Odisha Election 2024: ଆଜି ନାମାଙ୍କନ ଦାଖଲ କଲେ ଧନୁର୍ଜୟ ସିଦ୍ଧୁ
Advertisement
Article Detail0/zeeodisha/odisha2227340

Odisha Election 2024: ଆଜି ନାମାଙ୍କନ ଦାଖଲ କଲେ ଧନୁର୍ଜୟ ସିଦ୍ଧୁ

Odisha Election 2024: ବିଜେଡିର କେନ୍ଦୁଝର ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ଆଜି ଜିଲ୍ଲାପାଳଙ୍କ ନିକଟରେ ନିଜର ପ୍ରାର୍ଥପତ୍ର ଦାଖଲ କରିଛନ୍ତି । ଆଜି ଦିନ ପ୍ରାୟ ୧୧ ଟା ସମୟରେ ସ୍ଥାନୀୟ କାଳି ପଡିଆ ଠାରୁ ନିଜ ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ପଞ୍ଚମ ପର୍ଯ୍ୟାୟ ଅର୍ଥାତ ମେ ୨୫ ତାରିଖରେ ଭୋଟ ଗ୍ରହଣ ହେବାକୁ ଦିନ ଧାର୍ଯ୍ୟ ହୋଇଛି।

ALSO READ: Akshay Kanti Bam:କଂଗ୍ରେସକୁ ଝଟ୍‌କା,ନାମାଙ୍କନ ପତ୍ର ପ୍ରତ୍ୟାହାର କଲେ ଅକ୍ଷୟ କାନ୍ତି ବାମ୍

ଆଜି ଠାରୁ ମେ ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲର ସମୟ ସୀମା ରହିଛି। ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନରେ ଆଜି ଧନୁର୍ଜୟ ସିଦ୍ଧୁ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସିଦ୍ଧୁ ପ୍ରଥମେ ସ୍ଥାନୀୟ କାଳୀ ପଡିଆ ଠାରୁ ହଜାର ହଜାର ବିଜେଡି କର୍ମୀ ଓ ନିଜର ସମର୍ଥକ ଙ୍କ ସହ ଆଦିବାସୀ ନୃତ୍ୟ , ମାଦଳ , ଢୋଲ ବଜାଇ ନାଚ ଗୀତ ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ନିକଟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଙ୍କ ସମ୍ମୁଖରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । 

ନାମାଙ୍କନ ଦାଖଲ ସମୟରେ ଘସିପୁରା ବିଧାୟକ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର,ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼, ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ, କେନ୍ଦୁଝର ବିଧାୟକ ପ୍ରାର୍ଥୀନୀ ମୀନା ମାଝୀ, କରଞ୍ଜିଆ ବିଧାୟକ ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ,ଜିଲ୍ଲା ବିଜେଡି ସଭାପତି କୁଶ ଆପଟ, ଯୁବ ବିଜେଡି ରାଜ୍ୟ ଉପସଭାପତି ସୌମ୍ୟ ଶଙ୍କର ଚକ୍ରଙ୍କ ସହିତ ହଜାର ହଜାର ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ। ପ୍ରାର୍ଥୀ ପତ୍ର ଦାଖଲ ପରେ ଜିଲ୍ଲାର ବିକାଶ ପାଇଁ କାମ କରିବି ବୋଲି ସିଦ୍ଧୁ କହିଛନ୍ତି ।