Brown Sugar Seized: ଦିନ-ଦ୍ୱି ପ୍ରହରରେ ଖୁଲମଖୁଲା ନିଶା ବେପାର କରୁଛନ୍ତି ମହିଳା
Advertisement

Brown Sugar Seized: ଦିନ-ଦ୍ୱି ପ୍ରହରରେ ଖୁଲମଖୁଲା ନିଶା ବେପାର କରୁଛନ୍ତି ମହିଳା

Brown Sugar Seized From Puri: ନିଶା କାରବାରରେ ଏବେ ମହିଳା ମାନେ ବି ଲିପ୍ତ ହେଲେଣି । ପୋଲିସକୁ ଭୟ ନକରି ଏପରି କାରନାମାରେ ମହିଳା ମାନେ ବି ଜଡ଼ିତ ହେଲେଣି। ପୁରୀ ବାସେଳି ସାହି ଥାନା ଅଞ୍ଚଳରେ ଏପରି କିଛି ଘଟଣା ଆଜି ଦେଖିବାକୁ ମିଳିଛି। ମହିଳାଙ୍କ ଇସାରାରେ ଏଠାରେ ନିଶାରେ ବୁଡ଼ି ରହୁଥିଲେ ଯୁବପୀଢି। 

 

Brown Sugar Seized: ଦିନ-ଦ୍ୱି ପ୍ରହରରେ ଖୁଲମଖୁଲା ନିଶା ବେପାର କରୁଛନ୍ତି ମହିଳା

Brown Sugar Seized: କିଛି ଦିନର ନିରବତା ପରେ ପୁଣି ପୁରୀରେ ଧଳାଜହର ବ୍ଯବସାୟୀ ସକ୍ରିୟ ହୋଇଉଠିଛନ୍ତି। ବିଭିନ୍ନ ସ୍ଥାନରେ ଚାଲିଛି ବେଧଡକ ବ୍ରାଉନସୁଗାର ବ୍ଯବସାୟ। ଆଉ ଏଥିରେ ପେଡେଲର (Brown Sugar Peddler) ସାଜିଛନ୍ତି ମହିଳା। ସେପଟେ ପୁରୀ ବାସେଳିସାହୀ ଥାନା ଲୋକନାଥ ରୋଡ ଅଞ୍ଚଳର ଷଣ୍ଢ ଛକରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି। ଜବତ ହୋଇଥିବା ୨୫୬ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ଯ ପ୍ରାୟ ୩୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି। ଏହି ଘଟଣାରେ ପୁରୀ ପୋଲିସ ଏସଟିଏଫ୍ ଏବଂ ବାସେଳିସାହୀ ଥାନା ପୋଲିସର ମିଳିତ ଚଢାଉ ହୋଇଥିଲା ।

ଏହି ଚଢାଉ ବେଳେ ବ୍ରାଉନସୁଗାର ଜବତ (Brown Sugar Seized)  କରାଯିବା ସହ ୪ ଜଣ ଆନ୍ତଃଜିଲ୍ଲା ବ୍ରାଉନସୁଗାର ରାକେଟଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜଙ୍କିଆର ପ୍ରମୋଦ କୁମାର ବେହେରା ଓ ଅଜୟ କୁମାର ମହାପାତ୍ର। ସେହିପରି ଦୁଇ ମହିଳା ଅଭିଯୁକ୍ତ ହେଉଛନ୍ତି ପୁରୀ ଗୁଡିଆ ସାହିର ପ୍ରତୀମା ଚୌଧୁରୀ ଓ ଅନୁଗୋଳ ଛେଳିଆପଡାର ପିଙ୍କି ଷଡ଼ଙ୍ଗୀ। ଖୋର୍ଦ୍ଧାର‌ ଦୁଇ ଅଭିଯୁକ୍ତ ଅଜୟ ଏବଂ ପ୍ରମୋଦ ବ୍ରାଉନ ସୁଗାର ଆଣି ପୁରୀରେ(Puri) ରହୁଥିବା ଦୁଇ ମହିଳା ପିଙ୍କି ଓ ପ୍ରତିମାକୁ ଧଳାଜହର ବିକ୍ରି ପାଇଁ ପୁରୀରେ ଯୋଗାଉଥିଲେ। 

ସେମାନଙ୍କ ଠାରୁ ବ୍ରାଉନସୁଗାର ବ୍ଯତିତ ଦୁଇଟି ମଟରସାଇକେଲ ଓ ଚାରୋଟି ମୋବାଇଲ ଜବତ କରାଯାଇଛି। ବ୍ଯବସାୟୀ ମାନେ  ଖୋର୍ଦ୍ଧାରୁ ପୁରୀ ଆଣି ବିଭିନ୍ନ ସ୍ଥାନରେ ପ୍ଯାଡେଲର ମାନଙ୍କୁ ବ୍ରାଉନସୁଗାର ଯୋଗାଉଥିଲେ ବୋଲି କହିଛନ୍ତି ଅତିରିକ୍ତ ଏସପି (Additional SP)।

Also Read: Uttar Pradesh: ବୋହୂ ୪୨୦, କନ୍ୟା ସାଜି ପ୍ରଥମେ ବିବାହ କରୁଥିଲା ଆଉ ପରେ ଲୁଟୁ ଥିଲା ବରର ସମ୍ପତ୍ତି

Also Read:  Crime News: ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା ବନ୍ଧୁତା, ପରେ ହୋଟେଲରେ ଦୁଷ୍କର୍ମ କରି ଝିଅର ମା'ପାଖକୁ ଅଭିଯୁକ୍ତ ପଠାଇଲା ଅଶ୍ଲୀଳ ଫଟୋ