Odisha Festival: ରାତି ପାହିଲେ ପ୍ରଥମାଷ୍ଟମୀ, ପଢୁଆଁ ହେବେ ଶ୍ରୀଜିଉ
Advertisement

Odisha Festival: ରାତି ପାହିଲେ ପ୍ରଥମାଷ୍ଟମୀ, ପଢୁଆଁ ହେବେ ଶ୍ରୀଜିଉ

ପ୍ରାଚୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଅଭିମୁଖେ  ସଂକୀର୍ତନ ମଣ୍ଡଳୀର ସଂକୀର୍ତନ, ଢ଼ୋଲମହୁରୀ ବାଜାର ତାଳେ ତାଳେ ପ୍ରଥମାଷ୍ଟମୀ ଭାର ନିଆଳି ମାଧବ ମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ର ଅଭିମୁଖେ ଯାଇଛି। ଏହି ଯାତ୍ରାରେ ପାରମ୍ପରିକ ନୃତ୍ୟ ସହିତ ସଙ୍ଗୀତ ପରିବେଶ ହୋଇଛି।

Odisha Festival: ରାତି ପାହିଲେ ପ୍ରଥମାଷ୍ଟମୀ, ପଢୁଆଁ ହେବେ ଶ୍ରୀଜିଉ

Odisha Festival:  ପୁରୀ: ବୁଧବାର ମାର୍ଗଶୀର ଅଷ୍ଟମୀ ତିଥି, ଅର୍ଥାତ୍ ପ୍ରଥମାଷ୍ଟମୀ। ପଢ଼ୁଆଁ ହେବେ ଶ୍ରୀଜୀଉ । ଶ୍ରୀଅଙ୍ଗରେ ନୂତନ ବସ୍ତ୍ର ପରିଧାନ ପୂର୍ବକ ଲାଗି ହେବେ ଏଣ୍ଡୁରି ପିଠା। ଏନେଇ ପ୍ରାଚୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ରରେ ଆଭିମୁଖେ ଯାଇଛି ପଢ଼ୁଆଁ ଭାର। ପରମ୍ପରା ଅନୁଯାୟୀ ଜଗନ୍ନାଥଙ୍କ ମାମୁଁ ଘରୁ  ନିଆଳି ମାଧବାନନ୍ଦ ଜୀଉ ମନ୍ଦିରୁ ଶ୍ରୀକ୍ଷେତ୍ର ଯାଇଛି ପ୍ରଥମାଷ୍ଠମୀ ଭାର। ଏଥିଲାଗି ଚଳଚଞ୍ଚଳ ଶ୍ରୀ ଜଗନ୍ନାଥଙ୍କ ମାମୁଁଘର ନିଆଳି ମାଧବ ମନ୍ଦିର।

ରାତି ପାହିଲେ ପ୍ରଥାମାଷ୍ଟମୀ। ପଢୁଆଁ ହେବେ ମହାପ୍ରଭୁ। ପିନ୍ଧିବେ ନୂଆ ବସ୍ତ୍ର, ଲାଗି ହେବ ସ୍ୱତନ୍ତ୍ର ଭୋଗ। ନିଆଳିର ମାଧବାନନ୍ଦଜୀୟ ମନ୍ଦିରରୁ ଭଣଜା ପାଇଁ ଯାଇଛି ନବବସ୍ତ୍ର ଓ ଅଷ୍ଟମୀ ଭାର। ଶ୍ରୀଜୀଉଙ୍କ ମାମୁଁଘର ନିଆଳି ମାଧବ ମନ୍ଦିରରୁ ଭଣଜା ପାଇଁ ଆସିଥିବା ନୂଆ ବସ୍ତ୍ର ପିନ୍ଧିବେ ମହାପ୍ରଭୁ। ପରମ୍ପରା ଅନୁସାରେ ଶ୍ରୀଜୀଉମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର, ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ପାଚିଲା କଦଳୀ ଓ କର୍ପୂର ଓ ବିଭିନ୍ନ ଫଳମୂଳ  ଯାଇଛି ମାମୁଁଘରୁ। 

କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ହେଉଛି ଶ୍ରୀ ଜଗନ୍ନାଥଙ୍କ ମାମୁଁଘର। କେଉଁ ଆବାହାମାନ କାଳରୁ ମାଧବ ମନ୍ଦିର ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମାଷ୍ଟମୀରେ ପଢୁଆଁ କରାଯାଇ ଆସୁଛି। ଗତ କିଛି ବର୍ଷ ହେବ ବନ୍ଦ ରହିଥିଲା ଏହି ପ୍ରଥା। ପରମ୍ପରାକୁ ପୁନଃ ପ୍ରଚଳନ କରିବା ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଥିଲା। ପୁରାତନ ପ୍ରଥାକୁ ବଞ୍ଚାଇ ରଖିବାକୁ ବିଗତ 4 ବର୍ଷ  ବର୍ଷ ନିଆଳିର ମାଧବାନନ୍ଦଜୀଉ ମନ୍ଦିରର ଛତିଶା ସେବକ ନିଯୋଗ ସହ ମାଧବାନନ୍ଦଜୀଉ ବିକାଶ ପରିଷଦ, ସ୍ଥାନୀୟ ଶ୍ରଦ୍ଧାଳୁ ସହଯୋଗୀ ରେ ଏହି ଯାତ୍ରା ଆନୁଷ୍ଟିତ ହେଉଛି।

ପ୍ରାଚୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଅଭିମୁଖେ  ସଂକୀର୍ତନ ମଣ୍ଡଳୀର ସଂକୀର୍ତନ, ଢ଼ୋଲମହୁରୀ ବାଜାର ତାଳେ ତାଳେ ପ୍ରଥମାଷ୍ଟମୀ ଭାର ନିଆଳି ମାଧବ ମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ର ଅଭିମୁଖେ ଯାଇଛି। ଏହି ଯାତ୍ରାରେ ପାରମ୍ପରିକ ନୃତ୍ୟ ସହିତ ସଙ୍ଗୀତ ପରିବେଶ ହୋଇଛି। ଏହି ଯାତ୍ରା ନିଆଳି ମଧବନ୍ଦଜୀଉ ମନ୍ଦର ପରିସରରୁ ବାହାରି ଚାରିଛକ, ଗୋପ, ବାଲିଘାଇ ଦେଇ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିବ। ଗତ କିଛି ବର୍ଷ ହେବ ବନ୍ଦ ରହିଥିଲା ଏହି ପ୍ରଥା। ତୃତୀୟ ଅନଙ୍ଗଭୀମ ଦେବଙ୍କ ଦ୍ୱାରା ୧୨ ଶହ ୨୬ ଖ୍ରୀଷ୍ଟାଦ୍ଦରୁ ମାଧବ ମନ୍ଦିରରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରଥମାଷ୍ଟମୀ ଭାର ଯିବାର ପରମ୍ପରା ରହିଛି । ଆଉ ସେବେଠାରୁ ଚାଲିଆସୁଛି ଏହି ପରମ୍ପରା । ମହାପ୍ରଭୁଙ୍କ ଏହା ହେଉଛି ଏକ ମାନବୀୟ ଲୀଳା। ଉତ୍କଳୀୟ ପରମ୍ପରାରେ ୧୨ ମାସରେ ୧୩ ପର୍ବ ପରି ପ୍ରଥମାଷ୍ଟମୀ ଏକ ଅନନ୍ୟ ପର୍ବ।

ଅଧିକ ପଢନ୍ତୁ: G20 Summit: ଇଣ୍ଡୋନେସିଆରେ ଭାରତୀୟଙ୍କ ମଧ୍ୟରେ ଡ୍ରମ୍ ବଜାଇଲେ ପିଏମ ମୋଦି, ଦେଖନ୍ତୁ Video

ଅଧିକ ପଢନ୍ତୁ: Nalini Sriharan: ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ମୁକ୍ତ ହୋଇଥିବା ନଳିନୀଙ୍କ ବୟାନ, 'ବର୍ତ୍ତମାନ ମୁଁ ଖୁସି ନୁହେଁ କାରଣ ...'

ଅଧିକ ପଢନ୍ତୁ: G-20 Summit: ବାଇଡେନଙ୍କ ସହ ଥଟ୍ଟା, ମାକ୍ରୋନକୁ ଇସାରା କରି ଡାକିବା, ଜି-୨୦ ରେ ପିଏମ ମୋଦିଙ୍କ କିଛି ଏପରି ଚମକ