Flipkart ଉପରେ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଲେ ସରକାର, କାରଣ ଜାଣି ଆପଣ ହୋଇଯିବେ ଚକିତ
Advertisement
Article Detail0/zeeodisha/odisha1306820

Flipkart ଉପରେ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଲେ ସରକାର, କାରଣ ଜାଣି ଆପଣ ହୋଇଯିବେ ଚକିତ

Flipkart ଏହାର ପ୍ଲାଟଫର୍ମରେ ବିକ୍ରି ହୋଇଥିବା ସମସ୍ତ ୫୯୮ ପ୍ରେସର କୁକର (Pressure cookers) ବିଷୟରେ କ୍ରେତାମାନଙ୍କୁ ଏହା ବିଷୟରେ ଜଣାଇବାକୁ କୁହାଯାଇଛି । ଏଥି ସହିତ, ତ୍ରୁଟିପୂର୍ଣ୍ଣ ପ୍ରେସର କୁକରକୁ ଫେରାଇ ନେବା ଓ ଗ୍ରାହକଙ୍କୁ ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୌ: ସୋସିଆଲ ମିଡିଆ

CCPA fined Flipkart: କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (Central Consumer Protection Authority) ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ (Flipkart) ଉପରେ ୧ ଲକ୍ଷ ଟଙ୍କା ଜରିମାନା (Fine) ଲଗାଇଛି । ବାସ୍ତବରେ, ଫ୍ଲିପକାର୍ଟ ଉପରେ ଅଭିଯୋଗ ହୋଇଛି ଯେ କମ୍ପାନୀ ନିଜ ପ୍ଲାଟଫର୍ମ ମାଧ୍ୟମରେ ଗୁଣାତ୍ମକ ମାନ ପୂରଣ କରୁନାହିଁ ଓ ଘରୋଇ ପ୍ରେସର କୁକର (Pressure cookers) ବିକ୍ରୀକରିବାକୁ ଅନୁମତି ଦେଇ ଦେଇଥିଲା । ଏଥିପାଇଁ ଜରିମାନା ଆଦାୟ କରାଯାଇଛି ।

ସିସିପିଏ ମୁଖ୍ୟ କମିଶନର ନିଧି ଖରେ (Nidhi Khare) କହିଛନ୍ତି ଯେ ଫ୍ଲିପକାର୍ଟ ଏହାର ପ୍ଲାଟଫର୍ମରେ ଖରାପ ପ୍ରେସର କୁକର ବିକ୍ରି କରିବାକୁ ଅନୁମତି ଦେଇଛି । ଏହା ଗ୍ରାହକଙ୍କ ଅଧିକାରର ଉଲ୍ଲଂଘନ । ତେଣୁ ୧ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି ।

ଏହା ସହିତ ଫ୍ଲିପକାର୍ଟକୁ ଏହାର ପ୍ଲାଟଫର୍ମରେ ବିକ୍ରି ହୋଇଥିବା ସମସ୍ତ ୫୯୮ ପ୍ରେସର କୁକର ବିଷୟରେ କ୍ରେତାଙ୍କୁ ଜଣାଇବାକୁ କୁହାଯାଇଛି । ଏହା ବ୍ୟତୀତ ତ୍ରୁଟିପୂର୍ଣ୍ଣ ପ୍ରେସର କୁକରକୁ ଫେରାଇ ଆଣିବା ଓ ଗ୍ରାହକଙ୍କୁ ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ କମ୍ପାନୀକୁ 45 ଦିନ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଛି । ଏହା ବି ପଢ଼ନ୍ତୁ: FIFA ସହିତ ବୈଠକ କଲେ କେନ୍ଦ୍ର ସରକାର, ମିଳିବାକୁ ଯାଉଛି U17 ବିଶ୍ୱକପକୁ ନେଇ ଖୁସିଖବର!

ଆମାଜନକୁ ମଧ୍ୟ ଜରିମାନା କରାଯାଇଛି- କହିରଖୁଛୁ ଯେ ଏହି ମାସ ଆରମ୍ଭରେ ମଧ୍ୟ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଇ-କମର୍ସ ପ୍ରମୁଖ ଆମାଜନକୁ ଗୁଣାତ୍ମକ ମାନ ପୂରଣ ନକରି ପ୍ରେସର କୁକର ବିକ୍ରୟ ପାଇଁ ଜରିମାନା ଦେଇଛି । ଜରିମାନା ରାଶି ୧ ଲକ୍ଷ ଟଙ୍କା ଥିଲା । ଗ୍ରାହକଙ୍କୁ ଏହାର ପ୍ଲାଟଫର୍ମ ମାଧ୍ୟମରେ ବିକ୍ରି ହୋଇଥିବା ୨,୨୬୫ ପ୍ରେସର କୁକରର ଗ୍ରାହକଙ୍କୁ ଅବଗତ କରାଇବା, ପ୍ରଡକ୍ଟ ଗୁଡ଼ିକୁ ମନେରଖିବା ଓ ଫେରସ୍ତ କରିବା ପାଇଁ ଆମାଜନକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ବି ପଢ଼ନ୍ତୁ: କୋର୍ଟ ଦେଲେ ବଡ ରାୟ : ଉତ୍ତେଜକ ପୋଷାକ ପିନ୍ଧିବାକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ଖବର

ଅନେକ ସମୟରେ ଗ୍ରାହକ ମାନେ ଏସବୁ ଅନଲାଇନ ପ୍ଲାଟଫର୍ମରେ ସିଧାସଳଖ ଠକାମୀରେ ଶିକାର ହେଉଥିବା ଦେଖିବାକୁ ମିଳିଛି । ଯଦିଓ ସବୁ ପ୍ରଡକ୍ଟରେ ଫେରସ୍ତ ସୁବିଧା ନ ଥିବାରୁ ଗ୍ରାହକ ମାନେ ବହୁତ ସସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେବେ ବର୍ତ୍ତମାନ ସରକାରଙ୍କ ଏହି ଜରିମାନା ଛାଟ ଏହା ଅନଲାଇନ ବିକ୍ରେତା କମ୍ପନୀ ମାନଙ୍କୁ କେତେ ପ୍ରଭାବିତ କରିବ ତାହା ଆଗାମୀ ଦିନରେ ଜଣା ପଡିବ । ଗ୍ରାହକ ମାନଙ୍କୁ କୌଣସି ଜିନିଷ ଅନଲାଇନରେ କିଣିବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ଅନେକ ସମୟରେ ସରକାରଙ୍କ ତରଫରୁ ସଚେତନତା ଜାରି କରାଯାଉଛି । ଏହା ବି ପଢ଼ନ୍ତୁ: ଅଶୋକ ଗେହଲୋଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ପୁଣିଥରେ କଳହ; ବିଜେପି ପାଇଁ 'ସୁଯୋଗ'