yoga benifit : ସ୍କିନ ଗ୍ଲୋ ଚାହୁଁଛନ୍ତି କି?କରନ୍ତୁ ଏହି ଯୋଗ
Advertisement
Article Detail0/zeeodisha/odisha2315360

yoga benifit : ସ୍କିନ ଗ୍ଲୋ ଚାହୁଁଛନ୍ତି କି?କରନ୍ତୁ ଏହି ଯୋଗ

yoga for glowing skin: ଆପଣ ଜାଣନ୍ତି କି ଏପରି କିଛି ଯୋଗ ରହିଛି । ଯାହା କରିବା ଦ୍ୱାରା ଆପଣଙ୍କ ତ୍ୱାଚା ବି ଗ୍ଲୋ କରିଥାଏ।ଜାଣନ୍ତୁ...

yoga benifit

yoga benifit : ଆପଣ ଜାଣନ୍ତି ପ୍ରତ୍ୟେକ ଦିନ ଯୋଗ କରିବା ଦ୍ୱାରା ଶରୀର ସମ୍ପୂର୍ଣ୍ଣ ଫିଟ ରହିଥାଏ । ଯେଗାଭ୍ୟାସ ଦ୍ୱାରା ମନ ସର୍ବଦା ପ୍ରଫୁଲ୍ଲିତ ରହିଥାଏ । ଏବଂ ମେଦ ବହୁଳତା ମଧ୍ୟ ହ୍ରାସ ହୋଇଥାଏ । ଯୋଗ ଦ୍ୱାରା ଶରୀରରେ ଅନେକ ପ୍ରକାର ରୋଗର ବିନାଶ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ଯୋଗ ରହିଛି । ଯାହା କରିବା ଦ୍ୱାରା ଆପଣଙ୍କ ତ୍ୱାଚା ବି ଗ୍ଲୋ କରିଥାଏ।

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଚର୍ମର ଯତ୍ନ ନେବାକୁ ସମସ୍ତେ ଭୁଲିଯାଇଥାନ୍ତି ।କେମିକାଲ ପ୍ରଡକ୍ଟ ବ୍ୟବହାର କରି ଅନେକ ଲୋକ ତତକ୍ଷଣାତ୍ ସ୍କିନ୍ କୁ ଚମକାଇ ଦେଉଛନ୍ତି,କିନ୍ତୁ ପରେ ତାହା ସ୍କିନକୁ ଶୁଷ୍କ କରିଦେଉଛି।ଯାହାଦ୍ଵାରା କମ୍ ବୟସରୁ ବୟସ୍କ ବୋଲି ଜଣା ପଡ଼ୁଛି।କିନ୍ତୁ ଆପଣ ଯଦି ଦୌନିକ କିଛି ଯୋଗ କରିବେ ତାହେଲେ  ଆପଣଙ୍କ ଚର୍ମ ଗ୍ଲୋ କରିଥାଏ।

 ଆପଣ ତ୍ୱଚାକୁ ଚମକାଇବା ପାଇଁ ଆପଣ ପ୍ରତ୍ୟେକ ଦିନ ହାଲାସନ, ଶିର୍ଷାସନ ଭଳି ଯୋଗ କରିବା ଦ୍ୱାରା ତ୍ୱଚା ଧୀରେଧୀରେ ଉଜ୍ଜଳ ହୋଇଥାଏ । ଏକ ରିପୋର୍ଟରୁ ଜଣାପଜିଛି ଯେ, ଶିର୍ଷାସନ ଯୋଗକୁ ଦୈନିକ ୧୫ ରୁ ୩୦ ମିନିଟି କରିବା ଦ୍ୱାରା ଅଳ୍ପଦିନ ଭିତରେ ଏହାର ଫରକ ଆପଣ ନିଜେ ଜାଣିପାରିବେ ।

ଚର୍ମକୁ ସୁସ୍ଥ ରଖିବାକୁ ହେଲେ ମଧ୍ୟ ହାଇଡ୍ରେସନ ନିହାତି ଜରୁରୀ । ଏଥିପାଇଁ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ ହୋଇଥାଏ । ଏହା ଦ୍ୱାରା ଶରୀରୁ ବିଷାକ୍ତ ପଦାର୍ଥକୁ ବାହର କରିଦେଇଥାଏ । ଏଥିସହ ସୂର୍ଯ୍ୟ ନମସ୍କାର କରିଲେ ମଧ୍ୟ ସମାନ ଫାଇଦା ମିଳିଥାଏ । ଯଦି ଶରୀରକୁ ସୁସ୍ଥ ରଖିବା ପାଇଁ ଚାହାଁନ୍ତି । ପ୍ରତ୍ୟେକ ଦିନ ରୁଟିନ ହିସାବରେ କାର୍ଯ୍ୟ କଲେ ଆପଣଙ୍କର ଶରୀର ସୁସ୍ଥ ରହିବା ସହ ସ୍କିନ ଗ୍ଲୋ କରିଥାଏ ।

ଆପଣ ପ୍ରଥମଥର ଶିର୍ଷାସନ ଯୋଗ ଅଭ୍ୟାସ କରୁଥିଲେ ଆପଣଙ୍କୁ କଷ୍ଟ ଲାଗିପାରେ । ପରେ ଏହା ଅଭ୍ୟାସରେ ପରିଣତ ହେବା ପରେ ସହଜ ହୋଇଥାଏ
ଆପଣମାନେ ଦୀର୍ଘ ସମୟ ଧରି ଯୋଗାଭ୍ୟାସ ଠାରୁ ଦୂରେଇ ରୁହନ୍ତୁ । ଗର୍ଭବର୍ତ୍ତୀ ମହିଳା, ଉଚ୍ଚ ରାକ୍ତଚାପ, ହାର୍ଟ ରୋଗୀ ଯୋଗାଭ୍ୟାସ ଠାରୁ ଦୂରରେ ରୁହନ୍ତୁ । ଏହି ଶିର୍ଷାସନ ଦ୍ୱାରା ଶରୀରରେ ସଠିକ ପରିମାଣରେ ରକ୍ତ ପ୍ରଭାବିତ ହୋଇଥାଏ । ମାନସିକ ଚାପ, ମୁଣ୍ଡବିନ୍ଧା ସମସ୍ୟା, ଚର୍ମ କୁଞ୍ଚନ ଭଳି ସମସ୍ୟାକୁ ଦୂର କରିଥାଏ । ତେଣୁ ଆପଣମାନେ ନିୟମିତ ଭାବରେ ଯଦି ଯୋଗ ଅଭ୍ୟାସ କରିବେ ତେବେ ଆପଣ ନିହାତି ଭାବରେ ଏହି ଯୋଗାସନର ଫାଇଦା ପାଇପାରିବେ ।

Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।