New criminal laws : ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ୩ଟି ନୂଆ ଅପରାଧିକ ଆଇନ, ଜାଣନ୍ତୁ ଡିଟେଲ୍ସ
Advertisement
Article Detail0/zeeodisha/odisha2315303

New criminal laws : ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ୩ଟି ନୂଆ ଅପରାଧିକ ଆଇନ, ଜାଣନ୍ତୁ ଡିଟେଲ୍ସ

New criminal laws : ଦେଶର ଆଇନ୍‍ ବ୍ୟବସ୍ଥାରେ ଆସନ୍ତାକାଲିଠାରୁ ନୂଆ ୩ଟି ଆଇନ୍‍ କାର୍ଯ୍ୟକାରୀ ହେବ । ପଢନ୍ତୁ ପୂରା ଖବର...

criminal laws

New criminal laws : ଦେଶର ଆଇନ୍‍ ବ୍ୟବସ୍ଥାରେ ଆସନ୍ତାକାଲିଠାରୁ ନୂଆ ୩ଟି ଆଇନ୍‍ କାର୍ଯ୍ୟକାରୀ ହେବ । ୧୮୬୦ ମସିହାର ବ୍ରିଟିଶ୍‍ ଆଇନ୍‍ ଭାରତୀୟ ପିଙ୍ଗଳକୋର୍ଡ-ଆଇପିସି ବଦଳରେ ଭାରତୀୟ ନ୍ୟାୟ ସଂହିତା-୨୦୨୩, ଭାରତୀୟ ଫୌଜଦାରୀ ଆଇନ୍‍-୧୯୭୩ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଏବଂ ୧୮୭୨ ମସିହାର ଆକ୍ଟ ସ୍ଥାନରେ ଭାରତୀୟ ସାକ୍ଷ୍ୟ ଅଧିନିୟମ-୨୦୨୩ କାର୍ଯ୍ୟକାରୀ ହେବ । ଲାଗୁ ହେବାକୁ ଥିବ ଏହି ୩ଟି ନୂଆ ଆଇନ୍‍ ପୁଲିସ୍‍ ଏବଂ ତଦନ୍ତ ବ୍ୟବସ୍ଥାକୁ ଆଧୁନିକ ଯୁଗକୁ ଆଣିବ ବୋଲି ଆଇନ୍‍ ବିଶେଷଜ୍ଞମାନେ କହିଛନ୍ତି ।

ଗତବର୍ଷ ସଂସଦର ଶୀତକାଳୀନ ଅଧିବେଶନରେ ଏହି ଆଇନ୍‍ ସମ୍ବନ୍ଧୀୟ ୩ଟି ବିଲ୍‍ ଗୃହୀତ ହୋଇଥିଲା ।ସୂଚନାଯୋଗ୍ୟ, ୧୯୪୭ ମସିହାରେ ଦେଶ ସ୍ୱାଧୀନ ହେବାପରେ ମଧ୍ୟ ବ୍ରିଟିଶ ଶାସନ ସମୟର ପ୍ରଚଳିତ ଏହି ୩ଟି ଆଇନ୍‍ ସ୍ୱାଧୀନ ଭାରତରେ ବଳବତ୍ତର ଥିଲ । ନୂଆ ଆଇନ୍‍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଭାରତୀୟ ନାଗରିକଙ୍କ ସମ୍ବିଧାନ ଅନୁସାରେ ସମସ୍ତଙ୍କୁ ଅଧିକାର, ନ୍ୟାୟ ଏବଂ ସୁରକ୍ଷା ଦେବା । ପ୍ରଯୁକ୍ତିବିଦ୍ୟା ଓ ବୈଜ୍ଞାନିକ ଜ୍ଞାନକୌଶଳ ଆଧାରରେ ନୂଆ ଧରଣର ଅପରାଧକୁ ବିଚାର କରିବା ପାଇଁ ଏହି ଆଇନ୍‍ରେ ପ୍ରାବଧାନ ରହିଛି । ସମାଜରେ ଗରିବ, ଅବହେଳିତ ଏବଂ ସମ୍ବେଦନଶୀଳ ବର୍ଗଙ୍କୁ ଅଧିକ ସୁରକ୍ଷା ଦେବା ସହିତ ନାଗରିକଙ୍କ ଅଧିକାର, ଦକ୍ଷ ନ୍ୟାୟ ଶାସନ ଏବଂ ନ୍ୟାୟ ପ୍ରଣାଳୀକୁ ତ୍ୱରିତ କରିବା ପାଇଁ ଆଇନ୍‍ର ବ୍ୟବସ୍ଥା ରହିଛି ।