ନିଟ୍ ପେପର୍ ଲିକ୍ ମାମଲା, ସଂସଦରେ ପ୍ରଦର୍ଶନ କଲେ ଓଡ଼ିଶା ରାଜ୍ୟସଭା ସାଂସଦ
Advertisement
Article Detail0/zeeodisha/odisha2312232

ନିଟ୍ ପେପର୍ ଲିକ୍ ମାମଲା, ସଂସଦରେ ପ୍ରଦର୍ଶନ କଲେ ଓଡ଼ିଶା ରାଜ୍ୟସଭା ସାଂସଦ

ନିଟ୍ ପରୀକ୍ଷାରେ ହୋଇଥିବା ଦୁର୍ନୀତି ଏବଂ ଅନିୟମିତତାକୁ ବିରୋଧ କରି ଭାରତରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ଉପରେ ପ୍ରଭାବ ପକାଇଛି। 

ନିଟ୍ ପେପର୍ ଲିକ୍ ମାମଲା, ସଂସଦରେ ପ୍ରଦର୍ଶନ କଲେ ଓଡ଼ିଶା ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ସଂସଦ ଅଧିବେଶନ ଆଜି ଆରମ୍ଭ ହୋଇଛି। ବିରୋଧୀମାନେ ଆଜି ସଂସଦର ଉଭୟ ଗୃହରେ ନିଟ୍‌ ପେପର୍ ଲିକ୍ କୁ ନେଇ ହଟ୍ଟଗୋଳ କରିଛନ୍ତି। ଏହି ଅବସରରେ ଓଡ଼ିଶାରୁ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦମାନେ ମଧ୍ୟ ପ୍ରଦର୍ଶନ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆ ' ଏକ୍ସ ' ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପୋଷ୍ଟ କରିଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ, ନିଟ୍ ପରୀକ୍ଷାରେ ହୋଇଥିବା ଦୁର୍ନୀତି ଏବଂ ଅନିୟମିତତାକୁ ବିରୋଧ କରି ଭାରତରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ଉପରେ ପ୍ରଭାବ ପକାଇଛି। ଯାହାକୁ ନେଇ ଆଜି ସଂସଦରେ ବିଜୁ ଜନତା ଦଳ ରାଜ୍ୟସଭା ସାଂସଦମାନେ ଏହାକୁ ବିରୋଧ କରିଛନ୍ତି। ନିଜ ନିଜ ସ୍ଥାନରେ ଠିଆ ହୋଇ ତା’ ପରେ ଗୃହର ସାମ୍ନାକୁ ଯାଇ ରାଜ୍ୟସଭାରେ ଏହା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ଯେତେବେଳେ ସେମାନଙ୍କର ବିରୋଧ ପ୍ରତି ଧ୍ୟାନ ଦିଆଯାଇ ନଥିଲା, ସେତେବେଳେ ବିଜେଡି ସାଂସଦମାନେ ଗୃହର ମଧ୍ୟ ଭାଗ ଚଟାଣରେ ବିରୋଧ ପ୍ରଦର୍ଶନ କରିଥିଲେ। 

ଅନ୍ୟପଟେ ରାଜ୍ୟସଭା ସାଂସଦ ଭାବେ ବିଜୁ ଜନତା ଦଳରୁ ୯ଜଣ ସାଂସଦ ପାର୍ଲିଆମେଣ୍ଟରେ ଉପସ୍ଥିତ ଥିଲେ।