫ ଜଣଙ୍କୁ ଗିରଫ କରିଛି। ପୋଲିସ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ଅର୍ଜୁନ ଶର୍ମା, ବଳରାମ ଶର୍ମା ଏବଂ ରାହୁଲ ଶର୍ମା। ସେମାନଙ୍କୁ ରାଜଧାନୀ ରାଞ୍ଚିସ୍ଥିତ ସୁଖଦେବ ନଗର ଏବଂ ପଣ୍ଡରା ଅଞ୍ଚଳରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ପାଖରୁ ୩୬ ଗ୍ରାମ ବ୍ରାଉନ୍ ସୁଗାର, ନଗଦ ୨ ଲକ୍ଷ ୯୦ ହଜାର ଟଙ୍କା ସମେତ କିଛି ମୋବାଇଲ୍ ଫୋନ୍ ଜବତ କରିଛି।

ମଡେଲ ଜ୍ୟୋତି ଶର୍ମା ଏବଂ ତାଙ୍କ ଗ୍ୟାଙ୍ଗ କିପରି ନିଶା କାରାବାର ନେଟୱାର୍କ ଚଳାଉଥିଲା ତାହା ଜେରା ବେଳେ ଜାଣିବାକୁ ପାଇଛି ପୋଲିସ। ତାଙ୍କ ଗ୍ୟାଙ୍ଗ ବ୍ରାଉନ ସୁଗାର କାରବାର ନେଟୱାର୍କ ଚଳାଇବା ପାଇଁ ଅନଲାଇନ୍ ପଦ୍ଧତି ବ୍ୟବହାର କରୁଥିଲା। ନିଶା କାରବାରରେ ଆହୁରି ଅନେକ ଲୋକ ଜଡିତ ଅଛନ୍ତି। ଯେଉଁମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଡାଉ କରୁଛି।

ପୋଲିସ ଅନୁସନ୍ଧାନ ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ବିହାରର ସାସରାମ ସମେତ ଏବଂ ଓଡ଼ିଶାର କେତେକ ସହରରେ ବ୍ରାଉନ ସୁଗାର ରାଞ୍ଚିରେ ପହଞ୍ଚିଛି। ଜ୍ୟୋତି ଏବଂ ତାଙ୍କ ଗ୍ୟାଙ୍ଗ କଲେଜ ଛାତ୍ରଙ୍କୁ ପ୍ରଲୋଭିତ କରି ସେମାନଙ୍କୁ ବ୍ରାଉନ ସୁଗାର ନିଶା ଦେଇଥାଏ। ଏହା ପରେ ସେମାନଙ୍କୁ ଅଧିକ ମୂଲ୍ୟରେ ଯୋଗାଇଥାଏ। ଜ୍ୟୋତିଙ୍କ ମୋବାଇଲରେ ଏପରି ଅନେକ କଣ୍ଟାକ୍ଟ ଦେଖିବାକୁ ମିଳିଥିଲା, ଯାହାଙ୍କୁ ସେ ଡ୍ରଗ୍ସ ଯୋଗାଉଥିଲେ। ଜ୍ୟୋତି ରାଞ୍ଚିର ବିଦ୍ୟାନଗର କଲୋନୀସ୍ଥିତ ସ୍ୱର୍ଣ୍ଣରେଖା ଅଞ୍ଚଳର ବାସିନ୍ଦା।

ରାଞ୍ଚି ଏବଂ ଦିଲ୍ଲୀ ସମେତ ଅନେକ ସହରରେ ମଡେଲିଂ କରିବା ସମୟରେ ଜ୍ୟୋତି ସମ୍ପର୍କ ବ୍ରାଉନ୍ ସୁଗାର ଯୋଗାଣକାରୀଙ୍କ ସହ ହୋଇଥିଲା। ଏହା ପରେ ନିଶା ବ୍ୟବସାୟରେ ତୁରନ୍ତ ଅଧିକ ଲାଭ ପାଇବା ଲୋଭରେ ସେ ନିଜର ଗ୍ୟାଙ୍ଗ ପ୍ରସ୍ତୁତ କରିଥିଲେ। ତାଙ୍କ ମାଆ ମଧ୍ୟ ଏହି ବ୍ୟବସାୟରେ ସାମିଲ ହୋଇଥିଲେ। ଗତ ନଭେମ୍ବରରେ ଜେଲ ଯିବା ପରେ ସେ ଏପରି ଅନେକ ଲୋକଙ୍କ ସହ ବନ୍ଧୁତା ମଧ୍ୟ କରିଥିଲେ ଯେଉଁମାନେ ଏହି ବ୍ୟବସାୟରେ ତାଙ୍କର ଅଂଶୀଦାର ହୋଇଥିଲେ। ଜେଲରୁ ମୁକୁଳିବାର କିଛି ଦିନ ପରେ ସେ ପୁଣି ନିଶା ବ୍ୟବସାୟକୁ ବିସ୍ତାର କରିଥିଲେ।

ଗତ ବର୍ଷ ନଭେମ୍ବରରେ ମଡେଲ ଜ୍ୟୋତି ଶର୍ମାଙ୍କୁ ଗିରଫ କରିଥିଲା ଝାଡଖଣ୍ଡ ପୋଲିସ।   ତାଙ୍କର ଗିରଫଦାରୀ ସୂତ୍ର ଆଧାରରେ ପୋଲିସ ରାଜ୍ୟର ଅନେକ ସ୍ଥାନରେ ଚଢାଉ କରିଥିଲା। ଏହା ପରେ ରାଞ୍ଚିରେ ଗାନ୍ଧୀ ନାମକ ଜଣେ ଯୁବକ ଏବଂ ପାଲାମୁରେ ରିଜୱାନ ନାମକ ଜଣେ ମହିଳାଙ୍କୁ ଗିରଫ କରିଥିଲା ପୋଲିସ। ସେ ପୋଲିସକୁ କହିଛନ୍ତି ଯେ ରାଞ୍ଚି, ଧନବାଦ୍, ବୋକାରୋ ଏବଂ ପାଲାମୁ ଅଞ୍ଚଳରୁ ବହୁ ମହିଳା ଏହି ବ୍ୟବସାୟରେ ଜଡିତ ଅଛନ୍ତି।