Top 10 News Today: ଟିମ୍ ଇଣ୍ଡିଆ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା BCCI, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2315385

Top 10 News Today: ଟିମ୍ ଇଣ୍ଡିଆ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା BCCI, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 Afternoon Headlines from 30th June 2024: ଟି-୨୦ ବିଶ୍ୱକପର ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୭ ରନରେ ଜିତି କୋଟି-କୋଟି ଲୋକଙ୍କ ସ୍ୱପ୍ନ ପୂରଣ କରିଛି। ଏହି ଚମତ୍କାର ବିଜୟ ପରେ ଟିମ୍ ଇଣ୍ଡିଆ ଉପରେ ଟଙ୍କା ବର୍ଷା ହେବାରେ ଲାଗିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।

 

Top 10 News Today
Top 10 news today: H1. Manoj Ahuja takes charge as Odisha's new Chief Secretary: ଶ୍ରୀ ମନୋଜ ଆହୁଜା ଆଜି ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ଅପରାହ୍ନରେ ଲୋକସେବା ଭବନରେ ଶ୍ରୀ ଆହୁଜା ଅବସର ଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।
 
H2. Nikunja Bihari Dhal Appointed New Odisha ACS: ବରିଷ୍ଠ ପ୍ରଶାସକ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି।
 
H3. SUBHADRA Yojana to be launched by PM Modi in Odisha on Sept 17: ଆସନ୍ତା ସେପ୍ଟେମ୍ବର ୧୭ତାରିଖରୁ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ତାରିଖରେ ହୋଇଥିବାରୁ ଉକ୍ତଦିନ ହିଁ ରାଜ୍ୟ ସରକାର ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।
 
H4. CM Mohan Majhi On Ratna Bhandar: ଭଗବାନ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୁବ ଶୀଘ୍ର ଖୋଲାଯିବ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରବିବାର ଦିନ କହିଛନ୍ତି। ନବ ନିର୍ବାଚିତ ବିଜେପି ସାଂସଦ ଓ ବିଧାୟକମାନଙ୍କୁ ସମ୍ମାନ ଜଣାଇବା ପାଇଁ ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବୋଧିତ କରିବି ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ସମସ୍ତଙ୍କ ମନରେ ଏହାକୁ ନେଇ ଏକ ପ୍ରଶ୍ନ ଅଛି। ମୁଁ କହି ରଖିବାକୁ ଚାହେଁ ଯେ, ରତ୍ନ ଭଣ୍ଡାର ଖୁବ ଶୀଘ୍ର ଖୋଲାଯିବ।"
 
H5. Railways to invest Rs 1 lakh crore in Odisha: ଆଗାମୀ ୫ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗରେ ଓଡ଼ିଶାକୁ ସର୍ବାଧିକ ୧ ଲକ୍ଷ କୋଟ ଟଙ୍କାର ପ୍ରୋଜେକ୍ଟ ଆସିବ, ଓଡ଼ିଶା ଇତିହାସ ରଚିବ। ଏହାସହ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ୨୫ ଜିଲ୍ଲାରୁ ପାଇଁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ। ୧୦ ବର୍ଷ ତଳେ ରଥଯାତ୍ରା ସମୟରେ ପୁରୀକୁ ୮୯ଟି ଟ୍ରେନ ଚାଲୁଥିବାବେଳେ ଏବେ ଏହା ୩୧୫ରେ ପହଞ୍ଚିଛି।
 
H6. PM Modi Talks Rath Yatra in Mann Ki Baat: ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ସପ୍ତାହରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି।
 
H7. NIA Raid in Tamil Nadu: ହିଜବ-ଉତ-ତାହିର ମାମଲାରେ ତାମିଲନାଡୁର ୧୦ ଟି ସ୍ଥାନରେ ଏନଆଇଏ ଚଢ଼ାଉ କରିଛି। ଏଥିରେ ଏରୋଡ ଜିଲ୍ଲାର ଦୁଇଟି ସ୍ଥାନ ଅନ୍ତର୍ଭୁକ୍। ୨୦୨୧ ମସିହାରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଏନଆଇଏ ମଦୁରାଇ ହିଜବ-ଉତ-ତାହିର ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏହି ବ୍ୟକ୍ତି ବିଭିନ୍ନ ଧର୍ମ ମଧ୍ୟରେ ସାମ୍ପ୍ରଦାୟିକ ଘୃଣାକୁ ପ୍ରୋତ୍ସାହିତ କରୁଥିଲେ।
 
H8. Ravindra Jadeja T20I Retirement: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଅନ୍ୟ ଜଣେ ଭାରତୀୟ ଭେଟେରାନ ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହି ଭେଟେରାନଙ୍କ ନାମ ରବିନ୍ଦ୍ର ଜାଡେଜା, ଯିଏ ଇନଷ୍ଟାରେ ଏହାର ସୂଚନା ଦେଇଛନ୍ତି।
 
H9. BCCI Prize Money for Team India: ଟି-୨୦ ବିଶ୍ୱକପର ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୭ ରନରେ ଜିତି କୋଟି-କୋଟି ଲୋକଙ୍କ ସ୍ୱପ୍ନ ପୂରଣ କରିଛି। ଏହି ଚମତ୍କାର ବିଜୟ ପରେ ଟିମ୍ ଇଣ୍ଡିଆ ଉପରେ ଟଙ୍କା ବର୍ଷା ହେବାରେ ଲାଗିଛି। ଟ୍ରଫି ସହିତ କୋଟି କୋଟି ଟଙ୍କାର ପୁରସ୍କାର ରାଶି ଜିତିବା ପରେ ବୋର୍ଡ ଅଫ୍ କଣ୍ଟ୍ରୋଲ ଫର କ୍ରିକେଟ୍ ଇନ୍ ଇଣ୍ଡିଆ ମଧ୍ୟ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।
 
H10. Childhood Marriage in India: ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ୨୦ କୋଟିରୁ ଅଧିକ ମହିଳା ସେମାନଙ୍କ ପିଲାଦିନରେ ବିବାହ କରିଥିଲେ। ଯେତେବେଳେ କି ସମଗ୍ର ବିଶ୍ୱରେ ଏହି ସଂଖ୍ୟା ୬୪ କୋଟି ଅଟେ। ଏହାର ଅର୍ଥ ହେଉଛି ଭାରତ ସମେତ ସମଗ୍ର ବିଶ୍ୱରେ ୬୪ କୋଟି ମହିଳା ନିଜ ପିଲାଦିନରେ ବିବାହ କରିଥିଲେ। ଏହି ବାଲ୍ୟ ବିବାହର ଏକ ତୃତୀୟାଂଶ ଭାରତରେ ହୋଇଛି।